No Result
View All Result
୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଧା ଜିଲ୍ଲା :- ଟାଙ୍ଗୀ ବ୍ଳକ ଛଣଗିରି ଠାରେ ଛଣଗିରି ଗ୍ରାମ ପଂଚାୟତ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ମା ଭଗବତୀ ଆନ୍ତର୍ଜାତିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ବିତୀୟ ଦିବସ।ଆଜିର ମ୍ୟାଚ ଜେବିଏସ୍ଏଲ୍ ୟୁନାଇଟେଡ କ୍ଳବ ନେପାଳ ଓ ନାଇଜେରିଆ ଏକାଦଶ ନାଇଜେରିଆ ମଧ୍ଯରେ ଛଣଗିରି ହାଇସ୍କୁଲ ପଡିଆରେ ହୋଇଥିଲା । ପ୍ରଥମାର୍ଦ୍ଧରେ ୧-୦ ଗୋଲ ରେ ନାଇଜେରିଆ ଦଳ ଅଗ୍ରଣୀ ରହିବା ପରେ ଦ୍ବିତୀୟାର୍ଧରେ ନେପାଳ ଦଳ ଗୋଲ ପରିଶୋଧ କରି ଖେଳ କୁ ସମାନସ୍ରରକୁ ଆଣିବା ପରେ ଟ୍ରାଇବେକରର ସହାୟତା ନିଆଯାଇଥିଲା ।
ଟ୍ରାଇବେକର ରେ ମଧ୍ଯ ଉଭୟ ଦଳ ୩-୩ ଗୋଲ ଦେଇ ମ୍ୟାଚ ଅମିମାଂସିତ ରହିବାପରେ ସଡନଡେଥ ରେ ଆଉ ଗୋଟିଏ ଗୋଲ କରି ୫-୪ ଗୋଲରେ ବିଜୟ ଲାଭ କରି ନାଇଜେରିଆ ଏକାଦଶ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ଅତିଥି ଭାବେ ସମାଜସେବୀ ସୁଶାନ୍ତ ପରିଡା, ଓଷ୍ଟାର ରାଜ୍ୟ ସଂପାଦକ ରମାକାନ୍ତ ମହାପାତ୍ର, ଯୁବ ବ୍ୟବସାୟୀ ସତ୍ୟବ୍ରତ ମାଝି, ଶିକ୍ଷାବିତ ପ୍ରମୋଦ ବଇରିଗଂଜନ, କାଳନ୍ଦୀ ଚରଣ ନାୟକ ଓ ସମାଜସେବୀ ହମିଦ ରଜାକ ଖାନ୍ ଯୋଗ ଦେଇ ଉଭୟ ଦଳର ଖେଳାଳୀ ଙ୍କୁ ଉତ୍ସାହିତ କରିବା ସହ ଉଭୟ ଦଳର ଖେଳାଳୀ ଙ୍କୁ ବେଷ୍ଟ ପ୍ଳେୟାର ଟ୍ରଫି ପ୍ରଦାନ କରିଥିଲେ ।
ଆଜିର ଖେଳକୁ ଜାତୀୟ ମହିଳା ରେଫରୀ ବିଷ୍ଣୁପ୍ରିୟା ଦାସ,ପ୍ରିୟବ୍ରତ ବାହିନୀପତି,ଜୋତି ରଂଜନ ସ୍ବାଇଁ ଓ ମ୍ୟାଚ କମିଶନର ଅବିନାଶ ପଟ୍ଟନାୟକ ପରିଚାଳନା କରିଥିଲେ । ଆସୋସିଏସନ ସଭାପତି ମନୋରଞ୍ଜନ ସାମନ୍ତରାୟ ଓ କାର୍ଯକାରୀ ସଭାପତି ଦୁର୍ଗା ପ୍ରସାଦ ସୁନ୍ଦରାୟ ଙ୍କ ପୌରହିତ୍ଯ ରେ ସଭା କାର୍ଯ୍ୟ ଚାଲିଥିବା ବେଳେ ମଂଚ ପରିଚାଳନା କରିଥିଲେ ଉପଦେଷ୍ଟା ବିରେନ୍ଦ୍ର ଦାସ । ଉପସଭାପତି ଏସ.କେ ସେରଲି,ସଂପାଦକ ବିଭୁତି ଦାସ,କୋଷାଧ୍ୟକ୍ଷ ଆନନ୍ଦ ପ୍ରଧାନ,ମ୍ୟାନେଜର ସୁଶାନ୍ତ ପରିଡା, ଉପଦେଷ୍ଟା ଲଳିତ ପଟ୍ଟନାୟକ, ପ୍ରମୋଦ ବଳିୟାରସିଂହ, ଶିକ୍ଷାବିତ୍ କାଳନ୍ଦୀ ନାୟକ, ଭରତ ବେହେରା,ନିବାସ ସେଠୀ, ବାହିନୀପତିକ, ଅଜୟ ପ୍ରଧାନ, ଜନ୍ ମହାନ୍ତି,ପ୍ରତାପ ସ୍ବାଇଁ,ଶରତ ପ୍ରଧାନ,ଶିବ ବାରିକ, ଶୁଭ୍ରଜିତ୍ ପଟ୍ଟନାୟକ,ଗ୍ୟାନ ସାମନ୍ତରାୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଆସନ୍ତା କାଲି ଫାଇନାଲ ମ୍ୟାଚ ୟାଇଡିସି ମଣିପୁର ଓ ନାଇଜେରିଆନ୍ ଏକାଦଶ କ୍ଳବ ମଧ୍ଯ ରେ ହେବାର ଆସୋସିଏସନ ପକ୍ଷରୁ ପ୍ରକାଶ ।

No Result
View All Result