No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ଆଜି ଠାରୁ ସମଗ୍ର ଚିଲିକାରେ ଡଲଫିନ ଗଣନା ଆରମ୍ଭ କରାଯାଇଛି। ଏହି ଗଣନା ଆଜି ଠାରୁ ତିନି ଦିନ ଧରି ଚାଲିବ। ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ଡଲଫିନ ଗଣନା ପ୍ରକ୍ରିୟା । ବାଲୁଗାଁ ବନ୍ୟପ୍ରାଣୀ ଡ଼ିଭିଜନ ରେ ୧୦ ଟିମ ଚିଲିକାର ସେଣ୍ଟ୍ରାଲ ସର୍ଦନ ଅଞ୍ଚଳରେ ଗଣନା ଆରମ୍ଭ କରିଛନ୍ତି । ଏବଂ ସାତପଡ଼ା ରୁ ୮ଟିମ୍ ନର୍ଦନ ଆଉଟର ଚ୍ୟାନେଲରେ ଡଲଫିନ ଗଣନା ପାଇଁ ନିୟୋଜିତ ହୋଇଛନ୍ତି ।
ଡଲଫିନ ଗଣିବା ପାଇଁ ଚିଲିକା ରେ ମୋଟ ୧୮ ଟି ଟିମ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମରେ ୮ରୁ ୯ ଜଣ ଲେଖାଏଁ ସଦସ୍ୟ ସାମିଲି ହୋଇଛନ୍ତି । ସମଗ୍ର ଚିଲିକା ରେ ସମସ୍ତ ଟିମ ବିଭିନ୍ନ ସ୍ଥାନକୁ ଯାଇ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଗଣନାରେ ବନ୍ୟପ୍ରାଣୀ ବିଭାଗ, ସ୍ଵେଚ୍ଛାସେବୀ, ବିଶ୍ଵ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଓୟୁଟି ଓଡ଼ିଶା ର ଛାତ୍ର ଛାତ୍ରୀ, ୱାଇଲ୍ଡ ଲାଇଫ ଇନ୍ସଚୂଟ ଅଫ ଇଣ୍ଡିଆ କର୍ମଚାରୀ, ଯୁଲୋଜିକଲ ସର୍ବେ ଅଫ ଇଣ୍ଡିଆ ର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି। ବାଇନା କୁଳର , ଜି.ପି.ଏସ ଟ୍ରାକିଂ, ଟ୍ରାଞ୍ଜାକ୍ଟ ଲାଇନ ମେଥଡ ସାହାଯ୍ୟରେ ଡଲଫିନ ଗଣନା ଚାଲିଛି ।
ଗଣନା କାର୍ଯ୍ୟ ସକାଳ ୬ ରୁ ଆରମ୍ଭ ହୋଇଛି ଦିନ ୧୨ ଯାଏଁ ଚାଲିଥିବା ବେଳେ ସେହି ସମୟରେ ଚିଲିକାରେ ଭାସପୋଲ , ପର୍ଯ୍ୟଟକ ମାନଙ୍କ ଡଙ୍ଗା ବନ୍ଦ ରଖାଯାଉଛି । ଏହା ଗଣନା ୨୦,୨୧,୨୨ତାରିଖ ଯାଏଁ ଚାଲିବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାର କେଉଁ କେଉଁ ସ୍ଥାନରେ କେତେ ସଂଖ୍ୟକ ଡଲଫିନ ରହିଛନ୍ତି, ତାହା ସମସ୍ତ ଗଣନା କାରି ମାନେ ଗଣି ସାରିବା ପରେ ଜଣାପଡ଼ିବ, ଚୁଡାନ୍ତ ରିପୋର୍ଟ ବାଲୁଗାଁ ଡି. ଏଫ୍ .ଓ ଙ୍କ କାର୍ଯ୍ୟାଳୟ ନିକଟରେ ହସ୍ତାନ୍ତର କରିବେ । ପରେ ଚିଲିକାରେ କେତେ ଡଲଫିନ ରହିଛନ୍ତି ତାହା ଭୁବନେଶ୍ବରସ୍ଥିତ ପିଶିସି ଏଫ୍ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯିବ ବୋଲି ଚିଲିକା ୱାଇଲଡି ଲାଇଫ ଏସି.ଏଫ୍ ପ୍ରମୋଦ କୁମାର ସେଠୀ ସୂଚନା ଦେଇଛନ୍ତି ।

No Result
View All Result