No Result
View All Result
୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନିମାପଡ଼ା :- ହେଉଛି ସାରା ଭାରତ ବର୍ଷ ପାଇଁ ଏକ ଅମୃତ ର ଦିନ,ଏହି ମହାନ୍ ଦିବସ ଟିକୁ ଉତ୍ସାହ ଆନନ୍ଦ ରେ ପାଳନ କରିବାପାଇଁ ସାରା ଭାରତ ବର୍ଷ ଉତ୍ସବ ମୁଖର ହୋଇଉଠିଛି। ଦିଲ୍ଲୀ ରୁ ପଲ୍ଲୀ, ଗାଁ ରୁ ସହର ସବୁଠି ଆଜି ଦେଖିବାକୁ ମିଳିଛି ତ୍ରିରଙ୍ଗା ପତାକା। ସେହିପରି ଭାବରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚ ପଞ୍ଚାୟତ ପରିସରରେ ବହୁ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି ୭୬ ତମ ଗଣତନ୍ତ୍ର ଦିବସ।ଏହି ପବିତ୍ର ଦିନରେ ତଥା କାର୍ଯ୍ୟକ୍ରମଟିକୁ ରେଞ୍ଚ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ସ୍ଵାଇଁ ଆୟୋଜନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଜ୍ଞାନିଗୁଣି, ଶିକ୍ଷାବିତ,ବୁଦ୍ଧିଯିବି , ଆଶାକର୍ମୀ,ଏମବିକେ ଏବଂ ପଞ୍ଚାୟତ ବାସୀ ଏହି ମହାନ୍ ପର୍ବରେ ସାମିଲ୍ ହୋଇଥିଲେ। ଜାତୀୟ ପତାକା ଉୋଳନ କରି ସମସ୍ତ ଏକତ୍ରିତ ହୋଇ ଏକା ସାଙ୍ଗରେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ଆଜି ଆମେ ଯେଉଁ ମହାପୁରୁଷ ଙ୍କ ପାଇଁ ସ୍ଵାଧିନତା ର ସ୍ଵାଦ ଚାଖଛେ ଯେଉଁ ମାନେ ଆମେ ସମସ୍ତେ ଏକ ଭାରତମାତା ର ସନ୍ତାନ ବୋଲି ଆଇନ ପ୍ରଣୟନ କଲେ ତାହା ବାସ୍ତବରେ ସଠିକ୍ ଭାବରେ ପରିଚାଳିତ ହୋଇନାହିଁ। କେଉଁଠି ନାଁ କେଉଁଠି ଗଣତନ୍ତ୍ର ର କଣ୍ଠରୋଧ କରାଯାଉଛି, ଏଥିରେ କିଛି ମୁଷ୍ଟିମେୟ ଲୋକମାନଙ୍କ ପାଇଁ ଆଜି ଆଇନର ଗଳାବାଟ ବନ୍ଦ ହୋଇଯାଇଛି।

ମହାପୁରୁଷ ତଥା ଜାତୀୟର ପିତା ଯାହାଙ୍କୁ ଆମେ ଜାତିର ପିତା ବୋଲି ମାନୁଛେ ସେ କହିଥିଲେ ଆମେ ସମସ୍ତେ ଜାତିବର୍ଣ୍ଣ ନିର୍ବିଶେଷରେ ଗୋଟିଏ ମାତାର ସନ୍ତାନ ଭାରତୀୟ ବୋଲି ହେଲେ ତାହାକୁ ଏଇ କେତେକ ମୁଷ୍ଟିମେୟ ତଥା ଧନିଶ୍ରେଣୀର ଲୋକେ ଆଜି ଜାତି ଜାତି ଭିତରେ ବିଭିଦତା ସୃଷ୍ଟି କରି ଛୋଟ ଜାତି ବଡ଼ ଜାତି ଦର୍ଶେଇ କେଉଁଠି ନା କେଉଁଠି ମାନସିକ ଚାପ୍ ଦେଇ ସଂପୂର୍ଣ୍ଣ ଭାବରେ ଅତ୍ୟାଚାର କରୁଛି ଯାହା ଏ ସୁସ୍ଥ ସମାଜ ପାଇଁ ବିପଦ ଜନକ।

ଏମିତି ଗଣତନ୍ତ୍ର ଦିବସ, ସାଧାରଣତନ୍ତ୍ର, ସ୍ଵାଧୀନତା ଦିବସ ଆସିବ ଏମିତି ବଡ଼ ବଡ଼ ବାବୁ ମାନେ ଭାଷଣ ବାଜି ରେ କହିଦେବେ ଆମେ ସମସ୍ତେ ଏକ ଆମେ ଗୋଟିଏ ଜାତି ତାହା ହେଉଛି ଭାରତୀଅ ବୋଲି କିନ୍ତୁ ବାସ୍ତବରେ ତାହାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳୁଛି। ଆଇନ୍ କାନୁନ୍ ତିଆରି ପାଇଁ ବାବା ସାହେବ୍ ଭିମ୍ ରାଓ ଆମ୍ବେଦକର ଯେଉଁ ଆଇନ୍ ପ୍ରଣୟନ କରିଥିଲେ ତାହା ବାସ୍ତବରେ ଲାଗୁ କରାଯାଇନାହିଁ, କିଛି ରାଜନୈତିକ ବ୍ୟକ୍ତି ମାନେ ନିଜର ପଦପଦବୀ ନିଜ ସ୍ଵାର୍ଥ ନିମନ୍ତେ ତାକୁ ଅବମାନନା କରି ଆଇନ୍ ର ଗଳାରୁଦ୍ଧ କରିଛନ୍ତି।
ଏପର୍ଯ୍ୟନ୍ତ ସେଇଭଳି ଆଇନ୍ ଲାଗୁ କରାଯାଇନାହିଁ ଯେଉଁଭଳି ଭାବେ ବାବା ସାହେବ୍ ଭିମ୍ ରାଓ ଆମ୍ବେଦକର ପ୍ରତୟନ କରିଛନ୍ତି ।ଆଜି ବି ଦେଖାଦେଇଛି ଜାତି ଜାତି ଭିତରେ ବିଭିଦତା ଭେଦଭାବ। ଗଣତନ୍ତ୍ର କୁ ୭୬ ତମ ବର୍ଷ ହୋଇଗଲା କେତେ ଶିକ୍ଷିତ ବିଜ୍ଞ ହୋଇ ଏ ସମାଜ ରେ ନାଁ କଲେ ହେଲେ ଆଜି ପର୍ଯ୍ୟନ୍ତ ଛୋଟବୋଡ ଉଚ ନିଚ୍ଚ ଭଳି ହୀନ ମାନସିକ ଭଳି ଏକ ବଡ ବ୍ୟାଧୀ ଭଲ ହୋଇପାରିଲା ନାହିଁ।
କେତେଦିନ ଏମିତି ଏହି ପବିତ୍ର ମହାନ୍ ଦିନରେ ଏକତ୍ରିତ ହୋଇ ତାଙ୍କରି ପରାମର୍ଶ, ଉପଦେଶ,ଓ ତାଙ୍କ ର ଆଦେଶକୁ ବେଖାତିରି କରି ଖାଲି ତାଙ୍କୁ ମନେପକାଇବା ପାଇଁ ସକାଳୁ ଫୁଲମାଳ ଆଉ ବିସ୍କୁଟ ଖାଇ ଦେଶପ୍ରମ ସଙ୍ଗୀତ ଗାଇଦେଇ ଲୋକମାନଙ୍କ ଆଗରେ ଦୁଇ ପଦ ବଡ଼ ବଡ଼ ଭାଷଣ ମାରିଲେ କ’ଣ ହେବ । ଏହା ଦ୍ବାରା କ’ଣ ସୁସ୍ଥ ସମାଜ ଗଠନ ହୋଇପାରିବ ନାଁ ଗଣତନ୍ତ୍ର ର ସ୍ଵର୍ଣ୍ଣୋମୟ ଦିବସ ଆସିବ। ଯେପର୍ଯ୍ୟନ୍ତ ଏ ଶିକ୍ଷିତ ସମାଜ ନିଜେ ହୃଦୟଙ୍ଗମ କରିନାହିଁ ଯେ ସେ ହେଉଛି ଭାରତୀୟ ଗୋଟିଏ ମାତାର ସନ୍ତାନ ଆଉ ଜାତିବର୍ଶ ନିର୍ବିଶେଷରେ ଏକ ବୋଲି ଭେଦଭାବ ଉଚନିଚ ନାହିଁ ବୋଲି ସେହିଦିନ ଏ ଗଣତନ୍ତ୍ର ସୁସ୍ଥ ହେବ ବୋଲି କିଛି ବୁଦ୍ଧିଜୀବୀ ନିଜର ମତବ୍ୟକ୍ତ କରିଥିଲେ।
ପରେ ପଞ୍ଚାୟତ ରେ ସରପଞ୍ଚ ଙ୍କ ଆହ୍ୱାନ କ୍ରମେ ଏକ ଗ୍ରାମ ସଭା ବୈଠକ କରାଯାଇଥିଲା । ଯେଉଁଥିରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କିଭଳି ସାଧାରଣ ଲୋକଙ୍କୁ ଏହି ଘର ଦିଆଯିବ ସେ ନେଇ ଗ୍ରାମସଭାରେ ଆଲୋଚନା କରାଯାଇଥିଲା । ଜେ,ଆର,ଏସ, ସାଧାରଣ ଲୋକେ କିଭଳି ଆବେଦନ କରିବେ ସେ ନେଇ ଗୋଟିଏ ଆବାସ ଆପ୍ ଆପ୍ଲିକେସନ ଡାଉନଲୋଡ୍ ଜରିଆରେ ନିଜେ ଯୋଗ୍ୟ ହିତାଧିକାରୀ କରିପାରିବେ ବୋଲି କହିବା ସହିତ ଜବ୍ କାଡ୍ ବାଧ୍ୟତାମୂଳକ ବୋଲି ଜଣାଇଥିଲେ।

No Result
View All Result