No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ବିଜେପି ପକ୍ଷରୁ ପୁରୀ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷହୋଇଛି। ନୂଆ ଜିଲ୍ଲା ବିଜେପି ସଭାପତି ଭାବେ ଡା. ଦେବେନ୍ଦ୍ର ନାଥ ତରାଇ ଘୋଷିତ ହୋଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜିଲ୍ଲା ନିର୍ବାଚନଅଧିକାରୀ ବିଶ୍ଵେଶ୍ଵର ଟୁଡୁ, ଜିଲ୍ଲା ପର୍ଯ୍ୟବେକ୍ଷକ, ପୁରୀ ସାଂସଦ ଡା. ସମ୍ବିତ୍ ପାତ୍ର ଯୋଗଦେଇଥିଲେ l ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ଆଜି ନୂଆ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଡା. ତରାଇ ପେଶାରେ ଜଣେ ଡାକ୍ତର ହୋଇ ମଧ୍ୟ ରାଜନୀତିରେ ସାମିଲ ହୋଇଥିଲେ ।
ପ୍ରଥମେ ସେ ବିଜୁ ଜନତା ଦଳରେ ରହିଥିଲେ। ପରେ ୨୦୧୩ରେ ବିଜେପିରେ ସାମିଲ ହୋଇ ୨୦୧୪ ସାଧାରଣନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ। ଜିଲ୍ଲା ବିଜେପିର ସମ୍ପାଦକ ଭାବେ ସାଢେ ୩ ବର୍ଷ ଦାୟିତ୍ଵରେ ରହିଥିଲେ । ସଭାପତି ହେବା ପୂର୍ବରୁ ସେ କାର୍ଯ୍ୟକାରୀ ସଭାପତି ଥିଲେ । ପୁରୀ ଜିଲ୍ଲାର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆଗକୁ ସୁଦୃଢ଼କରିବା ପ୍ରଥମ ଲକ୍ଷ୍ୟ ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ତେଣୁ ପୁରୀ ଜିଲ୍ଲାର ୧୧ଟିବ୍ଲକ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବି କିପରି ଦଖଲ କରିବୁ ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ। ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ରୁ ୪ଟି ବିଜେପି ଦଖଲ କରିଥିଲା l
ଆଗକୁ ଆମେ ୬ ରୁ ୬ ଦଖଲ କରିବୁ ବୋଲି ସେ କହିଛନ୍ତି । ପୂର୍ବରୁ ସେ ପୁରୀ ଜିଲ୍ଲା ବିଜେପି କାର୍ଯ୍ୟକାରୀ ସଭାପତି ଥିଲେ l ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭାପତି ଓ ୩୩ ଟି ସଭ୍ୟ ପଦବୀ ହାସଲ ପାଇଁ ଚେଷ୍ଟା କରିବୁ l ଡା.ତରାଇଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିବା ପରେ ସ୍ଵାଗତର ସୁଅ ଛୁଟିଛି। ପୂର୍ବତନ ଜିଲ୍ଲା ସଭାପତି ତଥା ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ସଂପାଦକ ଉମା କାନ୍ତ ନାୟକ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଡା. ତରାଇ କହିଛନ୍ତି, ବର୍ତ୍ତମାନ ର ଡବଲ୍ ଇଂଜିନ୍ ସରକାରରେ ମୁଁ ତୃଣମୂଳସ୍ତର ରୁ ସଂଗଠନକୁ ସୁଦୃଢ଼ କରିବି। ସ୍ୱାସ୍ଥ୍ୟସେବା ସହ ଜନ ସେବା କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ l ବ୍ରହ୍ମଗିରି କୃଷ୍ଣପ୍ରସାଦ ମାଟି ର ପୁଅ ଜିଲ୍ଲା ରାଜନୀତି ର ମଙ୍ଗ ଧରି ଥିବାରୁ ସେହି ଅଞ୍ଚଳ ରେ ଆନନ୍ଦ ର ଲହରୀ ଖେଳିଯାଇଛି l

No Result
View All Result