No Result
View All Result
୨୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚିଲିକା :- ଚିଲିକା ଓକିଲ ସଂଘ ପକ୍ଷରୁ ଗଙ୍ଗାଧର ପୁର ସ୍ଥିତ ଚିଲିକା ଜୁଡିସିଆଲ କୋର୍ଟ ପ୍ରତିଷ୍ଠା ର ୪ର୍ଥ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ°ଘର ସଭାପତି ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ତଥା ପ୍ରାକ୍ତନ ସ°ପାଦକ ପ୍ରଦୋଷ କୁମାର ଦାସଙ୍କ ସ°ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ମାନ୍ୟବର ସଵ ଜଜ୍ ଅମରେଶ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଚିଲିକା ଜୁଡିସିଆଲ କୋର୍ଟର ମାନ୍ୟବର ବିଚାରପତି ଯୁଧିଷ୍ଠିର ଦଳେଇ,

ସମ୍ମାନିତ ଅତିଥି ଭାବେ ବାଣପୁର ବିଚାର ବିଭାଗୀୟ ଅଦାଲତର ମାନ୍ୟବର ବିଚାରପତି ଶ୍ରୀମତି ସ୍ନାତକୀ ଦାଶ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ମଞ୍ଚାସୀନ ଅତିଥି ମାନେ ନିଜ ଧନିଜର ବକ୍ତବ୍ୟରେ ବାର ଓ ବେଞ୍ଚ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଇନଜୀବୀ ପେଶାରେ ସାମାଜିକ କର୍ତ୍ତଵ୍ୟଵୋଧତା ଓ ନିଷ୍ଠାର ସହିତ କାର୍ଯ୍ୟ କରି ନିଜକୁ ସମୃଦ୍ଧି ହାସଲ ପାଇଁ ଆହ୍ଵାନ ଦେଇଥିଲେ । ସ°ଘର ସ°ପାଦକ ଅଶୋକ କୁମାର ଚମ୍ପତି ସ°ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ ।

ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ ଶ୍ରୀ ଜଗନ୍ନାଥ ଙ୍କୁ ଧୁପପୁଷ୍ପ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଚିଲିକା ଓକିଲ ସଂଘ ପକ୍ଷରୁ ପ୍ରାକ୍ତନ ସଭାପତି ହରେକୃଷ୍ଣ ଜଗଦ୍ଦେବ, ଭାସ୍କର ଘଡାଇ, ଖଗେଶ୍ୱର ପାତ୍ର, କାର୍ଯ୍ୟ ନିର୍ବାହୀ ସଭ୍ୟ ମନୋରଞ୍ଜନ ପରିଡା, କିଶୋର ବେହେରାଙ୍କ ଦ୍ଵାରା ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ଭାଷଣ ପ୍ରଦାନ କରାଯାଇଥିଲା ।

ପରିଶେଷରେ ସଙ୍ଘର ଉପ ସଭାପତି ସୁରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାକ୍ତନ ସ°ପାଦକ ଦେବାଶିଷ ରଥଙ୍କ ସ°ଯୋଜନାରେ ଚିଲିକା ଓକିଲ ସଂଘର କାସିୟର ରାମ ଚନ୍ଦ୍ର ପଲାଇ ସମେତ ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଏଥିରେ ବାଣପୁର, ଟାଙ୍ଗୀ ଓ ଖୋର୍ଦ୍ଧା ଵାର ଆସୋସିଏସନ୍ ର ଆମନ୍ତ୍ରିତ ଆଇନଜୀବୀ, ନାଚୁଣୀ, ବାଲୁଗାଁ ପୋଲିସ, ଚିଲିକା କୋର୍ଟ କର୍ମଚାରୀ, ଚିଲିକା ବ୍ଲକ ଓ ତହସିଲ କର୍ମଚାରୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ ।

No Result
View All Result