No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚିଲିକା :-> ନାଚୁଣୀ ମହାବିଦ୍ୟାଳୟ ର ୪୪ତମ ବାର୍ଷିକ ଉତ୍ସବ ଅବସରରେ ୨ୟ ଦିବସରେ ଓଡ଼ିଆ ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିଵ ଡ଼ଃ କୁଳମଣି ଓଝା, ମୁଖ୍ୟ ବକ୍ତା ଭାବେ ନରେନ୍ଦ୍ର ପୁର , ଗଞ୍ଜାମ ସ୍ଥିତ ଓଡ଼ିଆ ଭାଷା ଓ ସାହିତ୍ୟ ଵିଭାଗ ମୁଖ୍ୟ ଡ଼ଃ ହୃଷୀକେଶ ପଣ୍ଡା ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସୁନାବେଡ଼ା, କୋରାପୁଟ ର ଅତିଥି ପ୍ରାଧ୍ୟାପକ ଡ଼ଃ ସତ୍ୟ ନାରାୟଣ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ ପରେ ଓଡ଼ିଆ ସାହିତ୍ୟ ସଂସଦ ର ଉପ ସଭାପତି ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରତିଭା ଡ଼ଃ ସତ୍ୟ ନାରାୟଣ ଷଡ଼ଙ୍ଗୀ ଙ୍କୁ ଲକ୍ଷ୍ମୀ ଧର ଭୋଳ ଆଞ୍ଚଳିକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସନ୍ ଯୋଜନା କରିଥିଲେ ଅଧ୍ୟାପିକା ଅରୂପମା ମହାପାତ୍ର। ଅଧ୍ୟାପକ ଲିକୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟାପକ ସଂଗ୍ରାମ କେଶରୀ ହରିଚନ୍ଦନ ଙ୍କ ନିର୍ଦ୍ଦେଶିତ ନାଟକ ଆଉ ଏକ ରେବତୀ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା । ଅଧ୍ୟାପକ ଅଜିତ ମିଶ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ଵ୍ରୃନ୍ଦ ସଙ୍ଗୀତ ଗାନ କରାଯାଇଥିଲା।

No Result
View All Result