No Result
View All Result
୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବଲାଙ୍ଗୀର ଜିଲ୍ଲା :- ପୌଷ ପୂର୍ଣ୍ଣିମା ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ବିରାଜିତ ପ୍ରଭୁ ଶ୍ରୀରାମଙ୍କ ଷଷ୍ଠ ପୁଷ୍ୟାଭିଷେକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ଉତ୍ସବରେ ଆଖପାଖ ଗ୍ରାମର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ପ୍ରଭୁ ଶ୍ରୀରାମ,ମାତା ସୀତା ଓ ବୀର ଲକ୍ଷ୍ନଣଙ୍କ ଚଳନ୍ତି ପ୍ରତିମାଙ୍କୁ ଭରତ (ସୁବଳ ଗୁରହାଣ୍ଡି) ପଦଧୌତ କଲାପରେ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରାଯାଇଥିଲା ।
ଏହି ପରିକ୍ରମାରେ ଶ୍ରୀରାମ ମନ୍ଦିର ମହିଳା ସଂକୀର୍ତ୍ତନ ଦଳ, ଲରକିପାଲି ମହିଳା କୀର୍ତ୍ତନ ଦଳ ଓ କଲଙ୍ଗା ଦଣ୍ଡା ବାଡ଼ି ନୃତ୍ୟ ଦଳ ,ବରବାହାଲ,ପାଟଣାଗଡ଼ ଅଂଶ ଗ୍ରହଣ କରିଥିଲେ । ସାରଥୀ ହୋଇଥିଲେ l ଚାଂଟିମୁଣ୍ଡାର ଯଦୁପତି ନାଥ ଓ ହନୁମାନ ଅଭିନୟ କରିଥିଲେ ରଘୁପତି ନାଥ । ମନ୍ଦିରରେ ପୁଷ୍ୟାଭିଷେକ ହୋମ ପରେ ପ୍ରଭୁଙ୍କର ରାଜ୍ୟାଭିଷେକ କରାଯାଇଥିଲା ଓ ଭକ୍ତମାନେ ପ୍ରସାଦ ସେବନ କରିଥିଲେ ।
ଅପରାହ୍ନ ୪ଟା ଭଗବତ ଚର୍ଚ୍ଚା ହେବା ପରେ କୀର୍ତ୍ତନ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିଲେ ଜଣାଶୁଣା କୀର୍ତ୍ତନ ଗାୟିକା ସୁନିତା ସାହୁ,ଆନନ୍ଦିନୀ ନାଏକ ,ବୃନ୍ଦାବତୀ ଶାଣ୍ଢ ଓ ଶ୍ରୀ ଶେଷଦେଵ ଜୁଆଡ଼ି । ମୃଦଙ୍ଗ ବାଦନ କରିଥିଲେ ଅରୁଣ କୁମାର ଖାଡ଼ିଆ ଓ ମଗଶିର । ଗାୟିକା ସୁନିତା ସାହୁଙ୍କୁ କୀର୍ତ୍ତନ ରାଣୀ ଉପାଧି ପ୍ରଦାନ କରାଯାଇ ଥିଲା । ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସମ୍ମାନିତ ଅତିଥି ଭାବରେ ପଣ୍ଡିତ ଡ଼.ଘାସିରାମ ମିଶ୍ର ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଟ୍ରଷ୍ଟର ଚେୟାରମ୍ୟାନ ମଳୟ ଆନନ୍ଦ କୁମାର ତ୍ରିପାଠୀ । ସହଯୋଗ କରିଥିଲେ ମୁଖ୍ୟ ପରିଚାଳନା ଟ୍ରଷ୍ଟି ମନ୍ମୟ ଆନନ୍ଦ କୁମାର ତ୍ରିପାଠୀ । ଏହା ସହିତ ଅଚ୍ୟୁତାନନ୍ଦ ମିଶ୍ର,ସୁରେଶ ବୁଡେକ,ସତ୍ୟ ଗହୀର,ଚିଙ୍କୁ ପ୍ରଧାନ ଶ୍ରୀମୟ ତ୍ରିପାଠୀ,ହରେକୃଷ୍ଣ ବୁଡେକ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ଗତ ଛଅ ବର୍ଷ ହେଲା ଗ୍ରାମବାସୀ ପୌଷ ପୂର୍ଣ୍ଣିମା ଦିନ ଆମିଷ ବର୍ଜନ କରି ଏହା କରି ଆସୁଛନ୍ତି ।
No Result
View All Result