୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ରାମଗିରି ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସରକାର ବଦଳିବା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ଆହ୍ୱାନରେ ପଞ୍ଚାୟତ ଗୁଡିକ ଚଳଚଞ୍ଚଳ ହୋଇପଡିଛି l ଦୀର୍ଘ ୪୦ ବର୍ଷ ପୂର୍ବେ ରାଜ୍ୟରେ ୧୦ ଟି ନୂତନ ବ୍ଲକ ଗଠନ ହୋଇଥିଲା l

ପୂର୍ବ ସରକାରଙ୍କ ଶାସନ କାଳ ମଧ୍ୟରେ ୨୦୧୦ ଏବଂ ୨୦୧୮ ମସିହାରେ ଦୁଇଥର ରାମଗିରି ଠାରେ ନୂତନ ବ୍ଲକ ଗଠନ କରିବାପାଇଁ ଦାବୀ ହୋଇଥିଲା କିନ୍ତୁ କିଛି କାର୍ଯ୍ୟକାରୀ ହୋଇନଥିଲା l ରାୟଗଡ଼, ନୂଆଗଡ଼ ଓ ଆର.ଉଦୟଗିରି ବ୍ଳକ୍ ଭଳି ୩ଟି ବ୍ଲକ୍ର କେନ୍ଦ୍ରସ୍ଥଳୀ ରାମଗିରିକୁ ବ୍ଲକ୍ ମାନ୍ୟତା ଦାବି ଜୋର୍ ଧରିଛି । ଆଜି ପୂର୍ବତନ ଜିଲ୍ଲାପରିଷଦ ତାରିଣୀ ଚରଣ ଗୌଡ଼ଙ୍କ ଆବାହନ ରେ ଓ ରାମଗିରି ଗ୍ରାମପଞ୍ଚାୟତ ସରପଞ୍ଚ ସସ୍ମିତା କାର୍ଜି ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି l

୨ଟି ବ୍ଲକ ର ୧୧ ଟି ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଜନସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବ୍ୟବସାୟ ନିମନ୍ତେ ରାମଗିରି ଉପରେ ନିର୍ଭର କରନ୍ତି | ରାମଗିରି ଠାରେ ବ୍ଲକ୍ ପ୍ରତିଷ୍ଠା ହେଲେ ଏହି ସବୁ ପଞ୍ଚାୟତ ଗୁଡିକ ବ୍ଳକ୍ ଠାରୁ କେବଳ ୧୦କିମି ଦୂରତ୍ବରେ ରହି ସରକାରଙ୍କ ସମସ୍ତ ସୁବିଧା ପ୍ରାପ୍ତ ହୋଇପାରିବେ । ଏହି ଦାବି ଉପସ୍ଥାପନ କରିବା ପାଇଁ ରାମଗିରି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏହି ୧୧ ଟି ପଞ୍ଚାୟତର ଜନପ୍ରତିନିଧି ତଥା ବର୍ତ୍ତମାନ ଓ ପୂର୍ବତନ ସରପଞ୍ଚ ସମ୍ମିତି ସଭ୍ୟ,

ଜିଲ୍ଲାପରିଷଦ ସଭ୍ୟ ,ଓ୍ବାର୍ଡସଭ୍ୟ,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ଅନେକ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ କମିଟି ଚୟନ ସହ ଏହିକାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ଲାଗି ଶପଥ ନେଇଥିଲେ। ଶୀଘ୍ର ସରକାରଙ୍କୁ ଦାବିପତ୍ର ଦେବାଲାଗି ସ୍ଥିର କରାଗଲା। ଏଥର କିନ୍ତୁ ନିଶ୍ଚୟ ସରକାର ଅଞ୍ଚଳବାସୀଙ୍କ ସମସ୍ୟାକୁ ସମାଧାନ କରିବା ଆଶାରଖିଥିବା କହିଛନ୍ତି ଅନେକ ବୁଦ୍ଧିଜୀବୀ।ସବୁ ଦିଗ ଉପରେ ଆଲୋଚନା ପରେ ପରି ଶେଷରେ ତାରିଣୀ ଚରଣ ଗୌଡ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।