No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ରବିବାର ଦିନ 76 ତମ ଗଣତନ୍ତ୍ର ଦିବସ ଅବସରରେ ରା,ଉଦୟଗିରି ବ୍ଲକର ରାମଗିରି ବନାଞ୍ଚଳ ମହେନ୍ଦ୍ରଗଡ଼ ସେକ୍ସନ ତରଫରୁ ମହେନ୍ଦ୍ରଗଡ଼ ଓ ସନ୍ଧିସାହି ଠାରେ ଭଲିବଲ ପ୍ରତିଯୋଗିତା ହୋଇଯାଇଛି l ମଧ୍ୟାହ୍ନ 12 ଘଣ୍ଟା ସମୟରେ ସରପଞ୍ଚ ପ୍ରତିନିଧି ଶ୍ରୀ କୃପାସିନ୍ଧୁ ଗମାଙ୍ଗ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଯୁବ ସମାଜସେବୀ ଶ୍ରୀ ପ୍ରକାଶ ଚନ୍ଦ୍ର ବଡ଼ରଇତ ଶ୍ରୀ ଶଶୀ ଭୂଷଣ ସା ବିଦୁଲତା ସୁବୁଦ୍ଧି ଶ୍ରୀ ବିଭୀଷଣ ଭୂୟାଁଙ୍କ ଉପସ୍ଥିତିରେ ସନ୍ଧିସାହି ଠାରେ ଭଲିବଲ ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଯାଇଛି l
ଏହି ପ୍ରତିଯୋଗିତାରେ ସାତୋଟି ଦଳ ଭାଗ ନେଇଥିଲେ ସେଥିମଧ୍ୟରୁ ଖମାରିସାହି ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପିତାଖାରି ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ l ଉଦଯାପନୀ ଉତ୍ସବରେ ଜିରାଙ୍ଗ ବନପାଳ ଶ୍ରୀ ଶିବରାମ ସାବତ ଯୋଗଦେଇ ବିଜୟୀ ଖମାରିସାହି ଦଳକୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି ପ୍ରତିଯୋଗିତାର ମୂଳ ଉଦ୍ୟେଶ ହେଲା ଗ୍ରାମାଞ୍ଚଳର ଯୁବପିଢ଼ି ଜଙ୍ଗଲ ସୁରକ୍ଷା ଓ ବଣପୋଡି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ଲୋକମାନଙ୍କୁ ସଚେତନତା ସୃଷ୍ଟି କରାଇବାରେ ସହାୟକ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l
ପ୍ରକାଶ ଥାଉ କି ଚଳିତ 76 ତମ ଗଣତନ୍ତ୍ର ଦିବସ ଅବସରରେ ଜିରାଙ୍ଗ ବନପାଳ ଶ୍ରୀ ଶିବରାମ ସାବତ ନିଜର ପରାକାଷ୍ଠା ଉଦ୍ୟମ ଫଳରେ ସମଗ୍ର ଜିଲ୍ଲାରେ ଶ୍ରେଷ୍ଠ ବନପାଳ ରୂପେ ବ୍ରହ୍ମପୁର ଠାରେ ସମ୍ବର୍ଦ୍ଧିତ ହୋଇ ପାରିଥିବା ଯୋଗୁଁ ଭୁୟସୀ ପ୍ରଶଂସା କରାଯାଇ କରାଯାଇ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବନପାଳ ଶ୍ରୀ ବିଭୀଷଣ ଭୂୟାଁ ପରିଚାଳନା କରିଥିଲେ l

No Result
View All Result