No Result
View All Result
୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ପ୍ରମୋଟର ଚେୟାରମ୍ୟାନ ଶ୍ରୀ ଚିନ୍ତା ଶଶିଧରଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ହାଇଦରାବାଦସ୍ଥିତ ୩ ବିଲିଅନ ଆମେରିକୀୟ ଡଲାର ଗ୍ରୁପ୍ କମ୍ପାନୀ ବିଶ୍ୱ ସମୁଦ୍ର ଗ୍ରୁପ୍ ତାହାର ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ ଶିବଦତ୍ତ ଦାସ ଏବଂ ଭାଇସ ଚେୟାରପର୍ସନ ଭାବରେ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟଦର୍ଶିନୀଙ୍କ ନାମ ନିଜର ହୋଲଡିଂ କମ୍ପାନୀ ପାଇଁ ଘୋଷଣା କରିଛି । ସେମାନେ ଗ୍ରୁପ୍ର ବିଦେଶରେ ବ୍ୟବସାୟିକ କାର୍ଯ୍ୟ ପରିଚାଳନାର ନେତୃତ୍ୱ ନେବେ ।
ହୋଲ୍ଡିଂ କମ୍ପାନୀର ସମ୍ପ୍ରତି ଇଞ୍ଜିନିୟରିଂ, ସାମୁଦ୍ରିକ, ବିମାନ ଚଳାଚଳ, ବିନିର୍ମାଣ ଏବଂ ନିବେଶ କ୍ଷେତ୍ରରେ ଆଗ୍ରହ ରହିଛି । ଏହାର ଇଞ୍ଜିନିୟରିଂ ସଂସ୍ଥା ବିଶ୍ୱସମୁଦ୍ର ଇଞ୍ଜିନିୟରିଂ ଶିଳ୍ପରେ ଅଗ୍ରଣୀ ରହିବା ସହିତ ଗତ ୨ବର୍ଷ ଧରି ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶନ କରିଆସୁଛି ଏବଂ ଭାରତରେ ସଂରଚନା କ୍ଷେତ୍ରରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛି । ବାରାଣସୀରେ ଅର୍ବାନ ରୋପ ୱେ ନିର୍ମାଣରେ ଅଗ୍ରଣୀ ରହିଥିବା ଏହି କମ୍ପାନୀ ମଧ୍ୟ ସର୍ବାଧିକ ନବୋନ୍ମେଷୀ ସଂରଚନା କମ୍ପାନୀ ଭାବରେ ଏବିପି ଇନ୍ଫ୍ରାଷ୍ଟ୍ରକଚର କନ୍କ୍ଲେଭରେ ପୁରସ୍କାର ହାସଲ କରିଛି ।
ଶିବଦତ୍ତ ଗତ କିଛିବର୍ଷ ଧରି ଏହି ଗ୍ରୁପ୍ର ଅଂଶ ହୋଇ ରହିଆସିଛନ୍ତି ଏବଂ ଗ୍ରୁପ ଏକ୍ଜିକୁ୍ୟଟିଭ ଡାଇରେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ଏହା ତାଙ୍କୁ ତାଙ୍କର ସମକକ୍ଷ ଗ୍ରୁପ୍ ତୁଳନାରେ ଅନ୍ୟତମ ଯୁବ ବୃତ୍ତିଧାରୀ କରି ଗଢିତୋଳୁଛି । ଫିକି ନ୍ୟାସନାଲ ଏକ୍ଜିକୁ୍ୟଟିଭର ଅଂଶଭାବରେ ସେ ୟୁନାଇଟେଡ ସ୍ପିରିଟସ୍, ଆଇସିଆଇସିଆଇ ପ୍ରୁଡେନ୍ସିଆଲ, ଭାରତୀ ଆକ୍ସା ଲାଇଫ ଇନସୁ୍ୟରାନ୍ସ, ଟାଟା ଏଆଇଏ, ରିଲାଏନ୍ସ କ୍ୟାପିଟାଲ ଏବଂ ଡି ୱାଇ ପାଟିଲ ହେଲ୍ଥକେୟାର ଭଳି ସଂସ୍ଥାରେ ଅତୀତରେ କାର୍ଯ୍ୟ କରିଛନ୍ତି ଏବଂ ତାହାବ୍ୟତୀତ ତାଙ୍କର ନିଜସ୍ୱ ଷ୍ଟାର୍ଟଅପ୍ ପରିବ୍ୟବସ୍ଥାରେ ସେ ନିଜେ ଜଣେ ଆଦ୍ୟ ନିବେଶକ ରହିଛନ୍ତି ।
ଏଥିସହିତ ସ୍ୱିଗି କ୍ୟାପ ଟେବଲ୍ ପ୍ରି-ଆଇପିଓରେ ସେ ମଧ୍ୟ ଅନ୍ୟତମ ନିବେଶକ ଥିଲେ ।
ଜଣେ ଯୋଗ୍ୟତାସମ୍ପନ୍ନ ଅର୍ଥନୀତି ସ୍କଲାର ଏବଂ ଜନସେବାରେ ବିଶେଷ ଆଗ୍ରହ ରଖୁଥିବା ଶିବଦତ୍ତ ନିକଟରେ ଏକ ସମ୍ଭ୍ରାନ୍ତଜନକ କଫି ଟେବୁଲ ବୁକ୍ ‘ଡୁଗା ଡୁଗା’ ଲେଖିଛନ୍ତି ଯେଉଁଥିରେ ଦୁର୍ଗା ପୂଜାର କାହାଣୀ ଏବଂ ସମଗ୍ର ଭାରତ ସହିତ ଏହାର ସମ୍ପର୍କ ବିଷୟ ସ୍ଥାନ ପାଇଛି ।
ଏହି ଘୋଷଣା ଅବସରରେ ଶ୍ରୀ ଚିନ୍ତା ଶଶୀଦର, ଗ୍ରୁପ୍ ଚେୟାରମ୍ୟାନ କହିଥିଲେ, “ଗ୍ରୁପ୍ ସମ୍ପ୍ରତି ଏହି ନେତୃତ୍ୱ ଆବଶ୍ୟକ କରୁଛି ଏବଂ ଆମେ ଏକ ବିଶାଳ ଲମ୍ଫ ପ୍ରଦାନକରି ଆମ କାର୍ଯ୍ୟ ଜରିଆରେ ଏକ ବିରାସତ୍ ନିର୍ମାଣ କରିବାକୁ ଉଦ୍ୟତ ହେଉଛୁ ।
ଆମେ ଏକ ବୈଶ୍ୱିକ ଉଦ୍ୟୋଗ ନିର୍ମାଣ କରୁଛୁ ଏବଂ ଶିବଦତ୍ତ ଏହି ଭୂମିକା ନେବାପାଇଁ ସର୍ବୋତ୍ତମ ଉପଯୁକ୍ତ ଆଭ୍ୟନ୍ତରୀଣ ପ୍ରତିଭା ଅଟନ୍ତି ।” ଏହି କେଏମ୍ପି ଗଠନକୁ ଆଗେଇ ନେଇ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟଦର୍ଶିନୀ ଚିନ୍ତାଙ୍କୁ ଗ୍ରୁପ୍ର ଭାଇସ ଚେୟାରପର୍ସନ ଭାବରେ ଘୋଷଣା କରାଯାଇଛି । ଜଣେ ପ୍ରବୀଣ ଗଣିତଜ୍ଞ ଭାବରେ ଲକ୍ଷ୍ମୀ ଗଣିତର ଜଟିଳ ସମସ୍ୟାଗୁଡିକର ସମାଧାନ କରି ପିଲାଙ୍କୁ ପାଠ ପଢଇବାର ଯେଉଁ ଉପାୟ ଖୋଜିଛନ୍ତି ତାହା ଏହି ଗ୍ରୁପ୍ର ଚିନ୍ତାଧାରାରେ ସଠିକ ସନ୍ତୁଳନ ଏବଂ ଲିଙ୍ଗଗତ ଅନ୍ତର୍ଭୁକ୍ତି ଅନୁପାତ ବଜାୟ ରଖିପାରିଛି ।
ଶ୍ରୀମତୀ ପ୍ରିୟଦର୍ଶିନୀ ଏପର୍ଯ୍ୟନ୍ତ କେବଳ ବ୍ୟାପକ ସିଏସଆର ପ୍ରୟାସଗୁଡିକର ନେତୃତ୍ୱ ନେଇନାହାନ୍ତି, ତାହାସହିତ ବର୍ଷବର୍ଷ ଧରି ଗ୍ରୁପ୍ର ଦୂରଦୃଷ୍ଟି ଏବଂ ସମ୍ପ୍ରସାରଣ ପଛରେ ଏକ ଶକ୍ତି ହୋଇ ରହିଆସିଛନ୍ତି । କମ୍ପାନୀର ଦୈନନ୍ଦିନ ବ୍ୟାପାରରେ ସକ୍ରିୟ ଭାବରେ ସଂପୃକ୍ତ ରହିବା ସହିତ ତାହା ଊଦ୍ଧ୍ୱର୍ରେ ଜନ ନୀତିସମୂହ ଏବଂ ପ୍ରଶାସନରେ ତାଙ୍କର ସର୍ବଦା ଆଗ୍ରହ ରହିଆସିଛି ।
No Result
View All Result