ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :– ଗଣେଶ ପୂଜା ଅବସରରେ ମା’ ଫାଉଣ୍ଡେସନ୍ ଓ ୱାର୍ଡ଼ ନଂ -2 ଗଣେଶ ପୂଜା କମିଟି ମିଳିତ ଆନୁକୂଲ୍ୟରେ ସୋମବାର ଦିନ “ସାହି ସବୁଜିମା ” କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ସ୍ଵୟଂସାଶିତ ମହାବିଦ୍ୟାଳୟ ଖେଳ ପଡିଆ ସାମ୍ନା ମୁଖା ରାସ୍ତାରେ କଦମ୍ବ ବୃକ୍ଷ ରୋପଣ କରାଯାଇଛି । ପରିବେଶ ସୁରକ୍ଷା ପାଇଁ ଵୃକ୍ଷରୋପଣ ଯେପରି ଜରୁରୀ ତା’ର ସୁରକ୍ଷା ଵା ଜରୁରୀ ତେଣୁ ଅନୁଷ୍ଠାନର ସଦସ୍ୟ ମାନେ ନୟାଗଡ଼ ପୈ।ରପରିଷଦ ଅନ୍ତର୍ଗତ ୱାର୍ଡ଼ ମାନଙ୍କରେ ନିୟମିତ ଗଛ ଲଗାଇବା ସହ ତାର ସୁରକ୍ଷା ପ୍ରତି ଵା ଯତ୍ନବାନ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଶ୍ରଦ୍ଧେୟ ଦାମୋଦର ସାହୁ ( ଦାମ ସାର୍), ନୟାଗଡ଼ ରେଡ୍ କ୍ରସ୍ ଫୋରମ୍ ର ଫ୍ରଣ୍ଟଲାଇନ୍ ଭଲିଣ୍ଟିୟର ସୁଧାଂଶୁ ରଂଜନ ଦାସ, ୱାର୍ଡ଼ ନଂ – 2.ଗଣେଶ ପୂଜା କମିଟି ର ସଦସ୍ୟ ସୁନିଲ କୁମାର ସାହୁ, କେଦାର ପ୍ରଧାନ ଓ ରଂଜନ କୁମାର ସାହୁ ଯୋଗଦାନ କରି ପ୍ରତ୍ୟେକ ଗୋଟିଏ ଲେଖାଏଁ କଦମ୍ବ ଚାରା ରୋପଣ କରିବା ସହ ପ୍ଲାଷ୍ଟିକ ଜାଲି ଦେଇ ଗଛର ସୁରକ୍ଷା ପାଇଁ ପ୍ରସ୍ତାବ କରିଥିଲେ ।
ଆଗାମୀ ଦିନମାନଙ୍କରେ ଵିଭିନ୍ନ ଅନୁଷ୍ଠାନ ମାନଙ୍କୁ ନେଇ ନୟାଗଡ଼ ମ୍ୟୁନିସିପାଲିଟି ରେ ମା ‘ଫାଉଣ୍ଡେସନ୍,ନୟାଗଡ ତରଫରୁ “ସାହି ସବୁଜିମା ” କାର୍ଯକ୍ରମ କୁ ଵ୍ୟପକ କରାଯିଵା ଵୋଲି ସଂପାଦକ ରଂଜନ ରଶ୍ମି ଜେନା ପ୍ରକାଶ କରିଛନ୍ତି । (ରିପୋର୍ଟ- ରାମକୃଷ୍ଣ ରଥ)