No Result
View All Result
୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ପାଇଁ ଧାନମଣ୍ଡି ଖୋଲା ଯାଇଥିବା ବେଳେ କେତେକ ମଣ୍ଡିରେ ଚାଷୀ ଅନେକ ସମସ୍ୟା ଭୋଗୁଥିବା ଖବର ସାମ୍ନାକୁ ଆସୁଛି । ଏଭଳି ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଆଜି ବରଗଡ ସାଂସଦ ସ୍ଥାନୀୟ ଚାଷୀଙ୍କ ଅଭିଯୋଗ କ୍ରମେ ପଦ୍ମପୁର ଉପଖଣ୍ଡ ଜମଲା ଧାନମଣ୍ଡି ପରିଦର୍ଶନ କରିଥିଲେ ।

ଏଥିରେ ଚାଷୀ ମାନେ ଅଭିଯୋଗ କରିଥିଲେ ଯେ, ଧାନବିକ୍ରି ପାଇଁ ଉଦ୍ଦିଷ୍ଟ ଟୋକନ୍ ଲେପ୍ସ ହେବାକୁ ବସିଲାଣି, ହେଲେ ସେମାନଙ୍କ ଧାନ ଉଠୁନାହିଁ । ଆଜି ପଦ୍ମପୁର ଉପଖଣ୍ଡ ଜମଲା ମଣ୍ଡିରେ ପ୍ରାୟ ୫ ହଜାର ବସ୍ତା ଧାନ ବାହାରେ ପଡ଼ି ରହିଥିବା ଚାଷୀ ଅଭିଯୋଗ କରିଥିଲେ । ସେହିପରି ଚାଷୀଙ୍କ ଅଭିଯୋଗ ଅନୁସାରେ, ମିଲର୍-ଙ୍କ ମନମୁଖୀ ନୀତି ଯୋଗୁଁ ତଥା ଧାନ ନେବା ପାଇଁ ଗାଡ଼ି ନଆସିବାର ଓ କଟିନିଛଟିନି ହେଉଥିବା ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଚାଷୀଙ୍କ ଠାରୁ ଏହିଭଳି ଅଭିଯୋଗ ଶୁଣିବା ପରେ ସାଂସଦ ଶ୍ରୀ ପୁରୋହିତ ଅବ୍ୟବସ୍ଥାର ନିରାକରଣ ପାଇଁ ଯୋଗାଣ ବିଭାଗ ଅଧିକାରୀ ଓ ଜମଲା ପେକ୍ସର ଅଧିକାରୀଙ୍କୁ ତାଗିଦ୍ କରିଥିଲେ । ଯେପରି ଜଣେ ହେଲେ ଚାଷୀ ଧାନବିକ୍ରିରେ କୌଣସି ପ୍ରକାର ହଇରାଣ ନହୁଅନ୍ତି,
ତା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଂସଦ ପୁରୋହିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କ୍ରମରେ ତାଗିଦ୍ କରିଥିଲେ । ଏହି ଅବସରରେ ନିରାକାର ବରିହା, ବିଧାନସଭା ମିଡ଼ିଆ ସଂଯୋଜକ ନୀଳାଚଳ ଦରୁଆନ, ରାମ ବାଜପେୟୀ, ସୁରେନ୍ଦ୍ର ମହାପାତ୍ର, ଗଣେଶ ଭୋଇ, ଲକ୍ଷ୍ମୀକାନ୍ତ ଭୋଇ, ନାରାୟଣ ଦାସ, ଗୋପାଳ ବେହେରା, ଲିଙ୍ଗରାଜ ଶାଣ୍ଢ ଓ ମନୋଜ ନାୟକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

No Result
View All Result