୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା ଜିଲ୍ଲା :- ବାଲୁଗାଁ ଆରଏମସି ଅଧିନ କାଶିପୁର ନଂ-୨ ସେବା ସମବାୟ ସମିତି ପ଼କ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ହୋଇଯାଇଅଛି। ଗତ ୨୫ ତାରିଖରେ ସମବାୟ ସମିତି ରେ ଧାନମଣ୍ଡି ଚାଲିବା ପୂର୍ବରୁ ସମିତି ର ଗୋଦାମ ଗ୍ରହକୁ ଅନଲୋଡିଂ ପାଇଁ ଆସିଥିବା କିଛି ଜରି ପ୍ୟାକ ଧାନବସ୍ତା କୁ ନେଇ ଜଣେ କାଶିପୁର ଗ୍ରାମର ଦୁଇଜଣ ଯୁବକ ବିରୋଧ କରିଥିଲେ। ସମିତି ର ସଂପାଦକ ତାଙ୍କ ନିଜର ବୋଲି କହିବା ପରେ ଅଭିଯୋଗକାରୀ ଦୁଇଜଣ ଯୁବକ ତୁମ ଧାନ ଯଦି ତୁମେ ଘରେ ରଖ ଅଫିସ ଗୋଦାମ ଘରେ କାହିଁକି ରଖୁଛ କହି ପ୍ରତିବାଦ କରି ଗୋଦାମ ଘରକୁ ତାଲା ପକାଇ ଦେଇଥିଲେ। ଯାହା ଫଳରେ ଚାଷୀଙ୍କ ଧାନ କିଣା ମଧ୍ଯ ବ୍ୟାହତ ହୋଇଥିଲା।

ପରମୁହୂର୍ତ୍ତରେ ଟାଙ୍ଗୀ ତହସିଲଦାର ମିତାଲି ପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ସ୍ବାଭାବିକ କରିବା ସଂଗେସଂଗେ। ରଖା ଯାଇଥିବା ଜରି ଅଖା ଧାନ ଇନକ୍ବାରୀ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏ ସଂପର୍କ ରେ ଗଣମାଧ୍ୟମ ରେ ମଧ୍ଯ ଖବର ପ୍ରକାଶ କରାପାଇଥିଲା। ଯାହାକୁ ନେଇ ଆଜି ସମତିର ସଭାପତି ପ୍ରଦୀପ ଷଢଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସଭାପତି ତାଙ୍କ ପ୍ରେସ ବିବ୍ରୁତିରେ କହିଥିଲେ ଘଟଣା ଘଟିବା ଦିନ ସେ ଅନୁପସ୍ଥିତ ଥିଲେ ମଧ୍ଯ ଏହି ପରିସ୍ଥିତି ସଂପର୍କ ରେ ସମିତିରେ ଲଗାଯାଇଥିବା କ୍ୟାମେରା ସହ ସଲଗ୍ନ ଥିବା ତାଙ୍କ ମୋବାଇଲ ରୁ ଜାଣି ସଂପାଦକ ଙ୍କୁ ଜରି ଧାନବସ୍ତା ରଖିବା ସଂପର୍କ ରେ ବାରଣ କରିଥିଲେ।















