ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ଭୁବନେଶ୍ୱର :- ଭୁବନେଶ୍ୱର,ରାଜ୍ୟରେ କରୋନା ମହାମାରୀ ପାଇଁ ଅନେକ ଅଞ୍ଚଳରେ ଲକ ଡାଉନ ଓ ସଟଡାଉନ ଜାରିରହିଛି । ରାଜ୍ୟରେ ନିଟ ଓ ଜେଇଇ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମନ୍ତ୍ରୀ ରମେଶ ପୋଖରିଆଲ ଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ରୁ ୬ ତାରିଖ ଭିତରେ ଏବଂ ୧୩ ତାରିଖରେ ନିଟ ଓ ଜେଇଇ ପରୀକ୍ଷା ହେବା ପାଇଁ ତାରିଖ ଘୋଷଣା ହୋଇଛି ପୂର୍ବରୁ । ନିଟ ପରୀକ୍ଷା ରେ ୫୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଜେଇଇ ମେନ ରେ ୪୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟରେ କରୋନା ମହାମାରୀ ପାଇଁ ଅନେକ ଅଞ୍ଚଳରେ ଲକ ଡାଉନ ଓ ସଟଡାଉନ ଜାରିରହିଛି । ଏହିଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କର ଯିବା ଆସିବା ରେ ଅସୁବିଧା ହେବ ଏବଂ ଏହି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ହିତ ଦୃଷ୍ଟିରୁ କିଛି ଦିନ ଘୁଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।