No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ନିକଟ ଅନ୍ତରବେର୍ଦି ମଠ ,ତ୍ରିବେଣୀ ଘାଟ ଠାରେ ଶିଶୁ କିଶୋର ପତ୍ରିକା କୃପାନେତ୍ର ଓ ଓଡିଶା ସାହିତ୍ୟ ଏକାଡେମିର ମିଳିତ ସହଯୋଗରେ କୃପାନେତ୍ର ପକ୍ଷରୁ ୧୬ ତମ ବାର୍ଷିକ ସ୍ୱନକ୍ଷେତ୍ର ଉତ୍ସବ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବକୁ କୃପାନେତ୍ରର ଉପଦେଷ୍ଟା ଲିଙ୍ଗରାଜ ଆଚାର୍ଯ୍ୟ ଉଦ୍ଘାଟନ କରିଥିବାବେଳେ ଏଥିରେ କୁନିକୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ,ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,

ଏହାର ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା କ୍ରୀଡା ସାମ୍ବାଦିକ ସୁରେଶ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଏଠାର ଦୀର୍ଘ ବର୍ଷର ପରମ୍ପରାର ଚଢ଼େଇ ଲଢେଇର ଦୃଶ୍ୟ ଆଉ ତ୍ରିବେଣୀରେ ଦେଖିବାକୁ ମିଳୁ ନାହିଁ କି, ପ୍ରବଳ ଜନଗହଳି ପୂର୍ଣ୍ଣ ଲୋକେ ନାହିଁ ବୋଲି କହି ଦୁଃଖ ପ୍ରକାଶ କରିବା ସହ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ତାକର୍ଷକ ନୃତ୍ୟ, ସଙ୍ଗୀତକୁ ଶ୍ରୀ ସ୍ୱାଇଁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିଲୀପ କୁମାର ବଳିଆର ସିଂହ ,

ବନମାଳୀପୁର କଲେଜର ଅଧ୍ୟକ୍ଷ ମୂରଲୀଧର ସାହୁ, ସମାଜସେବୀ ମାଗୁଣି ଚରଣ ସେଠୀ, ରମେଶ ଚନ୍ଦ୍ର ସାହୁ,କାଶୀନାଥ ବାରିକ୍, ପ୍ରଫୁଲ୍ କୁମାର ଦାଶ, ପ୍ରଦୀପ୍ତ କୁମାର ପାତ୍ର, ପ୍ରମୁଖ ଯୋଗ ଦେଇ କହିଥିଲେ ଯେ, କିଶୋର ମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା, ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିବା ସହ ପ୍ରତିଯୋଗୀ ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

ଆଜିର ଉଦଯାପନୀ ଉତ୍ସବରେ ବହୁ କବିମାନେ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲାବେଳେ ଏହାର ଉଦଯାପନ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ , ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ରକ୍ଷକ ନାୟକ, ମୁଖ୍ୟବକ୍ତା ରୂପେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଦେବେନ୍ଦ୍ର କୁମାର ଦାଶ, ଏବଂ ସମ୍ମାନୀତ ଅତିଥିଭାବେ ପ୍ରାଚୀ ଗବେଷକ ହଂସ ନାଥ ସାହୁ , ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବି ସୁମନ୍ତ କୁମାର ସ୍ବାଇଁ,

ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର, ଅବସର ପ୍ରାପ୍ତ ପ୍ରଶାସକ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଠା ମାଗୁଣି ଚରଣ ସେଠୀ,ପ୍ରଦୀପ୍ତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ କବି, କବୟିତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ , ଏହି କାର୍ଯ୍ୟକ୍ରମରେ ଆଇନଜୀବି ଅବଦୁଲ ବାରି ଏବଂ ସୁଜାତା ଦାଶ ମଞ୍ଚ କରିଥିଲାବେଳେ , ଏଠାରେ ଛୋଟ ଛୋଟ ପିଲାମାନଙ୍କର ଦ୍ୱାରା ପାଇକ ଆଖଡ଼ା ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା ।

No Result
View All Result