ଓଡିଶା ତାଜା ନ୍ୟୁଜ୍ ( ୨୫ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :– ଗଜପତି ଜିଲ୍ଲା ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଥିବା ସି.ଏଚ୍.ସି ରେ କାର୍ଯ୍ୟ ରତ ଯୁବ ଡାକ୍ତର ଏମ୍. ଶିବରାମ କାଳିଆପଟା ଠାରେ ଥିବା କୋଭିଡ କେର ସେଣ୍ଟର ର ଦ୍ୱାୟିତ୍ୟ ରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା ଡାକ୍ତର ଏମ୍ ଶିବରାମ ମଧ୍ୟ କରୋନା ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ l
କରୋନା ରୁ ସୁସ୍ଥ ହୋଇ ଫେରିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ଲାଜମା ଦାନ କରିବା ପାଇଁ କରୋନା ଯୋଦ୍ଧା ମାନଙ୍କୁ ଯେଉଁ ଆହ୍ବାନ ଦେଇଥିଲେ ତାକୁ ଆଧାର କରି ଗଜପତି ଜିଲ୍ଲାର ପ୍ରଥମ କରୋନା ଯୋଦ୍ଧା ଭାବେ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ବ୍ଲଡବେଙ୍କ ରେ ପ୍ଲାଜମା ଦାନ କରିଥିଲେ l ଯେଉଁ ମାନେ କରୋନl ରୁ ସୁସ୍ଥ ହୋଇ ଫେରିଛନ୍ତି ସେମାନେ ମଧ୍ୟ ପ୍ଲାଜମା ଦାନ କରିବା ପାଇଁ ଡ: ଶିବରାମ ଅନୁରୋଧ କରିଛନ୍ତି (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)