No Result
View All Result
୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖପ୍ରାଖୋଲ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଉଚ୍ଚ ବିଦ୍ୟାଳୟ ଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପକ୍ଷୀ ଗଣନା ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ ଙ୍କ ଅଧକ୍ଷାତା ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏ ସି ଏଫ୍ ତଥା ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ,
ମୁଖ୍ୟ ବକ୍ତା ରୂପେ ପରିବେଶ କର୍ମୀ ଡ଼ ଅଭୟ ଚନ୍ଦ୍ର ତ୍ରିପାଠୀ, ସମ୍ମାନୀତ ଅତିଥି ରୂପେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ଧଣ୍ଡାମୁଣ୍ଡା ବନପାଳ ଅରବିନ୍ଦ ଧରୁଆ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅଞ୍ଚଳରେ ଦେଖା ଯାଉଥିଲା ବିଭିନ୍ନ ପ୍ରଜାତିର ପକ୍ଷୀ, ବାହାରୁ ଆସୁଥିବା ପକ୍ଷୀ ସମ୍ପର୍କରେ ଛାତ୍ରୀ ଛାତ୍ର ଙ୍କୁ ଅବଗତ କରିବା ସହିତ ପକ୍ଷୀ ମାନଙ୍କ ପରିଚୟ,
ବସତି ଓ ତାଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ବାହାରେ ବିଭିନ୍ନ ପ୍ରଜାତି ର ପକ୍ଷୀ ଚିହ୍ନଟ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବନବିଭାଗ କର୍ମଚାରୀ, ଶିକ୍ଷୟତ୍ରୀ ଶିକ୍ଷକ, ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ। ଆମଜଙ୍ଗଲ ଯୋଜନା ର ବିଷ୍ଣୁ ଛୁରା ପରିଚାଳନା କରିଥିବା ବେଳେ ତହସିଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result