ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ସୁଧ ରିହାତି ପଦକ୍ଷେପ : ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାସ୍ତରରେ ଶ୍ରେଷ୍ଠ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାବେ ପୁରସ୍କୃତ ହୋଇଥିବା ଜଗତସିଂହ ପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ର ପଣ ପଲ୍ଲୀ ଗ୍ରାମର ‘ମା’ନାରାୟଣୀ ସ୍ୱୟଂ ସହାୟକ ଗୋଷ୍ଠୀ’ ରାଜ୍ୟରେ ଅନେକ ମହିଳା ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ବ୍ୟବସାୟିକ ଭିତ୍ତିରେ ପନି ପରିବା ଚାଷ ଏବଂ ଗୋ ପାଳନ ଦ୍ୱାରା ବେଶ୍ ଲାଭବାନ ହୋଇଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲାରେ ଏକ ଅଗ୍ରଣୀ ମହିଳା ଚାଷୀ ହୋଇପାରିଛନ୍ତି । ଏହି ଗୋଷ୍ଠୀର ୧୦ ଜଣ ମହିଳା ବ୍ୟବସାୟିକ ଭିତ୍ତିରେ ପନି ପରିବା ଚାଷ କରି ସ୍ଥାନୀୟ ବଜାରରେ ଉଚିତ ମୂଲ୍ୟରେ ବିକି୍ର କରୁଛନ୍ତି । ଏ ବିଷୟରେ ନିଜର ଅଭିଜ୍ଞତାରୁ ଗୋଷ୍ଠୀର ସଦସ୍ୟା ସୁଲୋଚନା ସ୍ୱାଇଁ କୁହନ୍ତି ‘ ପ୍ରାଥମିକ ପର୍ଯ୍ୟାୟରେ ପନି ପରିବା ଚାଷ ପାଇଁ ଆବଶ୍ୟକ ଦକ୍ଷତା ଏବଂ ନିଜସ୍ୱ ଗୋଷ୍ଠୀ ପାଣ୍ଠି ଖଟାଇବା ଆମ ପାଇଁ ଏକ ବଡ ଅହ୍ୱାନ ଥିଲା । କିନ୍ତୁ ମିଶନ ଶକ୍ତି ଅଧିନରେ ଗୋଷ୍ଠୀ ଗଠନ ହେବା ପରେ ଆମକୁ ଏଥି ପାଇଁ ତାଲିମ ପ୍ରଦାନ କରାଯିବବା ସହ ବ୍ୟାଙ୍କରୁ ମଧ୍ୟ ଋଣ ପାଇଁ ସଂଯୋଗୀକରଣ କରାଗଲା ।
୨୦୦୯ ମସିହାରୁ ଆମେ ଗୋ ପାଳନ କରିବା ସହ ଗୋଟିଏ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍କୁ ପ୍ରତ୍ୟହ ୧୫୦ ଲିଟର କ୍ଷୀର ଯୋଗାଇ ଦେଇଛୁ । ଏ ପର୍ଯ୍ୟନ୍ତ ଆମେ ଆଠଥର ବ୍ୟାଙ୍କ ଋଣ ପାଇଛୁ । ଆମ ବ୍ୟାଙ୍କ ସଂଚୟ ଖାତାରେ ୧୫,୮୨୪ ଟଙ୍କା ସରକାରଙ୍କ ତରଫରୁ ସୁଧଛାଡ଼ ବାବଦକୁ ପାଇଛୁ । ବିନା ସୁଧରେ ଋଣ ପାଇବା ଆମ ଭଳି କ୍ଷୁଦ୍ର ମହିଳା ଚାଷୀମାନଙ୍କୁ ବିହନ ସଂଗ୍ରହ ଏବଂ ଆନୁଷଙ୍ଗିକ କୃଷି ସାମଗ୍ରୀ ଯୋଗାଡ କରିବା ନିମନ୍ତେ ବିଶେଷ ସହାୟକ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଏହା ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ସହାୟତା । ପୂର୍ବରୁ ଋଣ ନେ ଲେ ଏହାକୁ ସୁଝିବାକୁ ଅନେକ ବର୍ଷ ଲାଗି ଯାଉଥିଲା । ଅନେକ ସମୟରେ କ୍ଷୁଦ୍ର ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କରୁ ଅତି ଉଚ୍ଚ ସୁଧ ହାରରେ ଋଣ ନେବାକୁ ପଡ଼ୁଥିଲା । “ରାଜ୍ୟ ସରକାରଙ୍କ ସୁଧ ରିହାତି ପଦକ୍ଷେ ପ ଆମ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି’’ ବୋଲି କହିବା ସହ ଗୋଷ୍ଠୀର ସଦସ୍ୟାମାନେ ଖୁସି ବ୍ୟକ୍ତ କରିଛନ୍ତି । ମହିଳା ମାନଙ୍କ ସାମଗ୍ରିକ ବିକାଶ ଏବଂ ସଶକ୍ତିକରଣ ଆଭିମୁଖ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ଉଭୟ ସହର ଓ ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ ମହିଳା ନେତୃତ୍ୱ ସୃଷ୍ଟି ସହିତ ସେମାନଙ୍କ ସ୍ୱରକୁ ଆହୁରି ଶକ୍ତିଶାଳୀ କରିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଥିଲା ମିଶନ ଶକ୍ତିର ଆଭିମୁଖ୍ୟ । ମିଶନ ଶକ୍ତି ଦ୍ୱାରା ନିଆଯାଇଥିବା ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୭୦ ଲକ୍ଷ ମହିଳା ସଦସ୍ୟାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି । ଏହା ଦ୍ୱାରା ମହିଳାମାନଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ବ୍ୟବହାରିକ ଜ୍ଞାନ, ବ୍ୟାଙ୍କ ଋଣ ସଂଯୋଗ ଏବଂ ସୁଧଛାଡ଼ ଭଳି ସକାରାତ୍ମକ ସୁବିଧା ଉପଲବ୍ଧ ହେଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷ ମହିଳା ସ୍ୱୟଂ ସହାୟକି । ଗୋଷ୍ଠୀଙ୍କୁ ୨୩୦୭.୯୩ କୋଟି ଟଙ୍କା ବ୍ୟାଙ୍କ ଋଣ ଦିଆଯାଇଛି । କୋଭିଡ୍ ମହାମାରୀ ସମୟରେ ୪୧୩୫୫ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୪୪ କୋଟି ଟଙ୍କାର ବ୍ୟାଙ୍କ ଋଣ ଏବଂ ୧,୬୧,୮୨୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୫.୨୩ କୋଟି ଟଙ୍କା ସୁଧଛାଡ଼ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଆଗ୍ରହକୁ ଦେଖି ରାଜ୍ୟ ସରକାର ଅେ ପ୍ରଲ ୧, ୨୦୧୩ ମସିହାରୁ ସୁଧରିହାତି ଯୋଜନା ଆରମ୍ଭ କରିଥିଲେ ।
ବାର୍ଷିକ ୨ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯାଉଥିଲା । ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଅଧିକ ଉତ୍ସାହିତ କରିବା ଏବଂ ସେମାନଙ୍କୁ ସୁଧ ଚାପରୁ ମୁକ୍ତ କରିବା ଲକ୍ଷ୍ୟରେ ପରବର୍ତ୍ତୀ ସମୟରେ ୦% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଗଲା । ଏଥି ପାଇଁ ମିଶନ ଶକ୍ତି ନିର୍ଦ୍ଦେଶାଳୟ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରୁଛି ଏବଂ ସୁଧଛାଡ଼ର ଅର୍ଥ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଂଚୟ ଖାତାରେ ଜମା କରିବାକୁ ମିଶନ ଶକ୍ତି କାର୍ଯ୍ୟାଳୟ ତରଫରୁ ପଦକ୍ଷେପ ନିଆଯାଇଛି । ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ କରି ଲାଭବାନ ହୋଇଥିବା ‘ମା’ଅଞ୍ଚିକା ସ୍ୱୟଂ ସହାୟକ ଗୋଷ୍ଠୀ’, ବେଗୁନିଆ ପଡ଼ା, ଗଞ୍ଜାମର ମାଧୁରୀ ମହାରଣା କୁହନ୍ତି “ବିନା ବାଧାରେ ବ୍ୟାଙ୍କ ଋଣ ବ୍ୟବସ୍ଥାରେ ସ୍ଥାନୀୟ ବ୍ୟାଙ୍କରୁ ଋଣନେଇ ୭ ଏକର ବିଶିଷ୍ଟ ଗାଁ ପୋଖରୀରେ ମାଛଚାଷ କରିଥିଲୁ । ଏଥିପାଇଁ ଆମେ ପ୍ରାୟ ତିନିଥର ବ୍ୟାଙ୍କ ଋଣ ନେଇଛୁ । ସୁଧଛାଡ଼ ବାବଦକୁ ବ୍ୟାଙ୍କ ସଂଚୟ ଖାତାକୁ ୫,୨୬୦/- ଟଙ୍କା ସରକାର ଙ୍କ ତରଫ ରୁ ମିଳିବା ପରେ ମାଛଚାଷକୁ ଆହୁରି ବୃଦ୍ଧି କରିବାକୁ ଆମେ ଉଦ୍ୟମ କଲୁ ।
କୋଭିଡ୍-୧୯ ଲକ୍ ଡାଉନ୍ ସମୟରେ ପ୍ରାୟ ୬୦୦ କେଜି ମାଛ ବିକ୍ରି କରି ଆମେ ଆମ ଅଞ୍ଚଳର ଚାହିଦା ପୂରଣ କରିବା ସହ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସ୍ୱଚ୍ଛଳ ହୋଇ ପାରିଲୁ । ମିଶନ ଶକ୍ତି ଆନ୍ଦୋଳନର ଏକ ଅଂଶ ହୋଇ ପାରିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ’’ ବୋଲି ମାଧୁରୀ କହିଛନ୍ତି । ମିଶନ ଶକ୍ତି ଅଧିନରେ ଏଭଳି ଅଭିନବ ଉଦ୍ୟମ କେବଳ ଦୀର୍ଘ ସ୍ଥାୟୀ ବ୍ୟାଙ୍କିଂ କ୍ଷମତା ବୃଦ୍ଧି କରି ନାହିଁ ବରଂ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଠିକ୍ ସମୟରେ ଋଣ ସୁଝି ପାରିଛନ୍ତି ସେମାନଙ୍କୁ ସୁଧ ଛାଡ଼ ଭଳି ସୁବିଧା ମଧ୍ୟ ଦିଆଯାଇଛି । ଠିକ୍ ସମୟରେ ଋଣ କିସ୍ତି ସୁଝି ଏକାଧିକ ବାର ଋଣ ପାଇବାର ସୁବି ଏବଂ ପ୍ରତ୍ୟେକ ଥର ଋଣ ପାଇଁ ସୁଧଛାଡ଼ ବ୍ୟବସ୍ଥା ଗୋଷ୍ଠୀମାନଙ୍କ ମଧ୍ୟରେ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ପ୍ରେରଣା ଯୋଗାଇଛି । ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତି ଦୃଢ଼ୀଭୂତ ହେବା ସହ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ମିଶନ ଶକ୍ତି ଋଣ କାର୍ଯ୍ୟକାରୀ ପ୍ରକ୍ରିୟାକୁ ସୁଦୃଢ଼ କରିବା ନିମନ୍ତେ ଏକ ଅନଲ୍ ।ଇନ୍ ବ୍ୟବସ୍ଥା ଜରିଆରେ ବ୍ୟାଙ୍କ ସହିତ ସଂଯୋଗୀକରଣ କରିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି ।
ଏକ ଉନ୍ନତ ତଥ୍ୟଭିତ୍ତିକ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସମସ୍ତ ତଥ୍ୟ ବ୍ୟାଙ୍କ ସହିତ ବିନିମୟ କରିବା ନିମନ୍ତେ ମିଶନ ଶକ୍ତି ଖୁବ୍ଶୀଘ୍ର ବ୍ୟାଙ୍କମାନଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷର କରିବେ । ସୁଧଛାଡ଼ ବ୍ୟବସ୍ଥାରେ କ୍ଷୁଦ୍ର ଉଦ୍ୟୋଗୀ ମାନେ କିଭଳି ଲାଭବାନ ହେଉଛନ୍ତି ତା’ର ଏକ ସଫଳ ଉଦାହରଣ ହେଉଛି କଟକ ଜିଲ୍ଲାର ନିଆଳିର ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗୋଟିଏ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ବ୍ୟାଙ୍କରୁ ନେଇଥିବା ୩ ଲକ୍ଷ ଟଙ୍କାର ଋଣ ନିୟମିତ ଭାବେ ପରିଶୋଧ କରିଥିବାରୁ, ପର୍ଯ୍ୟାୟ କ୍ରମେ ଏହି ଗୋଷ୍ଠୀର ସଂଚୟ ଖାତାରେ ସୁଧଛାଡ଼ ବାବଦକୁ ଅର୍ଥରାଶି ଫେରସ୍ତ ପାଇଛନ୍ତି । ଗୋଷ୍ଠୀର ସଂ ପାଦିକା କୁହନ୍ତି ସୁଧଛାଡ଼ ବାବଦରେ ମିଳିଥିବା ୬୮୯୨ ଟଙ୍କାରେ ସେମାନେ ଫାର୍ମ ପାଇଁ ଆବଶ୍ୟକ ଅତିରିକ୍ତ ଉପକରଣ କିଣିବା ସହ ଯଥେଷ୍ଟ ଲାଭବାନ ହୋଇ ପାରିଛନ୍ତି । ବ୍ୟାଙ୍କ ଋଣ ବାବଦକୁ ରାଜ୍ୟ ସରକାରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ୧୮୦ କୋଟି ଟଙ୍କା ସୁଧଛାଡ଼ ସହାୟତା ରାଶି ପ୍ରଦାନ କରାଯାଇଛି ରାଜ୍ୟ ସରକାରଙ୍କ ସୁଧ ରିହାତି ପଦକ୍ଷେପ : ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅର୍ଥନୈତିକ ଉନ୍ନତି ପାଇଁ ଏକ ବଳିଷ୍ଠ ପ୍ରୟାସ ଭୁବନେଶ୍ୱର, ତା.୨୪/୦୮/୨୦୨୦ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାସ୍ତରରେ ଶ୍ରେଷ୍ଠ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାବେ ପୁରସ୍କୃତ ହୋଇଥିବା ଜଗତସିଂହ ପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ର ପଣ ପଲ୍ଲୀ ଗ୍ରାମର ‘ମା’ନାରାୟଣୀ ସ୍ୱୟଂ ସହାୟକ ଗୋଷ୍ଠୀ’ ରାଜ୍ୟରେ ଅନେକ ମହିଳା ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।
ବ୍ୟବସାୟିକ ଭିତ୍ତିରେ ପନି ପରିବା ଚାଷ ଏବଂ ଗୋ ପାଳନ ଦ୍ୱାରା ବେଶ୍ ଲାଭବାନ ହୋଇଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲାରେ ଏକ ଅଗ୍ରଣୀ ମହିଳା ଚାଷୀ ହୋଇପାରିଛନ୍ତି । ଏହି ଗୋଷ୍ଠୀର ୧୦ ଜଣ ମହିଳା ବ୍ୟବସାୟିକ ଭିତ୍ତିରେ ପନି ପରିବା ଚାଷ କରି ସ୍ଥାନୀୟ ବଜାରରେ ଉଚିତ ମୂଲ୍ୟରେ ବିକି୍ର କରୁଛନ୍ତି । ଏ ବିଷୟରେ ନିଜର ଅଭିଜ୍ଞତାରୁ ଗୋଷ୍ଠୀର ସଦସ୍ୟା ସୁଲୋଚନା ସ୍ୱାଇଁ କୁହନ୍ତି ‘ ପ୍ରାଥମିକ ପର୍ଯ୍ୟାୟରେ ପନି ପରିବା ଚାଷ ପାଇଁ ଆବଶ୍ୟକ ଦକ୍ଷତା ଏବଂ ନିଜସ୍ୱ ଗୋଷ୍ଠୀ ପାଣ୍ଠି ଖଟାଇବା ଆମ ପାଇଁ ଏକ ବଡ ଅହ୍ୱାନ ଥିଲା । କିନ୍ତୁ ମିଶନ ଶକ୍ତି ଅଧିନରେ ଗୋଷ୍ଠୀ ଗଠନ ହେବା ପରେ ଆମକୁ ଏଥି ପାଇଁ ତାଲିମ ପ୍ରଦାନ କରାଯିବବା ସହ ବ୍ୟାଙ୍କରୁ ମଧ୍ୟ ଋଣ ପାଇଁ ସଂଯୋଗୀକରଣ କରାଗଲା । ୨୦୦୯ ମସିହାରୁ ଆମେ ଗୋ ପାଳନ କରିବା ସହ ଗୋଟିଏ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍କୁ ପ୍ରତ୍ୟହ ୧୫୦ ଲିଟର କ୍ଷୀର ଯୋଗାଇ ଦେଇଛୁ । ଏ ପର୍ଯ୍ୟନ୍ତ ଆମେ ଆଠଥର ବ୍ୟାଙ୍କ ଋଣ ପାଇଛୁ । ଆମ ବ୍ୟାଙ୍କ ସଂଚୟ ଖାତାରେ ୧୫,୮୨୪ ଟଙ୍କା ସରକାରଙ୍କ ତରଫରୁ ସୁଧଛାଡ଼ ବାବଦକୁ ପାଇଛୁ । ବିନା ସୁଧରେ ଋଣ ପାଇବା ଆମ ଭଳି କ୍ଷୁଦ୍ର ମହିଳା ଚାଷୀମାନଙ୍କୁ ବିହନ ସଂଗ୍ରହ ଏବଂ ଆନୁଷଙ୍ଗିକ କୃଷି ସାମଗ୍ରୀ ଯୋଗାଡ କରିବା ନିମନ୍ତେ ବିଶେଷ ସହାୟକ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଏହା ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ସହାୟତା । ପୂର୍ବରୁ ଋଣ ନେ ଲେ ଏହାକୁ ସୁଝିବାକୁ ଅନେକ ବର୍ଷ ଲାଗି ଯାଉଥିଲା ।
ଅନେକ ସମୟରେ କ୍ଷୁଦ୍ର ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କରୁ ଅତି ଉଚ୍ଚ ସୁଧ ହାରରେ ଋଣ ନେବାକୁ ପଡ଼ୁଥିଲା । “ରାଜ୍ୟ ସରକାରଙ୍କ ସୁଧ ରିହାତି ପଦକ୍ଷେ ପ ଆମ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି’’ ବୋଲି କହିବା ସହ ଗୋଷ୍ଠୀର ସଦସ୍ୟାମାନେ ଖୁସି ବ୍ୟକ୍ତ କରିଛନ୍ତି । ମହିଳା ମାନଙ୍କ ସାମଗ୍ରିକ ବିକାଶ ଏବଂ ସଶକ୍ତିକରଣ ଆଭିମୁଖ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉଭୟ ସହର ଓ ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ ମହିଳା ନେତୃତ୍ୱ ସୃଷ୍ଟି ସହିତ ସେମାନଙ୍କ ସ୍ୱରକୁ ଆହୁରି ଶକ୍ତିଶାଳୀ କରିବା ଏବଂ ସେମାନଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଥିଲା ମିଶନ ଶକ୍ତିର ଆଭିମୁଖ୍ୟ । ମିଶନ ଶକ୍ତି ଦ୍ୱାରା ନିଆଯାଇଥିବା ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୭୦ ଲକ୍ଷ ମହିଳା ସଦସ୍ୟାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି । ଏହା ଦ୍ୱାରା ମହିଳାମାନଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ବ୍ୟବହାରିକ ଜ୍ଞାନ, ବ୍ୟାଙ୍କ ଋଣ ସଂଯୋଗ ଏବଂ ସୁଧଛାଡ଼ ଭଳି ସକାରାତ୍ମକ ସୁବିଧା ଉପଲବ୍ଧ ହେଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷ ମହିଳା ସ୍ୱୟଂ ସହାୟକି । ଗୋଷ୍ଠୀଙ୍କୁ ୨୩୦୭.୯୩ କୋଟି ଟଙ୍କା ବ୍ୟାଙ୍କ ଋଣ ଦିଆଯାଇଛି ।
କୋଭିଡ୍ ମହାମାରୀ ସମୟରେ ୪୧୩୫୫ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୪୪ କୋଟି ଟଙ୍କାର ବ୍ୟାଙ୍କ ଋଣ ଏବଂ ୧,୬୧,୮୨୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୫.୨୩ କୋଟି ଟଙ୍କା ସୁଧଛାଡ଼ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଆଗ୍ରହକୁ ଦେଖି ରାଜ୍ୟ ସରକାର ଅେ ପ୍ରଲ ୧, ୨୦୧୩ ମସିହାରୁ ସୁଧରିହାତି ଯୋଜନା ଆରମ୍ଭ କରିଥିଲେ । ବାର୍ଷିକ ୨ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯାଉଥିଲା । ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଅଧିକ ଉତ୍ସାହିତ କରିବା ଏବଂ ସେମାନଙ୍କୁ ସୁଧ ଚାପରୁ ମୁକ୍ତ କରିବା ଲକ୍ଷ୍ୟରେ ପରବର୍ତ୍ତୀ ସମୟରେ ୦% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଗଲା । ଏଥି ପାଇଁ ମିଶନ ଶକ୍ତି ନିର୍ଦ୍ଦେଶାଳୟ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରୁଛି ଏବଂ ସୁଧଛାଡ଼ର ଅର୍ଥ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଂଚୟ ଖାତାରେ ଜମା କରିବାକୁ ମିଶନ ଶକ୍ତି କାର୍ଯ୍ୟାଳୟ ତରଫରୁ ପଦକ୍ଷେପ ନିଆଯାଇଛି । ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ କରି ଲାଭବାନ ହୋଇଥିବା ‘ମା’ଅଞ୍ଚିକା ସ୍ୱୟଂ ସହାୟକ ଗୋଷ୍ଠୀ’, ବେଗୁନିଆ ପଡ଼ା, ଗଞ୍ଜାମର ମାଧୁରୀ ମହାରଣା କୁହନ୍ତି “ବିନା ବାଧାରେ ବ୍ୟାଙ୍କ ଋଣ ବ୍ୟବସ୍ଥାରେ ସ୍ଥାନୀୟ ବ୍ୟାଙ୍କରୁ ଋଣନେଇ ୭ ଏକର ବିଶିଷ୍ଟ ଗାଁ ପୋଖରୀରେ ମାଛଚାଷ କରିଥିଲୁ । ଏଥିପାଇଁ ଆମେ ପ୍ରାୟ ତିନିଥର ବ୍ୟାଙ୍କ ଋଣ ନେଇଛୁ ।
ସୁଧଛାଡ଼ ବାବଦକୁ ବ୍ୟାଙ୍କ ସଂଚୟ ଖାତାକୁ ୫,୨୬୦/- ଟଙ୍କା ସରକାର ଙ୍କ ତରଫ ରୁ ମିଳିବା ପରେ ମାଛଚାଷକୁ ଆହୁରି ବୃଦ୍ଧି କରିବାକୁ ଆମେ ଉଦ୍ୟମ କଲୁ । କୋଭିଡ୍-୧୯ ଲକ୍ ଡାଉନ୍ ସମୟରେ ପ୍ରାୟ ୬୦୦ କେଜି ମାଛ ବିକ୍ରି କରି ଆମେ ଆମ ଅଞ୍ଚଳର ଚାହିଦା ପୂରଣ କରିବା ସହ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସ୍ୱଚ୍ଛଳ ହୋଇ ପାରିଲୁ । ମିଶନ ଶକ୍ତି ଆନ୍ଦୋଳନର ଏକ ଅଂଶ ହୋଇ ପାରିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ’’ ବୋଲି ମାଧୁରୀ କହିଛନ୍ତି । ମିଶନ ଶକ୍ତି ଅଧିନରେ ଏଭଳି ଅଭିନବ ଉଦ୍ୟମ କେବଳ ଦୀର୍ଘ ସ୍ଥାୟୀ ବ୍ୟାଙ୍କିଂ କ୍ଷମତା ବୃଦ୍ଧି କରି ନାହିଁ ବରଂ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଠିକ୍ ସମୟରେ ଋଣ ସୁଝି ପାରିଛନ୍ତି ସେମାନଙ୍କୁ ସୁଧ ଛାଡ଼ ଭଳି ସୁବିଧା ମଧ୍ୟ ଦିଆଯାଇଛି । ଠିକ୍ ସମୟରେ ଋଣ କିସ୍ତି ସୁଝି ଏକାଧିକ ବାର ଋଣ ପାଇବାର ସୁବି ଏବଂ ପ୍ରତ୍ୟେକ ଥର ଋଣ ପାଇଁ ସୁଧଛାଡ଼ ବ୍ୟବସ୍ଥା ଗୋଷ୍ଠୀମାନଙ୍କ ମଧ୍ୟରେ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ପ୍ରେରଣା ଯୋଗାଇଛି । ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତି ଦୃଢ଼ୀଭୂତ ହେବା ସହ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ମିଶନ ଶକ୍ତି ଋଣ କାର୍ଯ୍ୟକାରୀ ପ୍ରକ୍ରିୟାକୁ ସୁଦୃଢ଼ କରିବା ନିମନ୍ତେ ଏକ ଅନଲ୍ ।ଇନ୍ ବ୍ୟବସ୍ଥା ଜରିଆରେ ବ୍ୟାଙ୍କ ସହିତ ସଂଯୋଗୀକରଣ କରିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି ।
ଏକ ଉନ୍ନତ ତଥ୍ୟଭିତ୍ତିକ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସମସ୍ତ ତଥ୍ୟ ବ୍ୟାଙ୍କ ସହିତ ବିନିମୟ କରିବା ନିମନ୍ତେ ମିଶନ ଶକ୍ତି ଖୁବ୍ଶୀଘ୍ର ବ୍ୟାଙ୍କମାନଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷର କରିବେ । ସୁଧଛାଡ଼ ବ୍ୟବସ୍ଥାରେ କ୍ଷୁଦ୍ର ଉଦ୍ୟୋଗୀ ମାନେ କିଭଳି ଲାଭବାନ ହେଉଛନ୍ତି ତା’ର ଏକ ସଫଳ ଉଦାହରଣ ହେଉଛି କଟକ ଜିଲ୍ଲାର ନିଆଳିର ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗୋଟିଏ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ବ୍ୟାଙ୍କରୁ ନେଇଥିବା ୩ ଲକ୍ଷ ଟଙ୍କାର ଋଣ ନିୟମିତ ଭାବେ ପରିଶୋଧ କରିଥିବାରୁ, ପର୍ଯ୍ୟାୟ କ୍ରମେ ଏହି ଗୋଷ୍ଠୀର ସଂଚୟ ଖାତାରେ ସୁଧଛାଡ଼ ବାବଦକୁ ଅର୍ଥରାଶି ଫେରସ୍ତ ପାଇଛନ୍ତି । ଗୋଷ୍ଠୀର ସଂ ପାଦିକା କୁହନ୍ତି ସୁଧଛାଡ଼ ବାବଦରେ ମିଳିଥିବା ୬୮୯୨ ଟଙ୍କାରେ ସେମାନେ ଫାର୍ମ ପାଇଁ ଆବଶ୍ୟକ ଅତିରିକ୍ତ ଉପକରଣ କିଣିବା ସହ ଯଥେଷ୍ଟ ଲାଭବାନ ହୋଇ ପାରିଛନ୍ତି । ବ୍ୟାଙ୍କ ଋଣ ବାବଦକୁ ରାଜ୍ୟ ସରକାରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ୧୮୦ କୋଟି ଟଙ୍କା ସୁଧଛାଡ଼ ସହାୟତା ରାଶି ପ୍ରଦାନ କରାଯାଇଛି ଯେଉଁଥିରୁ ପ୍ରାୟ ୪ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉପକୃତ ହୋଇଛନ୍ତି । ବିପୁଳ ସାମାଜିକ ପୁଞ୍ଜି ଭାବରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ ପରିବିର୍ତ୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିଛନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାରେ ମିଶନ ଶକ୍ତିର ପ୍ରମୁଖ ଭୂମିକା ରହିଛି । ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ନିମନ୍ତେ ଉତ୍ସର୍ଗୀକୃତ ପଦକ୍ଷେପ ଫଳରେ ରାଜ୍ୟର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଏକ ଅର୍ଥନୈତିକ ବିପ୍ଳବର ଧାରା ପାଇଁ ମାର୍ଗ ଉନ୍ମୁକ୍ତ କରିଛନ୍ତି ।