୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଶିକ୍ଷାର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ଏତେ ସବୁ ଯୋଜନା ସତ୍ତ୍ବେ ଏବେବି ଅନେକ ବିଦ୍ୟାଳୟର ଉନ୍ନତି ହୋଇନାହିଁ । ପ୍ରଶାସନର ଅବହେଳା ହେଉ କିମ୍ବା ସ୍ଥାନୀୟ ଜନ ପ୍ରତିନୀଧିଙ୍କ ଆନ୍ତରିକତା ଅଭିବ ଯୋଗୁଁ ବିଦ୍ୟାଳୟର ଉନ୍ନତିରେ ବାଧକ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ତିତିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ କିଛି ପିଲା ଏକ ଭାଙ୍ଗ ଶ୍ରେଣୀ ଗୃହରେ ପଢୁଥିବା ବେଳେ କିଛି ପିଲା ଗଛମୂଳେ ପଢୁଛନ୍ତି ।

୧୯୫୫ ଜୁନ ୨୨ରେ ନିର୍ମାଣ ହୋଇଥିବା ତିଳିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ପୁରୁଣା କୋଠ ଭାଙ୍ଗି ନଷ୍ଟ ହୋଇଯାଇଛି । ଦୀର୍ଘ ବର୍ଷ ହେଲା ଶ୍ରେଣୀ ଗୃହ ଭାଙ୍ଗି ଗଲାଣି । ବିଦ୍ୟାଳୟର ଆବଶ୍ୟକତାକୁ ଦେଖି ନୂତନ କୋଠ ନିର୍ମାଣ ହୋଇଥିଲା । ଝରକା କବାଟ ନ ଲଗାଇ କୋଠା ନିର୍ମାଣ ସମ୍ପୂଣ୍ଣ ଦର୍ଶାଇ କବାଟ ନ ଲଗାଇ କୋଠା ନିର୍ମାଣ ସମ୍ପୂଣ୍ଣ ଦର୍ଶାଇ ବିଲ୍ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।















