No Result
View All Result
୨୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚିଲିକା :- ବାଲୁଗାଁ ସ୍ଥିତ ବାଲୁଗାଁ ଭାରତୀୟ ଜୀବନ ବୀମା ନିଗମ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଶାଖା ପରିଚାଳକ ଅନୟ କୁମାର ମହାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ସଦସ୍ୟଙ୍କ ଗହଣରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଭାରତ ମାତାକୀ ଜୟ ଏବଂ ମହାପୁରୁଷ ମାନଙ୍କ ଜୟ ଗାନ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଅଫିସି ପରିସର । ଏହି ଅବସରରେ ଶାଖା ପରିଚାଳକ ଶ୍ରୀ ମହାନ୍ତି,
ମୋହିତି ପଟେଲଙ୍କ ନେତୃତ୍ୱରେ ଅଭିକର୍ତ୍ତା ମାନଙ୍କୁ ପୁରସ୍କୃତ ପ୍ରଦାନ କରା ଯାଇଥିଲା । ଶାଖା କୁ ସୁଦୃଢ କରିବା, ବ୍ୟବସାୟ ରେ ଯେପରି ଭୁବନେଶ୍ୱର ମଣ୍ଡଳରେ ବାଲୁଗାଁ ଶାଖା ଯେମିତି ଏକ ନମ୍ୱର ରହିବ ଶ୍ରୀ ମହାନ୍ତି ଅଭିକର୍ତ୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଚଳିତ ବର୍ଷ ଜନହିତକର କାର୍ଯ୍ୟକୁ ଗୁରୁତ୍ୱ,ନିରପେକ୍ଷ ଭାବେ ଗ୍ରାହକ ଓ ଅଭିକର୍ତ୍ତା ମାନଙ୍କୁ ସାହାଯ୍ୟ ଓ ସୋହେଯୋଗ ପାଇ ପାରିବେ ଶାଖାର ସଦ୍ୟସ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା ।
ଉକ୍ତ କର୍ଯ୍ୟ କ୍ରମରେ ବାଲୁଁଗାଁ ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତିଙ୍କୁ କ୍ରୀଷ୍ଣା ଶିକାରୀ, ଦିବ୍ୟାଙ୍ଗନା ସାମନ୍ତରାୟଙ୍କୁ ବାଲୁଁଗାଁ ଶାଖା କର୍ଯ୍ୟଳୟ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଲିୟାଫି ସଙ୍ଘର ସଭାପତି ତ୍ରିଲୋଚନ ସାହୁ ଅଭି ଭାଷଣ ରଖିଥିଲେ, ସମ୍ପାଦକ ରତିକାନ୍ତ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଶିବଶକ୍ତି ଶାସମଲ, ବିନୋଦ ରାଉତରାୟ,
ପ୍ରମୁଖ ଅଭିକର୍ତ୍ତା ଓ ସମସ୍ତ ଉନ୍ନୟନ ଅଧିକାରୀ ମାନେ ଉପେସ୍ଥିତ ଥିଲେ । ଆସ୍ତିକ କୁମାର ଦଳାଇ ଓ ପ୍ରଦୀପ ବଲବନ୍ତରାୟ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ,ଏବଂ ପରିଶେଷରେ ସମସ୍ତ ଅଭିକର୍ତ୍ତା ଓ ସମସ୍ତ ଉନ୍ନୀନ ଅଧିକାରୀ ମାନଙ୍କୁ ଭାରତୀୟ ଜୀବନ ବୀମା ନିଗମ ବାଲୁଁଗାଁ ଶାଖା କାର୍ଯ୍ୟାଳୟ ତରଫରୁ ମିଠା ବଣ୍ଟନ କରାଯାଇ ଥିଲା ।

No Result
View All Result