ଓଡିଶା ତାଜା ନ୍ୟୁଜ୍ (୨୫ ଅଗଷ୍ଟ ମଙ୍ଗଳବାର) ବରୀ :- ସର୍ବଦା କାମରେ ବିଶ୍ବାସ କରୁଥିବା ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ନିଜର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ସମୟରେ ନିଳାପଦା ଓ ମହାକାଳପଡ଼ା କେଲୁଅ ନଦୀ ଉପରେ ଥିବା ସ୍ୱିସ ଗେଟ ଯାହା କୋଲଣ ଗିରି, ରତ୍ନଗିରି, କମ୍ପଗଡ଼,ପାଲଟ ପୁର ଦେଇ ଏହି ଗେଟରେ ବର୍ଷା ପାଣି ନିଷ୍କାସନ ହୋଇଥାଏ ଓ ଦିତୀୟ ଟି ମହାକାଳପଡା ଓ ଗମୁ ଡୋବ ପାଟ ନାଳି ଉପରେ ଥିବା ସୁଇସ ଗେଟ ଯେଉଁ ବାଟ ଦେଇ 3 ବ୍ଲକ ବରୀ,ବଡ଼ଚଣା, ଓ ରସୁଲପୁରର ଅନେକ ପଞ୍ଚାୟତରୁ ବର୍ଷା ପାଣି ଏହି ଗେଟ ଦେଇ ନିଷ୍କାସିତ ହୋଇଥାଏ ମାତ୍ର ଲଗାଣ ବର୍ଷା ହେତୁ ନଦୀରେ ଜଳସ୍ତର ବୃଦ୍ଧି ହେଉଥିବାରୁ ଜଳନିଷ୍କାସନ ସୁଚାର ରୂପେ ହୋଇପାରୁନାହିଁ ।
ଏଠିକାର ଚାଷ ଜମି ନଷ୍ଟ ହେଉଥିବା ହେତୁ ଗାମୁ ଏବଂ ମହାକାଳପଡ଼ାର ଚାଷୀ ମାନେ ବଧାୟିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟିକା ଏହାକୁ ଅନୁଧ୍ୟାନ କରି ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଦୃଷ୍ଟି ଆକର୍ଷଣ କରିବା ସହ ସାଥିରେ ଥିବା ବରୀ ବ୍ଲକ ର ରାଜସ୍ବ ଅଧିକାରୀ ଶ୍ରୀଯୁକ୍ତ ସରୋଜକାନ୍ତ ନାୟକ ଙ୍କୁ ଏହାର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଗ୍ରସ୍ତ ସମୟରେ ବିଧାୟିକା ଙ୍କ ସହ ବିଜୁ ଜନତା ଦଳର ଆବାହକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ, ୨୨ ନମ୍ବର ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀଯୁକ୍ତ ରଞ୍ଜନ ପଣ୍ଡା, ମହାକାଳପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପତିତପାବନ ଆର୍କ୍ୟୁ ଯୁବ ନେତା ବିରେନ କୁମାର ରାଉତ ଓ ବହୁ ସମାଜିଜିକ କର୍ମୀ ଉପସ୍ଥିତ ଥିଲେ । (ରିପୋର୍ଟ ସ୍ଵୟଂ ପ୍ରକାଶ ଦାସ୍ )