ଓଡିଶା ତାଜା ନ୍ୟୁଜ୍ ( ୨୫ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :– ଗଜପତି ଜିଲ୍ଲାର ଜଣେ ବ୍ୟକ୍ତି ପେଟପୋଷଣ ପାଇଁ ଦାଦନ ଖଟି ବାକୁ ଜାଇ ଗତ ୪୦ ବର୍ଷ ଧରି ନିଖୋଜ ଥିଲେ । ପ୍ରବାସୀ ଜଣକ ଅରୁଣାଞ୍ଚଳରେ ରହୁଥିବା ନେଇ ଖବର ଗଜପତି ପ୍ରଶାସନ ଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଗଜପତିକୁ ଫେରାଇ ଆଣିବା ପାଇଁ ଏଏଲଓଙ୍କୁ ସେଠାକୁ ପଠାଯାଇଛି । ଏଏଲଓ ଅରୁଣାଞ୍ଚଳରେ ସଂପୃକ୍ତ ପ୍ରବାସୀଙ୍କୁ ଭେଟିବା ସହ ସେଠାରୁ ଗଜପତିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ରାୟଗଡ ବ୍ଲକର ଅବାରସିଂ ଗ୍ରାମର ଜଗପତି କାର୍ଜୀ ଗତ ୪୦ ବର୍ଷ ଧରି ନିଖୋଜ ଥିଲେ । ସୋସିଆଲ ମିଡିଆରେ ସେ ଅରୁଣାଞ୍ଚଳରେ ରହୁଥିବା ଖବର ଭାଇରାଲ ହୋଇଥିଲା । ଏହି ଖବର ଗଜପତି ପ୍ରଶାସନ ଜାଣିବା ପରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଧେଶ କ୍ରମେ ତାଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଗଜପତି ଜିଲ୍ଲାର ସହକାରୀ ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ଏବଂ ନିଖୋଜ ବ୍ୟକ୍ତିଙ୍କ ପୁତୁରା ମୁକୁନ୍ଦ ଭୁୟାଁଙ୍କୁ ଅରୁଣାଞ୍ଚଳ ପଠାଯାଇଥିଲା ଏମାନେ ସେଠାରେ ପହଞ୍ଚି ତାଙ୍କ ସହ ସେଠାରେ ଭେଟିଛନ୍ତି ।
ସେଠାରୁ ତାଙ୍କୁ ଗଜପତିକୁ ଫେରାଇ ଆଣିବା ପାଇଁ ଅରୁଣାଞ୍ଚଳ ସରକାରଙ୍କ ସହାୟତାରେ ସମସ୍ତ ପ୍ରକାର ଆବଶ୍ୟକୀୟ କାଗଜ ପତ୍ର ସହ କାର୍ଯ୍ୟ ଆରମ୍ଭ ହୋଇଛିl ଆଗାମି ୨/୩ ଦିନ ମଧ୍ୟରେ ୪୦ ବର୍ଷ ଧରି ନିଖୋଜ ଥିବା ଗଜପତି କାର୍ଜୀ ଙ୍କୁ ସାଙ୍ଗରେ ଧରି ଏମାନେ ଗଜପତି ଜିଲ୍ଲାରେ ପହଞ୍ଚିବା ସୁଚନା ମିଳିଛି । ଜଣକ ଅରୁଣାଞ୍ଚଳରେ ରହୁଥିବା ନେଇ ଖବର ଗଜପତି ପ୍ରଶାସନ ଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଗଜପତିକୁ ଫେରାଇ ଆଣିବା ପାଇଁ ଏଏଲଓଙ୍କୁ ସେଠାକୁ ପଠାଯାଇଛି । ଏଏଲଓ ଅରୁଣାଞ୍ଚଳରେ ସଂପୃକ୍ତ ପ୍ରବାସୀଙ୍କୁ ଭେଟିବା ସହ ସେଠାରୁ ଗଜପତିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ରାୟଗଡ ବ୍ଲକର ଅବାରସିଂ ଗ୍ରାମର ଜଗପତି କାର୍ଜୀ ଗତ ୪୦ ବର୍ଷ ଧରି ନିଖୋଜ ଥିଲେ । ସୋସିଆଲ ମିଡିଆରେ ସେ ଅରୁଣାଞ୍ଚଳରେ ରହୁଥିବା ଖବର ଭାଇରାଲ ହୋଇଥିଲା ।
ଏହି ଖବର ଗଜପତି ପ୍ରଶାସନ ଜାଣିବା ପରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଧେଶ କ୍ରମେ ତାଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଗଜପତି ଜିଲ୍ଲାର ସହକାରୀ ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ଏବଂ ନିଖୋଜ ବ୍ୟକ୍ତିଙ୍କ ପୁତୁରା ମୁକୁନ୍ଦ ଭୁୟାଁଙ୍କୁ ଅରୁଣାଞ୍ଚଳ ପଠାଯାଇଥିଲା ଏମାନେ ସେଠାରେ ପହଞ୍ଚି ତାଙ୍କ ସହ ସେଠାରେ ଭେଟିଛନ୍ତି । ସେଠାରୁ ତାଙ୍କୁ ଗଜପତିକୁ ଫେରାଇ ଆଣିବା ପାଇଁ ଅରୁଣାଞ୍ଚଳ ସରକାରଙ୍କ ସହାୟତାରେ ସମସ୍ତ ପ୍ରକାର ଆବଶ୍ୟକୀୟ କାଗଜ ପତ୍ର ସହ କାର୍ଯ୍ୟ ଆରମ୍ଭ ହୋଇଛି l ଆଗାମି ୨/୩ ଦିନ ମଧ୍ୟରେ ୪୦ ବର୍ଷ ଧରି ନିଖୋଜ ଥିବା ଗଜପତି କାର୍ଜୀ ଙ୍କୁ ସାଙ୍ଗରେ ଧରି ଏମାନେ ଗଜପତି ଜିଲ୍ଲାରେ ପହଞ୍ଚିବା ସୁଚନା ମିଳିଛି । (ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)