No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚିଲିକା :- ଵାଣପୁର ଅଞ୍ଚଳର ତିନୋଟି ନାଟ୍ୟ ସଂସ୍ଥା ବିଶ୍ଵ ନାଟ୍ୟ ମେଳା ୨୦୨୫ରେ ଭାଗନେଇ ଜାତୀୟ ପୁରସ୍କାର ଲାଭ କରିବାର ସୈ।ଭାଗ୍ୟ ଲାଭ କରିଛନ୍ତି । ଥିଏଟର ମୁଭ୍ ମେଣ୍ଟ,କଟକ ଙ୍କ ଦ୍ଵାରା ଆୟୋଜିତ ସପ୍ତାହ ବ୍ୟାପୀ ୨୭ତମ ଆନ୍ତର୍ଜାତୀୟ ନାଟ୍ୟ ପ୍ରତିଯୋଗିତା ରେ ବାଲୁଗାଁ ସ୍ଥିତ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ର ଶିଶୁ ନାଟକ ମେଁ ମେଁ କା ମାଣିକ ରଜା ର ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ନାଟ୍ୟକାର ଓ ଏବଂ ନିର୍ଦ୍ଦେଶକ ଭିକାରୀ ଚରଣ ପ୍ରଧାନ ଙ୍କୁ ଏବଂ ଏହି ନାଟକର କେନ୍ଦ୍ରୀୟ ଚରିତ୍ର ରେ ଅଭିନୟ କରିଥିବା ଶିଶୁ ଅଭିନେତ୍ରୀ ଅପୂର୍ଭା ସାହୁ ଙ୍କୁ ଶ୍ରେଷ୍ଠ ୨ୟ ପୁରସ୍କାର ମିଳିଛି ।
ସେହିପରି ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା-ମଠପୁର ର ଶିଶୁ ନାଟକ ତୁ ମୋ ଆଖିର ତାରା ରେ ସଫଳ ଅଭିନୟ ପାଇଁ ବର୍ଷା ପ୍ରଧାନ ଙ୍କୁ ଶ୍ରେଷ୍ଠ ୩ୟ ପୁରସ୍କାର ଏବଂ ଶ୍ରେଷ୍ଠ ପ୍ରଯୋଜନା ପାଇଁ ଚେୟାର ମ୍ୟାନ୍ ପୁରସ୍କାର ମିଳିଛି । ଅନୁରୂପ ଭାବେ ଡିଏ ଭି ଗୁରୁ କୁଳ, ବାଲୁଗାଁ ର ଶିଶୁ ନାଟକ ଦଙ୍ଗାର ପ୍ରଯୋଜନା ପାଇଁ ଚେୟାରମେନ ପୁରସ୍କାର ଏବଂ ୩ୟ ଶ୍ରେଷ୍ଠ ଅଭିନେତା ଭାବେ ଶୁଭମ୍ ମହାପାତ୍ର ପୁରସ୍କୃତ ହୋଇଛନ୍ତି ।
ଚିଲିକା ସଙ୍ଗୀତ ନାଟକ ଏକାଡେମୀ, ବାଲୁଗାଁ ପକ୍ଷରୁ ସଭାପତି ଭିକାରୀ ଚରଣ ପ୍ରଧାନ, ପଲ୍ଲବୀ ନାଟ୍ୟ କଳା ପରିଷଦ, ଘିଅଖଲା-ମଠପୁର ପକ୍ଷରୁ ଅଶୋକ କୁମାର ପ୍ରଧାନ ଏବଂ ଡିଏଭି , ଗୁରୁ କୁଳ, ବାଲୁଗାଁ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ମାନ୍ୟଗଣ୍ୟ ଅତିଥି ମାନଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରି ଛନ୍ତି । ସେହିପରି ଉତ୍କଳିକା ସଙ୍ଗୀତ ଏକାଡେମୀ, ନାଚୁଣୀ ର ଛାତ୍ରୀ ସଂସ୍କୃତି ତ୍ରିପାଠୀ ଏବଂ ସମୀକ୍ଷା ପଲାଇ ଙ୍କୁ ଏକକ ଶାସ୍ତ୍ରୀୟ ନ୍ରୃତ୍ୟ ପାଇଁ ଜାତୀୟ ପୁରସ୍କାର ମିଳିଥିବା ବେଳେ ଓଡ଼ିଶୀ ନୃତ୍ୟଗୁରୁ ବିଜୟଲକ୍ଷ୍ମୀ ବଳିୟାର ସିଂହ କଳା ସାଧକ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।

No Result
View All Result