୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାଇକିଆ :- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଣିକ ସଂଘ ତରଫରୁ ସଡକ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର, ମଦ୍ୟପାନ କରି ଗାଡି ନ ଚଳାଇବା , ଟ୍ରାଫିକ ନିୟମ ମାନିବା, ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଗାଡି ଚଳେଇବାକୁ ନଦେବା , ଦ୍ରୁତ ଗତିରେ ଗାଡି ନଚଳାଇବା,
ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ନିମନ୍ତେ ଜନସାଧାରଣଙ୍କୁ ଲିଫଲେଟ ଏବଂ ଚକୋଲେଟ ବଣ୍ଟନ କରି ସଚେତନତା କରାଯାଇଥିଲା । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ରାଇକିଆ ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା, ଉପସଭାପତି ତିରୁପତି ଶୁବୁଦ୍ଧି, ସମ୍ପାଦକ ଦୁର୍ଯ୍ୟଧନ ଲେଙ୍କା, ଆର. ମହେନ୍ଦ୍ର ପାତ୍ର, ଅଶୋକ ସାହୁ , ବ୍ରଜ ପତି ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ । ଓ ରାଇକିଆ ପୋଲିସ୍ ପ୍ରଶାସନ ମଧ୍ୟ ଉପ ସ୍ଥିତ ଥିଲେ।














