ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) କଟକ :- ବ୍ରାହ୍ମଣ ପରିବାର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର, କଟକ ବ୍ରାହ୍ମଣ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପରିସର ସେଣ୍ଟ୍ରାଲ ରେଡ଼କ୍ରସ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି,
ଏହି ଶିବିରକୁ ପରିବାରର ସଭାପତି କଳ୍ପତରୁ ଶତପଥି, ଅଧ୍ୟକ୍ଷ ସଞ୍ଜୟ ମିଶ୍ର, ଆଡ଼ମିନ ସଂଜୟଲଷ୍ମୀ ତ୍ରିପାଠୀ ପରିଚାଳନା କରିଥିଲେ ଏବଂ ପରିବାରର ପରିଚାଳନା କମିଟି ର ସଭ୍ୟ ସୁଶାନ୍ତ ମହାପାତ୍ର, ମମତା ନନ୍ଦ,ବନ୍ଦିତା ମିଶ୍ର, ବିଶ୍ୱଜିତ ପୁଷ୍ପାଳକ,ସ୍ନେହଲତା ଷଡ଼ଙ୍ଗୀ, ବିଜୟ କେତନ ପଣ୍ଡା, ଅରବିନ୍ଦ ମିଶ୍ର, ସୁବ୍ରତ ଦାଶ,
ମାଧବାନନ୍ଦ ମିଶ୍ର,ଶଙ୍କର ଶତପଥି, ସୋନୁ ଦେବୀ ପ୍ରସାଦ ଶତପଥି,ସସ୍ମିତା ଆଚାର୍ଯ୍ୟ, ରଞ୍ଜନା ମିଶ୍ର, ମୋନାଲିସ ମିଶ୍ର, ଝରଣା ଦାଶ, ଭବାନୀ ମିଶ୍ର (ଆଇନି ପରାମର୍ଶଦାତା) ସହଯୋଗରେ ୨୭ ୟୁନିଟି ରକ୍ତ ସଂଗ୍ରହ କରାଯାଇ ରକ୍ତଭଣ୍ଡାର କୁ ହସ୍ତାନ୍ତର କରାଯାଇଥିଲା, (ରିପୋର୍ଟ ରଶ୍ମିତା ମହାପାତ୍ର)