No Result
View All Result
୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଗୋପ ନିଗମାନନ୍ଦ ହାଇସ୍କୁଲ ଓ ଗୋପ ବାଳିକା ବିଦ୍ୟାଳୟ ର 1990 ମସିହାର ମାଟ୍ରିକ ବ୍ୟାଚ ର ଏକ ମିଳିତ ସହଯୋଗରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥର ବନ୍ଧୁମିଳନ କାର୍ଯ୍ୟକ୍ରମ ଟି କୁସୁପୁର ସ୍ଥିତ ଆକାଶୀ ତୋଟା ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶତାଧିକ ବାଳିକଓ ବାଳକାମାନେ ଅଂଶ ଗ୍ରହଣ କରିଥିଲେ l ନିଗମାନନ୍ଦ ହାଇସ୍କୁଲ ଓ ଗୋପ ବାଳିକା ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l
ସର୍ବସମ୍ମତି କ୍ରମେ ସଭାପତି ପଦବୀ ପାଇଁ ବାଳିକା ବିଭାଗ ପକ୍ଷରୁ ଜୟନ୍ତୀ ବାରିକଙ୍କ ଚୟନଙ୍କୁ କରାଯାଇଥିବା ସ୍ଥଳେ କାର୍ଯକାରୀ ସଭାପତି ଭାବେ ମିଲନ କୁମାର ମହାନ୍ତିଙ୍କୁ ଚୟନ କରାଯାଇଥିଲା l ଠିକ ସେହିପରି ସମ୍ପାଦକ ଭାବେ ଡ଼.ଭବାନୀ ଶଙ୍କର ସାମନ୍ତରାୟ ଆଉ କୋଷାଧକ୍ଷ ଭାବେ ସନତ କୁମାର ସେନାପତି ଙ୍କୁ ଚଳିତ ବର୍ଷ ପାଇଁ ଚୟନ କରାଯାଇଥିଲା l ଉକ୍ତ ବନ୍ଧୁମିଳନ କୁ ସଚ୍ଚିଦାନନ୍ଦ ଗୋଛାୟତ,ପ୍ରଦୀପ୍ତ କୁମାର ସିଂ, ବୈଲୋଚନ ସାହୁ, ରତ୍ନାକର ସେଠି ପ୍ରଭୁତି ଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଏକାଠି ହୋଇଥିଲେ l
ଏଥିରେ ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ସ୍କୁଲ ସମୟର ଅଭୁଲା ସ୍ମୃତି କୁ ବଖାଣି ଥିଲେ l ବର୍ତମାନ ସାମ୍ପ୍ରତିକ ସମସ୍ୟା ଉପରେ ଆଲୋଚନା କରିବା ସହିତ ଆସନ୍ତା ଫେବୃଆରୀ 14 ରେ ଏକ ମେଘା ରକ୍ତଦାନ ଶିବିର ର ଆୟୋଜନ କରାଯିବ l ବିଦ୍ୟାଳୟ ରେ ବିଭିର୍ଣ୍ଣ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏକ ଲିଖିତ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା l ଠିକ ସେହିପରି ଆସନ୍ତା ବୁଧୁବାର ରାତ୍ରିରେ ଅସହାୟ ବ୍ୟକ୍ତି ବିଶେଷ ଙ୍କୁ ଅନୁଷ୍ଠାନ ପକ୍ଷରୁ କମ୍ବଳ ପ୍ରଦାନ କରାଯିବ l ସେହିମାନଙ୍କୁ ଯେଉଁମାନେ ରାସ୍ତା କଡରେ ରାତ୍ରିଯାପନ କରୁଥିବେ l

No Result
View All Result