୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାୟଗଡ଼ :- ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି କମିଟି ବିକାଶ ମୂଳକ କାର୍ଯ୍ୟର ସମିକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଜିଲ୍ଲାପାଳ ଗଜପତି, ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା,ଆରକ୍ଷୀ ଅଧିକ୍ଷକ ଗଜପତି, ଶ୍ରୀ ଏସ.ଆନନ୍ଧ, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି, ପ୍ରମୁଖ ମଞ୍ଚାସିନ ଥିଲେ। ପବିତ୍ର ମହେନ୍ଦ୍ରଗିରି ପର୍ବତ ରେ ଅଧିକରୁ ଅଧିକ କିପରି ବିକାଶ ହୋଇପାରିବ ସେ ନେଇ ସ୍ଥାନୀୟ ସମସ୍ତ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ସମୀକ୍ଷା କରାଯାଇଛି ।




© 2023 Odisha Taza News.