No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ରବିବାର ଦିନ ରା,ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତ ଅଧିନସ୍ଥ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ପତାକା ଉତ୍ତୋଳନ କରିଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ତ୍ରିରଙ୍ଗା ଯୁବକ ସଂଘ କାର୍ଯ୍ୟାଳୟ ଠାରେ ନାଏବ ସରପଞ୍ଚ ଶ୍ରୀ ଉତ୍ତମ ମାଝୀ
M2 ମହଲ ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଖମ୍ବେଶ୍ୱର ଗୁରୁଜୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର
ଓ ସିଲଡ଼ ଦେଇ ଉତ୍ସାହିତ କରାଯାଇଥିଲା ସେହିଭଳି ମାନ୍ୟବର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ଓ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l


No Result
View All Result