ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ପ୍ରକୋପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ମାରାତ୍ମକ ଅଦୃଶ୍ୟ ଭୁତାଣୁର ପଞ୍ଝାରେ ଲକ୍ଷାଧିକ ଲୋକଙ୍କ ଧନ ଜୀବନ ମୃତ୍ୟୁ ମୁହଁକୁ ଠେଲି ହୋଇ ଯାଇଛି । ଓଡ଼ିଶାରେ ଏହାର ବାସ୍ତବ ସ୍ୱରୂପ ଦେଖା ଦେଇଛି । କରୋନାର ଅବସ୍ଥିତି ପ୍ରତି ମୁହୂର୍ତ୍ତରେ ଧନ ଜୀବନ କୁ ପ୍ରଭାବିତ କରି ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି । ତଥାପି ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆଗ ଧାଡ଼ିର କରୋନା ଯୋଦ୍ଧାସମୂହ ମଙ୍ଗ ଧରି ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦିଗରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।
ଏହି ଜୀବନ ଯୁଦ୍ଧର ସୁରକ୍ଷା ପାଇଁ ଅନ୍ୟାନ୍ୟ ଯୋଦ୍ଧଙ୍କ ଭଳି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଗଞ୍ଜାମ ପୋଲିସ ଜିଲ୍ଲାର ପୁଲିସ ବିଭାଗ । କରୋନା ଦାୟିତ୍ୱ ନିର୍ବାହ କରୁଥିବା ବେଳେ କିଛି ପୁଲିସ କର୍ମଚାରୀ ସେମାନଙ୍କ ଜୀବନ କୁ ଉତ୍ସର୍ଗ କରି ବଳିଦାନ କରି ସହିଦ ହୋଇଥିଲା ବେଳେ ଅନ୍ୟାନ୍ୟ ସଂକ୍ରମିତ ଯୋଦ୍ଧା ପୁଣି ସୁସ୍ଥ ହୋଇ କରୋନା ମୁକାବିଲା କ୍ଷେତ୍ରରେ ଯୋଗ ଦେଇଥିବା ଜଣାପଡିଛି ।
ଏହି କ୍ରମରେ ଗଞ୍ଜାମ ପୁଲିସ ଜିଲ୍ଲା ହିଞ୍ଜିଳି ଥାନାର ୪ ସଂକ୍ରମିତ ଯୋଦ୍ଧା ସୁସ୍ଥ ଲାଭ କରି ସୋମବାର ପୁଣି କାର୍ଯ୍ୟରେ ଯୋଗ ଦେଇ ଥିବା ଜଣାପଡିଛି । ସେମାନେ ହେଲେ ଏସ ଆଇ ରାଘବ ପ୍ରଧାନ, ସୀମାଞ୍ଚଳ ଶତପଥୀ, ପି କେ ପାତ୍ର ଏବଂ ଜିତେନ୍ଦ୍ର ଗୌଡ଼ । ଏଭଳି ଏକ କଠିନ ପରିସ୍ଥିତିରେ ସେମାନଙ୍କୁ ଶୁଭେଚ୍ଛା ଓ ପ୍ରଶଂସା କରି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସେମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପ୍ରତି ଉତ୍ସାହିତ କରିଛନ୍ତି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)