୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପିପିଲି :- ପିପିଲି ଓରକଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ ଆୟୋଜିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମାଜ ସେବୀ ତଥା ଏ ଅଞ୍ଚଳର ଯୁବକ ସରୋଜ କୁମାର ପ୍ରଧାନ । ମୁଖ୍ୟ ବକ୍ତା ଭାବେ ପିପିଲି ଜବାହର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପୀତବାସ ସେଠୀ,
ସମ୍ମାନୀତ ଅତିଥି ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାଳୁ ଚରଣ ଭଟ୍ଟ ଓ ଅନ୍ୟ ଅତୀଥି ବୃନ୍ଦ ଯୋଗୋଦେଇଥିଲେ । ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଚଳିତ ବର୍ଷ କ୍ରୀଡା ଓ ଅନ୍ୟ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିବା ସହିତ ସେମାନଙ୍କୁ ଆଗକୁ ଯାଇ ଏ ସ୍କୁଲର ନାଁ ରଖିବା ସହ ସମାଜରେ ଭଲ ମଣିଷ ହେବା ପାଇଁ ଅତିଥିମାନେ କହିବା ସହ ପ୍ରଶଂସା କରିଥିଲେ
ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ଲେଙ୍କା ଙ୍କୁ ପ୍ରଶଂସା ଓ ମାନ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ଦ୍ବାରା ସମସ୍ଥ କାର୍ଯ୍ୟକ୍ରମ କରାଯାଇଥିଲା ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ଲେଙ୍କା ଏଥିରେ ସଭାପତିତ କରିଥିବାବେଳେ ବିଦ୍ୟାଳୟର ସମସ୍ଥ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।