ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗର୍ ଅୟଆରମ୍ଭ ହୋଇାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲା ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକର ସମସ୍ତ ଯୁବ ଓ ଛାତ୍ର ନେତା ଯୋଗଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜର ମତ ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଭର୍ଚୁଆଲ୍ ମିଟିଙ୍ଗ୍ର ଆୟୋଜନ କରାିବ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ମିଟିଙ୍ଗ୍ ରେ ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ରୂେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ମାନ୍ୟବର ବିଧାୟକ ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ “ଯୁବ ଛାତ୍ର ନେତୃତ୍ୱକୁ ପ୍ରେରଣାତ୍ମକ ସାଙ୍ଗଠନିକ ମନ୍ତ୍ର ପ୍ରଦାନ କରିଥିଲେ’ ।
ଓଡିଆ ଜାତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦରେ ନିଜର ଭାଗ୍ୟ ନିଜେ ଗଢିବ, ଓଡିଆ ଜାତିର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ୱରେ ଆହୁରି ଆଗକୁ ବଢିବ ଏବଂ ଯୁବ ଛାତ୍ର ନେତାମାନେ ସେବାବ୍ରତୀ ହୋଇ ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ବିକାଶ ଦିଗରେ ଅହରହ କାର୍ଯ୍ୟ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରୀ ମଜ୍ବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶ୍ରୀ ଦାସ “ଜୟ ଜଗନ୍ନାଥ ଜୟ ନବୀନ’ ର ଶ୍ଳୋଗାନ ଦେଇ ସମସ୍ତ ଯୁବ ଛାତ୍ର ନେତାଙ୍କୁ ଉତ୍ସାହିତ କରିଥିଲେ ।
ଏହି ଭର୍ଚୁଆଲ୍ ମିଟିଙ୍ଗ୍ରେ ୪ଜିଲ୍ଲାରୁ ୨୯ ନିର୍ବାଚନ ମଣ୍ଡଳୀ, ୫୬ବ୍ଲକ୍, ୧୩ଏନ୍ଏସି ଏବଂ ସମସ୍ତ ପଞ୍ଚାୟତର ଯୁବ ଛାତ୍ର ନେତାମାନେ ସାମିଲ୍ ହୋଇଥିଲେ । ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ମିଟିଙ୍ଗ୍କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଚାନ୍ଦବାଲି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।