No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟରେ ଆଜି ଆଡମ୍ବର ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ଗଜପତି ଜିଲ୍ଲା ମଙ୍ଗଳ ଉନ୍ନୟନ ଅଧିକାରୀ ସଲମନ୍ ରାଇକା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ ।
ଏହା ସହ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ମଲ୍ଲିକ, ମିତ୍ର ପ୍ରସାଦ ବିଶ୍ଵାଳ ଏବଂ ଅମିୟ ନୃସିଂହ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ କର୍ତ୍ତବ୍ୟ ନୀଷ୍ଟ ହୋଇ ଭଲ ଭାବେ ଶିକ୍ଷା ଗ୍ରହଣ କରି ସର୍ବପୁରାତନ ବିଦ୍ୟାଳୟ ନାମ ରଖିବା ନିମନ୍ତେ ପ୍ରଚେଷ୍ଟା କରିବା ପାଇଁ ମତ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର ସଭାପତିତ୍ବ କରିଥିଲେ। ଏହା ପରେ ଦିନ ବ୍ୟାପୀ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାକୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା।

No Result
View All Result