୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ପବିତ୍ର ତ୍ରିବେଣୀ ଅମାବାସ୍ୟାର ସାରସ୍ବତ ସନ୍ଧ୍ୟାରେ ଭକ୍ତ କବି ବଳରାମ ଦାସଙ୍କ ଜନ୍ମପୀଠ ତଥା ଗୁପ୍ତଶ୍ରୀକ୍ଷେତ୍ର ଏରବଙ୍ଗରେ ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅନୁଷ୍ଠିତ ହୋଇଯାଇଛି l ଭକ୍ତ କବି ବଳରାମ ଦାସ ଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ବଳରାମଜୀଉ ମନ୍ଦିର ପରିସରରେ ଓଡିଶା ସାହିତ୍ୟ ଏକାଡ଼େମୀ ଓ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ପାଳିତ ହେଉଥିବା ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅବସରରେ ସଭାପତିତ୍ୱ କରିଥିଲେ । ଭକ୍ତ କବି କବି ବଳରାମ ଦାସ ସ୍ମୃତି ସଂସଦ କମିଟି ର ସଭାପତି ପ୍ରଦୀପ୍ତ କୁମାର ମହାନ୍ତି , ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।

ମୁଖ୍ୟଅତିଥ୍ : କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡକ୍ଟର ଅସିତ୍ ମହାନ୍ତି ସମ୍ମାନୀୟ ଅତିଥିଭାବେ ଡାକ୍ତର ଅଂଶୁମାନ କର ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ l ଅଧ୍ୟାପକ ଡକ୍ଟର ରମାକାନ୍ତ ନାୟକ ସାହିତ୍ୟିକ l ଗୋପ ଅଞ୍ଚଳ ର ବିଶିଷ୍ଟ ସାହିତିକ ତଥା ଶିକ୍ଷାବିତ୍ ପୁନେଶ କୁମାର ସେନାପତି,ମଞ୍ଚ ପରିଚାଳନା କରିଥିଲେ ଗୋପ କଲେଜ ର ପୂର୍ବତନ ଅଧକ୍ଷ ତଥା ବାନରସେନା ପତ୍ରିକା ର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ l ବାର୍ଷିକ ବିବରଣୀ ପାଠ କରିଥିଲେ ଅନୁଷ୍ଠାନ ସମ୍ପାଦକ ନରେଶ ପ୍ରଧାନ l

ନୃତ୍ୟ ଓ ସଂଗୀତ ପରିବେଷଣ ଦାୟିତ୍ୱ ରେ ଥିଲେ ଭାଗିରଥି ନାୟକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗବେଷକ ଗୋନାଥ ମୁଦୁଲି l କାର୍ଯ୍ୟକ୍ରମ ରେ ନିକଟସ୍ଥ ସ୍କୁଲ ର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରିବା ସହିତ ଉତ୍ସାହିତ କରାଯାଇଥିଲା l ଉକ୍ତ ଉତ୍ସବ ରେ ଡ଼କ୍ଟର ରମାକାନ୍ତ ନାୟକ ଙ୍କ ଦ୍ଵାରା ଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା " କହଇ ବଳରାମ ଦାସ " l ଷୋଡ଼ଶ ଶତାବ୍ଦୀର ଭକ୍ତି ଆନ୍ଦୋଳନର ପଞ୍ଚସଖା ମଧ୍ଯରୁ ବୟୋଜ୍ୟୋଷ୍ଠ ଥିଲେ ଭକ୍ତ କବି ବଳରାମ ଦାସ ତାଙ୍କର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ଗ୍ରାମରେ ଜନ୍ମଗ୍ରହଣ ହୋଇଥିଲା l ସମସ୍ତ ଓଡ଼ିଆ ତଥା ଜନସମାଜକୁ ଦିଗ୍ ଦର୍ଶନ ଦେଇଯାଇଛନ୍ତି ।

ତାଙ୍କୁ ସମଗ୍ର ମାନବ ସମାଜରେ ଉଦ୍ଜୀବିତ କରି ରଖୁବା ସଂଗେ ସଂଗେ ମଣିଷ ସମାଜ ମଧ୍ୟରେ ବଳରାମ ଦାସଙ୍କୁ ପ୍ରତିଷ୍ଠିତ କରିବା ପାଇଁ ୧୯୯୨ ମସିହାରୁ ବଳରାମ ଦାସ ସ୍ମୃତି ସଂସଦ ଅହରହ କାର୍ଯ୍ୟ କରି ଆସୁଅଛି । ମୁଖ୍ୟତଃ ଅନୁଷ୍ଠାନର ପ୍ରଥମ ସଭାପତି ସ୍ୱର୍ଗତ ହଟକିଶୋର ସ୍ୱାଇଁଙ୍କର ନିଷ୍ଠାପର ପ୍ରଚେଷ୍ଟା ଯୋଗୁଁ ଦୀର୍ଘ 33 ବର୍ଷଧରି ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପାଳିତଳିତ ହୋଇ ଆସୁଅଛି । ବଳରାମ ରାମ ଦାସଙ୍କ ଦ୍ଵାରା ରଚିତ ଅନେକ ଗ୍ରନ୍ଥ କବିତା କାବ୍ୟ ମଧ୍ୟରୁ ଅନ୍ୟତମ ହେଲା ଦାଣ୍ଡି ରାମାୟଣ ଓ ଲକ୍ଷ୍ମୀପୁରାଣ ସମଗ୍ର ଓଡ଼ିଆ ଙ୍କ ଘରେ ଏକ ପର୍ବ ନୁହେଁ ବରଂ ମହୋତ୍ସବରେ ପରିଣତ ହୋଇପାରିଛି l

କେବଳ ଓଡିଶା କିମ୍ବା ଭାରତ ନୁହେଁ ସମଗ୍ର ପୃଥିବୀ ର କୋଣ ଅନୁକୋଣ ରେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀମାନେ ମାର୍ଗଶୀର ମାସ ଗୁରୁବାର ରେ ମାଣବସା ପର୍ବ ପାଳନ କରୁଅଛନ୍ତି । ବଳରାମ ଦାସ ଲଷ୍ମୀପୁରାଣ ମାଧମରେ ସମାଜର କୁସଂସ୍କାର ତଥା ଜାତିଭେଦକୁ ବିଲୋପ କରିବା ପାଇଁ ଏକ ସଚେତନତା ର ବାର୍ତ୍ତା ଦେଇଯାଇଛନ୍ତି l ଏଥିପାଇଁ କୋଣର୍କ ଠାରେ ଥୁବା ଅବଧୂତ ମଠ ମଠାଧୀଶ ବାବା ଆଦିତ୍ୟ ଚରଣ ଦାସ ମହାରାଜା ଙ୍କ ପ୍ରୟାସ ଯୋଗୁଁ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦ ସହଯୋଗରେ ମାର୍ଗଶୀର ମାସ ପ୍ରଥମ ଗୁରୁବାର ରେ ମାଣବସା ମହୋତ୍ସବ ପାଳନ କରାଯାଉଅଛି l

ପ୍ରତ୍ୟେକ ବର୍ଷ 50 ରୁ ଉର୍ଦ୍ଧ ସାଧୁ ସନ୍ଥ ମାନଙ୍କ ଉପସ୍ଥିତି ରେ ବଳରାମ ଦାସଙ୍କ ଜୀବନୀ, ସାହିତ୍ୟ ଓ ଭକ୍ତି ଭାବନା ଉପରେ ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ବଳରାମ ଦାସଙ୍କ ଫଟୋଚିତ୍ର କୁ ସମ୍ମାନ ସହକାରେ ଭଜନ କୀର୍ତ୍ତନ ଓ ନାମ ସଙ୍କୀର୍ତ୍ତନ କରାଯାଇ ଜନ୍ମପୀଠ ଗୁପ୍ତକ୍ଷେତ୍ର ଏରବଙ୍ଗଠାରେ ଏକ ସାହିତ୍ୟ ଆସର କରାଯାଏ l ଏହି ଅଞ୍ଚଳରେ ବହୁ ଭକ୍ତପ୍ରେମୀମାନେ ଯୋଗ ଦେଇ ଭକ୍ତି ରସରେ ନିଜକୁ ଭିଜାଇଥାନ୍ତି l ଠିକ ସେହିପରି ବଳରାମ ଦାସ ଙ୍କ ଜନ୍ମ ଦିନ ପହିଲି ରଜରେ ହୋଇଥିବାରୁ ପ୍ରତ୍ୟେକ ବର୍ଷ ତାଙ୍କର ଜୟନ୍ତୀ ସମାଧି ପୀଠ ବେଗୁନିଆ ଠାରେ ଥିବା ବଳରାମ ଦାସ ସ୍ମୃତି ସଂସଦ ଦ୍ଵାରା ପାଳନ କରାଯାଏ l