• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାର ଅର୍ଥନୀତିକୁ ସବୁଜ କରିବା ଦ୍ୱାରା ୨୦୩୦ ସୁଦ୍ଧା ୧୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସୃଷ୍ଟି ହେବ : ସିଇଇଡବ୍ଲ୍ୟୁ

Proprietor Abhimanyu Maharana by Proprietor Abhimanyu Maharana
January 30, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଶାର ଅର୍ଥନୀତିକୁ ସବୁଜ କରିବା ଦ୍ୱାରା ୨୦୩୦ ସୁଦ୍ଧା ୧୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସୃଷ୍ଟି ହେବ : ସିଇଇଡବ୍ଲ୍ୟୁ
Share on FacebookShare on TwitterWhatsapp

– ସବୁଜ ଅର୍ଥନୀତି ୨୦୩୦ ସୁଦ୍ଧା ଓଡ଼ିଶାର ଜିଡିପିକୁ ୨୩ ପ୍ରତିଶତ ବୃଦ୍ଧି କରିବାକୁ ସକ୍ଷମ ହେବ ।

୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର  :-  ଓଡ଼ିଶାରେ ତିନୋଟି ସବୁଜ କ୍ଷେତ୍ର, ଏନର୍ଜି ଟ୍ରାଞ୍ଜିସନ୍, ସର୍କୁଲାର ଇକୋନୋମି, ଏବଂ ବାୟୋ-ଇକୋନୋମିରେ ପ୍ରାୟ ୧୦ ଲକ୍ଷ ନୂତନ ପୂର୍ଣ୍ଣକାଳୀନ ସମକକ୍ଷ(ଏଫଟିଇ) ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି ଏବଂ ୨୦୩୦ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କା (୪୨ ବିଲିୟନ ଡଲାର) ନିବେଶ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହା ଏନର୍ଜି ,ଏନଭିରନମେଣ୍ଟ ଏବଂ ୱାଟର କାଉନସିଲ (ସିଇଇଡବ୍ଲୁ) ଦ୍ୱାରା ଏକ ନୂତନ, ନିରପେକ୍ଷ ଅଧ୍ୟୟନରୁ ଜଣାପଡିଛି । ଆଜି ଭୁବନେଶ୍ୱରରେ ଆୟୋଜିତ ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍’ରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଯୋଜନା ଓ ସଂଯୋଜନ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଏହି ଅଧ୍ୟୟନର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ୱରରେ ଅନୁଷ୍ଠିତ ‘ଉକ୍ରର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା କନକ୍ଲେଭ’ରେ ଆଜି ଉପସ୍ଥାପିତ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଏହା ରାଜ୍ୟର ଜିଡିପିକୁ ସିଧାସଳଖ ୨ ଲକ୍ଷ କୋଟି ଟଙ୍କା (୨୪ ବିଲିୟନ ଡଲାର) ଯୋଗଦାନ କରିବା ସହିତ ଏହାକୁ ୨୩ ପ୍ରତିଶତ ବୃଦ୍ଧି କରିପାରିବ ଏବଂ ଭାରତର ସବୁଜ ଅଭିବୃଦ୍ଧିରେ ଓଡ଼ିଶାକୁ ଏକ ପ୍ରମୁଖ ସ୍ଥଳ ଭାବରେ ସ୍ଥାନିତ କରିପାରିବ । ଏହି ଅଧ୍ୟୟନରେ ୨୮ଟି ସବୁଜ ଭାଲ୍ୟୁ  ଚେନ୍ ଚିହ୍ନଟ କରାଯାଇଛି । ଯେଉଁଥିରେ ସାମୁଦ୍ରିକ ଶୈବାଳ ଚାଷ ଏବଂ ବାଉଁଶ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଭାସମାନ ସୌର ଏବଂ ଇ- ଆବର୍ଜନା ପୁନଃଚକ୍ରଣ ପର୍ଯ୍ୟନ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ । ଯାହା ଏକତ୍ର ଅପାର ଆର୍ଥିକ ସମ୍ଭାବନାକୁ ପ୍ରତିନିଧିତ୍ୱ କରି ଥାଏ । ଏହାର ପ୍ରସ୍ତାବିତ ସବୁଜ ଓଡ଼ିଶା ପଦକ୍ଷେପ ଏହି ସୁଯୋଗଗୁଡ଼ିକୁ ସାକାର କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ନୀତି, ନିବେଶ ଏବଂ କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ ଏକ ରୋଡମ୍ୟାପ ପ୍ରଦାନ କରେ ।

ପ୍ରଥମ ଥର ପାଇଁ ସିଇଇଡବ୍ଲୁ ତରଫରୁ ଅଧ୍ୟୟନ କରାଯାଇ  ଓଡ଼ିଶାରେ କିପରି ଏକ ସବୁଜ ଅର୍ଥନୀତି ନିଯୁକ୍ତି, ଅଭିବୃଦ୍ଧି ଏବଂ ସ୍ଥାୟିତ୍ୱ ପ୍ରଦାନ କରିପାରିବ, ତାହା ଚିହ୍ନଟ କରାଯାଇଛି । ଏନର୍ଜି ଟ୍ରାଞ୍ଜିସନରେ ପ୍ରାୟ ୧୬ଟି ଭାଲ୍ୟୁ ଚେନ୍ ଯେପରିକି ସୌରଶକ୍ତି, ପବନ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ ସିଷ୍ଟମ୍ ଏବଂ ବୈଦ୍ୟୁତିକ ଯାନ ନିର୍ମାଣ ଆଦି ରହିଛି । ୨୦୩୦ ସୁଦ୍ଧା ୧.୫ ଲକ୍ଷ କୋଟି ପୁଞ୍ଜି ନିବେଶକୁ ଏହା ଆକର୍ଷିତ କରିପାରିବ ଏବଂ ୪ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ । ଏହା ବ୍ୟତୀତ, ସ୍ଥାୟୀ ପ୍ୟାକେଜିଂ, କୃଷି ପାଇଁ ଜୈବିକ ପ୍ରୟାସ, ହେନ୍ତାଳବଣ ପୁନରୁଦ୍ଧାର, କୃଷି ବନୀକରଣ ଏବଂ ସାମୁଦ୍ରିକ ଶୈବାଳ ଚାଷ ଭଳି ଜୈବ-ଅର୍ଥନୀତି ଏବଂ ପ୍ରକୃତି-ଆଧାରିତ ସମାଧାନଗୁଡ଼ିକ ଓଡ଼ିଶାର ଅର୍ଥନୀତିକୁ ୨୬,୦୦୦ କୋଟି ଟଙ୍କା ଯୋଗଦାନ କରିବା ସହିତ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ ।

ଏହା ସହିତ, ସ୍ଥାୟୀ ପର୍ଯ୍ୟଟନ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଏବଂ ପରିବେଶଗତ ଐତିହ୍ୟକୁ ବ୍ୟବହାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ । ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ଆଗେଇ ନେବା ଏବଂ ଅନୁନ୍ନତ ଅଂଚଳଗୁଡ଼ିକରେ ଆର୍ଥିକ ସୁଯୋଗକୁ ବିସ୍ତାର କରିବା ଏହା ଦ୍ୱାରା ସମ୍ଭବ ହେବ । ଏହି ଅବସରରେ ସିଇଇଡବ୍ଲୁର ସିଇଓ ଡକ୍ଟର ଅରୁଣାଭ ଘୋଷ କହିଲେ, ଭାରତର ସବୁଜ ଅର୍ଥନୀତି ଆଡ଼କୁ ପରିବର୍ତ୍ତନ ଦେଶର ରାଜ୍ୟଗୁଡ଼ିକର ଦୃଷ୍ଟିକୋଣ ଏବଂ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇ ପାରିବ ଏବଂ ଓଡ଼ିଶା ଏହି ଦାୟିତ୍ୱର ନେତୃତ୍ୱ ନେଉଛି । ବିଶ୍ୱ ଜଳବାୟୁ ପାଣ୍ଠି ସୁରକ୍ଷିତ କରିବା ଏବଂ ଜଳବାୟୁ ବଜେଟିଂ ଗ୍ରହଣ କରିଥିବା ପ୍ରଥମ ରାଜ୍ୟ ଭାବରେ, ଓଡ଼ିଶା ପ୍ରଦର୍ଶନ କରୁଛି ଯେ, କିପରି ସାହସିକ ନୀତି ନବସୃଜନକାରୀ ପରିବର୍ତନ ଆଣିପାରେ ।

ଏହାର ପ୍ରାକୃତିକ ବିବିଧତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦକୁ ଉପଯୋଗ କରି, ରାଜ୍ୟ ଏବେ ସୌରଶକ୍ତି ଠାରୁ ସାମୁଦ୍ରିକ ଶୈବାଳ ପର୍ଯ୍ୟନ୍ତ ସବୁଜ ଶିଳ୍ପ ଏବଂ ସ୍ଥାୟୀ ଜୀବିକା ପାଇଁ ଏକ କେନ୍ଦ୍ର ହୋଇପାରିବ । ଯାହା ଜଳବାୟୁ ସ୍ଥିରତା ସହିତ ଆର୍ଥିକ ଅଭିବୃଦ୍ଧିକୁ ସମନ୍ୱିତ କରିବା ପାଇଁ ଏକ ମାନଦଣ୍ଡ ସ୍ଥାପନ କରିବ । ଭାରତ ଆଗାମୀ କେନ୍ଦ୍ର ବଜେଟକୁ ଅପେକ୍ଷା କରୁଥିବାବେଳେ, ଓଡ଼ିଶାର ନେତୃତ୍ୱ ସବୁଜ ଅର୍ଥନୀତିକୁ ଏକ ଜାତୀୟ ପ୍ରାଥମିକତା ଦେବା ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରଦାନ କରୁଛି । ଏକ ସ୍ଥାୟୀ ଏବଂ ସମାନତା ଭବିଷ୍ୟତ ଆଡକୁ ଭାରତର ଯାତ୍ରାକୁ ଏହା ତ୍ୱରାନ୍ୱିତ କରିବ । ସିଇଇଡବ୍ଲୁ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ପୁନଃଚକ୍ରଣ ଏବଂ ପୁନଃବ୍ୟବହାର ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏକ ସର୍କୁଲାର ଇକୋନୋମିକୁ ପ୍ରୋତ୍ସାହିତ କରିବା ଦ୍ୱାରା ୨୦୩୦ ସୁଦ୍ଧା ୩୦,୦୦୦ ରୁ ଅଧିକ ନୂତନ ନିଯୁକ୍ତି ଏବଂ ୧୦,୦୦୦ କୋଟି ଟଙ୍କାର ବଜାର ସୁଯୋଗ ସୃଷ୍ଟି ହୋଇପାରିବ ।

ଏହା ବ୍ୟତୀତ, ଲିଥିୟମ-ଆୟନ ବ୍ୟାଟେରୀ ପୁନଃଚକ୍ରଣ, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଏବଂ ଇଲୋକ୍ଟ୍ରୋନିକ ବର୍ଜ୍ୟ ପ୍ରକ୍ରିୟାକରଣ ଭଳି ଭାଲ୍ୟୁ ଚେନ୍ କୁ ପ୍ରୋତ୍ସାହିତ କରିବା ଦ୍ୱାରା କେବଳ ପରିବେଶଗତ ଆହ୍ୱାନର ସମାଧାନ ହେବ ନାହିଁ ବରଂ ବିଶ୍ୱସ୍ତରୀୟ ସ୍ଥାୟିତ୍ୱ  ଲକ୍ଷ୍ୟ ସହିତ ସମନ୍ୱିତ ହେଉଥିବା ଉଚ୍ଚ-ମୂଲ୍ୟ ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଏହି ଅବସରରେ ସିଇଇଡବ୍ଲୁର ସବୁଜ ଅର୍ଥନୀତି ଏବଂ ପ୍ରଭାବ ନବସୃଜନ ନିର୍ଦ୍ଦେଶକ ଶ୍ରୀ ଅଭିଷେକ ଜୈନ କହିଲେ, ସିଇଇଡବ୍ଲୁର ଏହି ଅଗ୍ରଣୀ ଅଧ୍ୟୟନ ଉଦୀୟମାନ ସବୁଜ ସୁଯୋଗ ବିଷୟରେ ବୋଧଗମ୍ୟତାକୁ ବ୍ୟାପକ କରେ, ଯାହା ବର୍ତ୍ତମାନ ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ, ଶିଳ୍ପପତି ଏବଂ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି  ।

ଏହା ଓଡ଼ିଶାର ଅପାର ସମ୍ଭାବନାକୁ ଉନ୍ମୁକ୍ତ କରେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ପଷ୍ଟ କାର୍ଯ୍ୟ ଯୋଜନାର ଆବଶ୍ୟକତା ରହିଛି । ରାଜ୍ୟ ସବୁଜ ଓଡ଼ିଶା ପଦକ୍ଷେପ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଗ୍ରହଣ କରି ସବୁଜ କ୍ଷେତ୍ରକୁ ବୃଦ୍ଧି କରିବାରେ ସମ୍ବଳଗୁଡ଼ିକୁ ଏକୀକୃତ କରିପାରିବ ଏବଂ ଚ୍ୟାଲେଞ୍ଜକୁ ଦୂର କରିପାରିବ । ନୂତନ ବଜାର ସୃଷ୍ଟି କରିବା, ଦକ୍ଷତା ବିସ୍ତାର କରିବା ଏବଂ ସମାନ ବିକାଶ ସୁନିଶ୍ଚିତ କରିବା ପାଇଁ ଘରୋଇ କ୍ଷେତ୍ର ଏବଂ ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକୁ ସାମିଲ କରିବା ଉପରେ ଏହାର ସଫଳତା ନିର୍ଭର କରିବ । ଏହି ଅଧ୍ୟୟନରେ ବିପୁଳ ନିଯୁକ୍ତି ଅଭିବୃଦ୍ଧି ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ଆଗେଇ ନେବା ପାଇଁ ନବୀକରଣ କରିବା ସହିତ ଏକ ସବୁଜ ଅର୍ଥନୀତି ଗଠନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସିଇଇଡବ୍ଲୁ ବିଶ୍ଳେଷଣରୁ ଜଣାପଡିଛି ଯେ, ଏବିଏସ ସମେତ ସର୍କୁଲାର ଇକୋନୋମି ଏବଂ ଜୈବ ଅର୍ଥନୀତି ମଧ୍ୟରେ ଭାଲ୍ୟୁ ଚେନ୍ ନବୀକରଣ ଅପେକ୍ଷା ଅଧିକ ନିଯୁକ୍ତି-ନିବେଶ ଅନୁପାତ ପ୍ରଦାନ କରିବାକୁ ସକ୍ଷମ ହେବ । ଏନର୍ଜି ଟ୍ରାଞ୍ଜିସନ କ୍ଷେତ୍ର ତୁଳନାରେ ପ୍ରତି କୋଟି ନିବେଶରେ ଏଫଟିଇ ଚାକିରି ସର୍କୁଲାର ଇକୋନୋମି ଏବଂ ଜୈବ ଅର୍ଥନୀତିରେ ଏହା ଯଥାକ୍ରମେ ୧୨ ଏବଂ ୯ ଗୁଣା ଅଧିକ । ଏହା ସହିତ ସିଇଇଡବ୍ଲୁ ଅଧ୍ୟୟନ ସାରା ରାଜ୍ୟରେ ଏହି ଚେନ୍ ଗୁଡି଼କୁ ବୃଦ୍ଧି କରିବା ପାଇଁ ଏକ ବ୍ୟାପକ ଯୋଜନା ଭାବରେ ସବୁଜ ଓଡ଼ିଶା ପଦକ୍ଷେପ ପାଇଁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହାର ସାଧାରଣ ଫଳାଫଳ ଢାଂଚା ବିଭାଗୀୟ- ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥାପନ କରିବ ଏବଂ ଲକ୍ଷ୍ୟ ହାସଲକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ବଜେଟର ସମନ୍ୱୟକୁ ସକ୍ଷମ କରିବ । ଯେପରିକି ସାମୁଦ୍ରିକ ଶୈବାଳ ଚାଷ ପାଇଁ ଉପକୂଳବର୍ତ୍ତୀ ଅଂଚଳଗୁଡ଼ିକୁ ପ୍ରାଥମିକତା ଦେବା  କିମ୍ବା ଶିଳ୍ପ ଜୋନରେ ସହରାଂଚଳ ବର୍ଜ୍ୟ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ।

ଏହି ପଦକ୍ଷେପ ରାଜ୍ୟର କର୍ମଶକ୍ତିକୁ ସବୁଜ ଚାକିରି ପାଇଁ ପ୍ରସ୍ତୁତ କରିବା ପାଇଁ ଦକ୍ଷତା-ବିକାଶ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତାବିତ କରିଥାଏ । ଏହା ସହଭାଗିତାକୁ ପ୍ରୋତ୍ସାହିତ କରେ । ଘରୋଇ ଉଦ୍ୟୋଗଗୁଡ଼ିକ ସହିତ ମିଶି ସବୁଜ ହାଇଡ୍ରୋଜେନ ଏବଂ ବ୍ୟାଟେରୀ ପୁନଃଚକ୍ରଣ ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକରେ ନିବେଶ କରିବାକୁ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ନୀତିଗତ ସମନ୍ୱୟ, ସମ୍ବଳ ସଂଗ୍ରହ ଏବଂ ଅଂଶୀଦାରଙ୍କ ସହଯୋଗରେ , ଜିଆରଓଆଇ ଏକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଆର୍ଥିକ ପରିବର୍ତ୍ତନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି , ଯାହା ଓଡ଼ିଶାର ସମସ୍ତ ଅଂଚଳକୁ ଲାଭାନ୍ୱିତ କରିବାକୁ ସକ୍ଷମ ହେବ । ଏହି ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଚିହ୍ନଟ କରୁଥିବା ବେଳେ, ଏହା ତିନୋଟି ସବୁଜ ଅର୍ଥନୈତିକ କ୍ଷେତ୍ର ଏବଂ ସେମାନଙ୍କର ୨୮ଟି ଭାଲ୍ୟୁ ଚେନ୍ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି, ଯାହା ସବୁଜ ଅର୍ଥନୀତିର ବିକାଶ ସହିତ ଅତିରିକ୍ତ ସୁଯୋଗ ପାଇଁ ସମ୍ଭାବନା ସୃଷ୍ଟି କରୁଛି । ଏହି ନିଷ୍କର୍ଷଗୁଡ଼ିକ ଏହି ସୁଯୋଗଗୁଡ଼ିକୁ ସ୍ଥାୟୀ ଭାବରେ ସର୍ବାଧିକ କରିବା ପାଇଁ ସମନ୍ୱିତ ରାଜ୍ୟ, ବଜାର ଏବଂ ନାଗରିକ ସମାଜ ପ୍ରୟାସର ଗୁରୁତ୍ୱକୁ ଗୁରୁତ୍ୱ ପ୍ରଦାନ କରିଛି ।

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

October 10, 2026
କୁଇବାହାଲ ରେ ନୁଆଁଖାଇ ଭେଟ

କୁଇବାହାଲ ରେ ନୁଆଁଖାଇ ଭେଟ

October 10, 2026
ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration

ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ

October 10, 2026
ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration

ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration

October 10, 2026

Recent News

ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

October 10, 2026
କୁଇବାହାଲ ରେ ନୁଆଁଖାଇ ଭେଟ

କୁଇବାହାଲ ରେ ନୁଆଁଖାଇ ଭେଟ

October 10, 2026
ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration

ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ

October 10, 2026
ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration

ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration

October 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

October 10, 2026
କୁଇବାହାଲ ରେ ନୁଆଁଖାଇ ଭେଟ

କୁଇବାହାଲ ରେ ନୁଆଁଖାଇ ଭେଟ

October 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version