No Result
View All Result
୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ପାରିକୁଦର ଇଷ୍ଟଦେବୀ ତଥା ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ରୂପେ ଜଣାଶୁଣା ମା କାଳିଜାଇଙ୍କ ପୀଠରେ ମଙ୍ଗଳ ବାର ଦିନ ପାରମ୍ପରିକ ମକର ମେଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ଅବବ୍ୟହିତ ପୂର୍ବରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇ ଉଠିଛି ଏହି ପୀଠ । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାଙ୍କ ପୀଠ କୁ ଆସୁଥିବାରୁ ଶୃଙ୍ଖଳିତ ଦର୍ଶନ ଦିଗରେ କଡ଼ା ନଜର ରଖାଯାଇଥିବା ଆଇଆଇସି ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।
ଏହାକୁ ଦୃଷ୍ଟିରେ କୃଷ୍ଣ ପ୍ରସାଦ ପୋଲିସ ପକ୍ଷରୁ ଵ୍ୟ ପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଦୁଇ ପ୍ରଟୁନୁ ପୋଲିସ ଫୋର୍ସ ସହିତ ଅଗ୍ନିଶମ ବିଭାଗ, ଓଡ୍ରାଫ ଦଳ ନିୟୋଜିତ କରାଯାଇଥିବା ପୋଲିସ କହିଛି । ଯାତ୍ରୀ ମାନଙ୍କ ଯାତାୟାତ ନିମନ୍ତେ ଲଞ୍ଚ ଏବଂ ଡ଼ଙ୍ଗାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପାରିକୁଦ ରାଜ ପରିବାରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କାଳିଜାଇ । ପାରିକୁଦ ରାଜା ସାହେବ ବିରାଟ ପାଟପଟୁଆର ଆସି ମା ଙ୍କୁ ପୂଜାର୍ଚ୍ଚନା କରିବା ସହ ମା ଙ୍କ ବିଗ୍ରହଙ୍କୁ ଦର୍ଶନ କରିଛିନ୍ତି । ଏ ପରିପ୍ରେକ୍ଷୀରେ କୃଷ୍ଣପ୍ରସାଦ ରାଜବାଟି ମଧ୍ୟ ଉତ୍ସବ ମୁଖର ହୋଇଉଠିଛି ।

No Result
View All Result