No Result
View All Result
୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନୈତିକ ଶିକ୍ଷା ଓ ଗାନ୍ଧୀ ଦର୍ଶନ ତଥା ଗାନ୍ଧିଜୀଙ୍କ ମୈ।ଳିକ ଶିକ୍ଷା ଉପରେ କାର୍ଯ୍ୟରତ ବାଣପୁର ସ୍ଥିତ ଏକତା ଵିଦ୍ୟା ନିକେତନ ର ୧୬ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଫେସର ଡ଼ଃ ଚିନ୍ତାମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ଡ଼ଃ ରମାକାନ୍ତ ମହାପାତ୍ର , ପ୍ରାକ୍ତନ ରାଜ୍ୟ ପର୍ଯ୍ୟଟନ ବିଭାଗ ର ସମୀକ୍ଷକ ଈଶ୍ଵର ଚନ୍ଦ୍ର ମହାପାତ୍ର,
ସୁଶାନ୍ତ କୁମାର ପଟ୍ଟନାୟକ, ବିଶିଷ୍ଟ ଗାନ୍ଧୀବାଦୀ ତଥା ସର୍ବୋଦୟ ସମିତି ର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥାରେ ଗାନ୍ଧୀଙ୍କ ଦର୍ଶନ ର ପ୍ରାସଙ୍ଗିକତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ। ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାର ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ରେ ଅତିଥି ମାନଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବାର୍ଷିକ ବିବରଣୀ ପଠନ କରାଯାଇ ମଞ୍ଚ ସନ୍ ଯୋଜନା କରାଯାଇଥିଲା।
ଅନୁଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା ଅଧ୍ୟାପକ ମନୋଜ୍ କୁମାର ମହାପାତ୍ର ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ସୁନିତା ମୁନି ସାମଗ୍ରିକ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ର ଚିତ୍ତାକର୍ଷକ ନ୍ରୃତ୍ୟ ଓ ସଙ୍ଗୀତ କୁ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ଦାଶ, ଜ୍ୟୋତ୍ସ୍ନା ମୟୀ ପ୍ରଧାନ ଓ କବିତା ଜେନା ପ୍ରମୁଖ ପରିଚାଳନା କରିଥିଲେ। କ୍ରୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
No Result
View All Result