No Result
View All Result
୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବଲାଙ୍ଗୀର :-> ୪ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଯାଇଛି । ଏହି ମହୋତ୍ସବର ମୂଳ କ ଲକ୍ଷ୍ୟ ହେଉଛି ସୁକ ତେଲ ଅଵବାହିକାରେ ରହିଥିବା ଲୋକ କଳା ଓ ଲୋକ ନୃତ୍ୟର ପୁନରୁଦ୍ଧାର କରିବା । ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗୀର, ସୁକ ତେଲ ମହୋତ୍ସବ କମିଟି,ବାନ୍ଧନ ଘୋର ତଥା ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ୫୦୦ରୁ ଉର୍ଦ୍ଧ୍ବ ଲୋକ କଳାକାର ଭାଗ ନେଇ ଲୁପ୍ତ ପ୍ରାୟ ନୃତ୍ୟ , ଗୀତ ପରିବେଷଣ କରିଥିଲେ ।
ଏତଦ୍ ବ୍ୟତୀତ ୨୦୦ରୁ ଉର୍ଦ୍ଧ୍ବ ଦଣ୍ଡ କଳାକାର ମଧ୍ୟ ଭାଗ ନେଇଥିଲେ । ପ୍ରତ୍ୟେକ ଦିନ କଳାକାର ସମାବେଶ ସହିତ ସନ୍ଧ୍ୟାରେ ସଂସ୍କୃତି ଚର୍ଚ୍ଚା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଘାଟନି ଉତ୍ସବରେ ଲୋଅର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ଯୋଗ ଦେଇଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଦୁବାଇରେ ରହୁଥିବା ପ୍ରବାସୀ କଳା ସଂଗଠକ ପ୍ରଶାନ୍ତ ମେହେର ଯୋଗ ଦେଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଥିଲେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ କଣ୍ଠ ଶିଳ୍ପୀ ଶାଶ୍ୱତ କୁମାର ତ୍ରିପାଠୀ । ଦ୍ଵିତୀୟ ଓ ତୃତୀୟ ଦିନରେ ବିଭିନ୍ନ ସରକାରୀ ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉଦଯାପନୀ ସଭାରେ ବରିଷ୍ଠ ନେତା, ପୁର୍ବତନ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହ ଦେଓ , ମୁଖ୍ୟ ଅତିଥି, ବଲାଙ୍ଗୀର ଉପ ଜିଲ୍ଲାପାଳ ଓ ଦେଓ ଗାଁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ କୁମାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କ ବାଲୁକା କଳା । ସୁକ ତେଲ ନଦୀବନ୍ଧକୁ ଆଧାର କରି ଶ୍ରୀ ସାହୁ ୨୦୦ ଟନ ବାଲିରେ ନିର୍ମାଣ କରିଥିଲେ ଏହି କଳା କୃତି । ବିଭିନ୍ନ କ୍ଷେତ୍ରରେ କଳା,ସଂସ୍କୃତି ପ୍ରତି ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଜିତେନ୍ଦ୍ର ହରପାଲ ସାଂସ୍କୃତିକ କଳା କେନ୍ଦ୍ର ବଲାଙ୍ଗୀର,କଳାଜୀବୀ ଅନୁଷ୍ଠାନ,ବରଗଡ , ମା ଆଦ୍ୟଶକ୍ତି କଳା ପରିଷଦ, ଭଇଁଶା, ସଂଜ୍ୟୋତ୍ କଳା କେନ୍ଦ୍ର ,ବଲାଙ୍ଗୀର ଓ ଆଦିବାସୀ ଫୋକ ଦଳ,ଆର ଆର କଲୋନୀ ,ଝାଙ୍କରପାଲି ଦଳ ।
ବିଭିନ୍ନ ଦିବସରେ ସଙ୍ଗୀତ ପରିବେଷଣ କରିଥିଲେ ଶାଶ୍ୱତ କୁମାର ତ୍ରିପାଠୀ,ଟ୍ଵିଙ୍କିଲ ମହାପାତ୍ର, ବ୍ୟାସଦେବ ପୁରୋହିତ,ପଦ୍ମଶ୍ରୀ ଖଟେଇ,ଦିଲୀପ ସାହୁ,ନବୀନ କୁଅଁର,ସଂଗୀତା ଦାଶ ,ପ୍ରତାପ କୁମାର ସାହୁ ତଥା ସମ୍ମାନୀତ ଅତିଥି ଦେଓଗାଁ ବିଡ଼ିଓ ପ୍ରିୟ ରଞ୍ଜନ କୁମାର । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ,ମଳୟ ତ୍ରିପାଠୀ,ସତ୍ୟ ଗହୀର,ଶ୍ରୀମୟ ତ୍ରିପାଠୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ,ହରେକୃଷ୍ଣ ବୁଡେକ , ସର୍ଵକିତ ତ୍ରିପାଠୀ ଓ ହାଡ଼ିବନ୍ଧୁ ତ୍ରିପାଠୀ । ଆଖପାଖ ଗ୍ରାମର ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିବା ବେଳେ ଏପରି ମହୋତ୍ସବ ଆୟୋଜନ କରିଥିବା ଉଦ୍ୟୋକ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।
No Result
View All Result