୨୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା ଜିଲ୍ଲା :- ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ ଆନୁକୁଲ୍ୟରେ ତୃତୀୟ ବାର୍ଷିକ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଛଣଗିରି ଆଚଂଳିକ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ର ଉଦଘାଟିତ ମ୍ୟାଚରେ ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ତଥା ସମାଜସେବୀ ଡଃ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଛଣଗିରି ସରପଞ୍ଚଙ୍କ ସହିତ ଅଂଚଳର ବହୁ ମାଣ୍ୟଗଣ ବ୍ୟକ୍ତି ଯୋଗଦେଇ ଦୁଇ ଦଳର ଖେଳାଳି ମାନଙ୍କ ସହିତ କର ମର୍ଦ୍ଦନ କରି ଉତ୍ସାହିତ କରିଥିଲେ ।

ଉଦଘାଟିତ ମ୍ୟାଚରେ ଓ୍।ଇଡିସି ଫୁଟବଲ କ୍ଲବ ମଣିପୁର ସହିତ ରୁଦ୍ରାକ୍ଷ ଫୁଟବଲ କ୍ଲବ ରାଜଘାଟ କଲିକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁଇଦଳ ମଧ୍ୟରେ ମ୍ୟାଚ ବେଶ ସଂଘର୍ଷ ପୂର୍ଣ୍ଣ ହୋଇଥିଲା l ମଣିପୁର ଫୁଟବଲ କ୍ଲବ ରୁଦ୍ରାକ୍ଷ ଫୁଟବଲ କ୍ଲବ କଲିକତାକୁ ୩/୧ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି । ଗ୍ରାମାଞ୍ଚଳରେ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କରି ଅଂଚଳର ଖେଳାଳି ମାନଙ୍କ ବିକାଶ କରିବା ସହିତ ଅଂଚଳରେ ଭାଇଚାରା ବଜାୟ ରଖିବା ପାଇଁ ଉଦ୍ୟମ ଜାରି ରଖିଥିବା କଥା ଅତିଥି ମତବ୍ୟକ୍ତ କରିଛନ୍ତି ।














