୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପିପିଲି :- ସକାଳୁ ପିପିଲି ନିକଟବର୍ତ୍ତୀ ନୁଆ ଶାସନ ଓ ତେଇଶିମାଇଲ ମଧ୍ୟରେ ଯାଇଥିବା ବାଇପାସ୍ ରାସ୍ତା ଉପରେ ରାସ୍ତା ଅବରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଜକୁ କିଛି ବର୍ଷ ହେବ ପିପିଲି ବଜାର ଦେଇ କୈାଣସି ଘରୋଇ ବସ୍ କିମ୍ବା ସିଟି ବସ୍ ଚଳାଚଳ କରୁନାହିଁ ଯେଉଁ କାରଣରୁ ପିପିଲି ଅଞ୍ଚଳରେ ବହୁ ସମସ୍ୟା ଲୋକମାନେ ଭୋଗୁଛନ୍ତି।ଯେପରି ପିପିଲି ବଜାରରେ ଥାନା, ବ୍ଲକ୍, ତହସିଲ, କୋର୍ଟ, ଚାନ୍ଦୁଆ ମାର୍କେଟ, ସ୍କୁଲ କଲେଜ ବହୁ ଆବଶ୍ୟକୀୟ କାର୍ଯ୍ୟ ମାନ ରହିଛି ଯେଉଁଥିପାଇଁ ଲୋକମାନେ ସିଧା ସଳଖ ଭାବରେ ବସ୍ ରେ ଆସି ପହଞ୍ଚି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କାରଣ କୈାଣସି ବସ୍ ବଜାର ଦେଇ ଯାଉନାହାନ୍ତି। ସମସ୍ତ ବସ୍ ବାଇପାସ୍ ଦେଇ ଯାଉଥିବାବେଳେ ବାଇପାସ୍ ରୁ ବଜାର ଭିତରକୁ ଆସିବାକୁ ଲୋକମାନଙ୍କୁ ୨ ରୁ ୩ କି:ମି ଚାଲିବାକୁ ପଡୁଛି।
ଛାତ୍ରୀମାନେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ଛିଡ଼ା ହେଉଥିବା ଦେଖି କିଛି ଅସାଧୁ ଅଟୋ ବାଲା ପିପିଲି ବଜାର ରେ ଫାଇଦା ଉଠାଉଛନ୍ତି ଉଚିତ ମୂଲ୍ୟ ରୁ ଅଧିକ ନେଉଛନ୍ତି।ତେଣୁ ଆଜି ପିପିଲି ଅଞ୍ଚଳର ଦୁଇଶହରୁ ଊର୍ଦ୍ଧ୍ଵ ଲୋକମାନେ ନୁଆ ଶାସନ ୩୧୬ ନମ୍ବର ଜାତୀୟ ରାଜପଥ ବାଇପାସ୍ ନିକଟରେ ରୁଣ୍ଡ ହୋଇ ସମସ୍ତ ବସ୍ କୁ ପିପିଲି ବଜାର ଦେଇ ଯିବାକୁ କହି । ରାସ୍ତା ଅବରୋଧ କରିଥିଲେ।ବହୁ ଗାଡି ଅଟକି ରହିଥିବା ପିପିଲି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନ କାରିଙ୍କ ସହିତ ବୁଝାସୁଝା କରି ପରିବହନ ବିଭାଗ ସହିତ ବୁଝାମଣା କରି କିପରି ଭାବରେ ପିପିଲି ବଜାର ଦେଇ ଗାଡି ଚଳାଚଳ କରିବ ସେ ନେଇ ପ୍ରତିଶ୍ରୁତି ଦେଇଥିବାବେଳେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା