120 ମିଟର ଲମ୍ବା ତ୍ରିରଙ୍ଗା ବୁଲିଲା ଶୋଭାଯାତ୍ରାରେ
୨୮ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ସାରା ଭାରତ ବର୍ଷରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ଆନୁକୁଲ୍ୟରେ ସଧାରଣତନ୍ତ୍ର ଦିବସ ରାଜସୁନାଖଳା ପୋଡାସ୍କୁଲ ପଡିଆରେ ପାଳିତ ହୋଇଯାଇଛି । ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।
ଏଥି ସହ, ସମ୍ପାଦକ ମିର୍ଜା ଫକୀର ଉଦିନ ବେଗ, ସହ ସମ୍ପାଦକ ସମ୍ବିତ କୁମାର ସାହୁ, ଉପସଭାପତି ବଲଭ କୁମାର ପ୍ରଧାନ, କୋଷାଧକ୍ଷ ଜଗନ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା । ଭାରତ ମାତା କି ଜୟ ଧ୍ବନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଅତିଥିଙ୍କୁ ପାଛୋଟି ନେବା ପାଇଁ ମାସ୍ ପ୍ୟାରେଡର ସୁବ୍ୟବସ୍ଥା କରା ଯାଇ ଥିଲା ।
ଏହି ପ୍ୟାରେଡରେ ୨୬ ଗୋଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ସ୍କାଉଟ ଗ୍ରୁପର କଉଁରିପାଟଣା ୟୁ.ଜି.ଏ. ମି ସ୍କୁଲ, ପ୍ରଥମ ସ୍ଥାନ ପୁରସ୍କୃତ ହୋଇଥିବାବେଳେ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ରାଜସୁନାଖଳାର ୮୨ ଜଣ ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।














