No Result
View All Result
୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୂବନେଶ୍ୱର :-> ଗୀତା ପରିବାର ଓଡିଶା ଶାଖା ଓ କଳିଙ୍ଗ ନଗର ଗୀତା ଗ୍ରାମ (କେ-୫) ଆନୁକୂଲ୍ୟରେ ତା ୧୨/୦୧/୨୦୨୫ ରିଖରେ କଳିଙ୍ଗ ବିହାର କମ୍ୟୁନିଟି ସେଣ୍ଟର ରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଛି। ମୁଖ୍ୟବକ୍ତା ଭାବେ ଓଡିଶା ସଂସ୍କୃତି ବିଶ୍ବବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ଅମୀୟ କୁମାର ପଟ୍ଟନାୟକ ଯୋଗଦାନ କରି କହିଥିଲେ ଯେ ସ୍ବାମୀ ବିବେକାନନ୍ଦ ସମଗ୍ର ବିଶ୍ୱ ରେ ସନାତନ ଧର୍ମ ମହତ୍ତ୍ଵ ପ୍ରତିପାଦନ କରିବାରେ ସଫଳ ହୋଇଥିଲେ । ଯେତେବେଳେ ଭାରତ ଭୂମି ରାଜନୈତିକ ପରାଧୀନତା ସହିତ ସାଂସ୍କୃତିକ ଓ ଧାର୍ମିକ ପରାଧୀନତାର ଶୀକାର ହୋଇଥିଲା, ଖ୍ରୀଷ୍ଟୀୟାନ ଧର୍ମ ଗୁରୁ ମାନେ ସନାତନ ଧର୍ମ ର ମହତ୍ତ୍ଵ ଅବଗତ ହେବା ପରିବର୍ତ୍ତେ ତାହାର ବିକଳ୍ପ ଭାବେ ଖ୍ରୀଷ୍ଟ ଧର୍ମ ପ୍ରଚାର ଓ ପ୍ରସାର ପାଇଁ ପଦକ୍ଷେପ ନେଉଥିଲେ।
ସେହି ସମୟରେ ୧୮୯୩ ମସିହାରେ ସୁଦୂର ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ବିଶ୍ବଧର୍ମ ସଂସଦରେ ଯୋଗଦାନ କରିବାକୁ ସ୍ବାମୀଜୀଙ୍କୁ ଭାରତର ସନାତନ ଧର୍ମର ପ୍ରତିନିଧି ଭାବରେ ଵ୍ରହ୍ମସମାଜ ଓ ଥିଓସଫିକାଲ ସୋସାଇଟି କୁ ଆମନ୍ତ୍ରିତ କରାଯାଇଥିଲା। ସ୍ବାମୀଜୀ ନିଜସ୍ବ ଚେଷ୍ଟା ରେ ସେଠାରେ ଅଂଶ ଗ୍ରହଣ କରି ସନାତନ ଧର୍ମର ମହତ୍ତ୍ଵ ପ୍ରତିପାଦନ କରି ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ। ତାପରେ ସେ ଦୀର୍ଘ ଦୁଇ ବର୍ଷ କାଳ ହାତରେ ଖଣ୍ଡେ ଶ୍ରୀମଦ୍ଭଗବଦ୍ଗୀତା ପୁସ୍ତକ ଧରି ଆମେରିକାର ବିଭିନ୍ନ ସ୍ଥାନ ଗସ୍ତ କରି ସନାତନ ଧର୍ମ ର ମହତ୍ତ୍ଵ ଓ ଶ୍ରେଷ୍ଟତ୍ଵ ସମ୍ପର୍କରେ ପ୍ରଚାର କରି ଶ୍ରୋତା ମାନଙ୍କୁ ସ୍ତମ୍ଭିଭୂତ କରିଥିଲେ। ତାଙ୍କର ଏହି ବାଣୀ ଆଠଖଣ୍ଡ ପୁସ୍ତକରେ ପ୍ରକାଶିତ ହୋଇଛି।
ଉତ୍ସବର ମୁଖ୍ୟ ଅତିଥି କଳିଙ୍ଗ ବିହାର କମ୍ୟୁନିଟି ୱେଲ୍ଫେୟାର ଆସୋସିଏସନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିଶିର କୁମାର ମିଶ୍ର ଶ୍ରୀମଦ୍ଭଗବଦ୍ଗୀତା ପଠନ ଓ ପର୍ଯ୍ୟାଲୋଚନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡିଶା ଗୀତା ପରିବାର ର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ଗୀତା ପରିବାର ର ପ୍ରତିଷ୍ଠାତା ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ଙ୍କ ବାଣୀ “ଘରେ ଘରେ ଗୀତା, ପ୍ରତିହାତରେ ଗୀତା” ତଥା “ଗୀତା ପଢନ୍ତୁ, ପଢାନ୍ତୁ ଓ ଜୀବନରେ ଆପଣାନ୍ତୁ” ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଗୀତାପ୍ରେମୀ, ଵୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ତଥା ମହିଳା ମାନେ ଵହୁ ସଂଖ୍ୟା ରେ ଯୋଗଦାନ କରିଥିଲେ । ଗୀତା ପରିବାର ର ପ୍ରଶିକ୍ଷକ ଶ୍ରୀ ଅକ୍ରୁର ଚରଣ ଭୂୟାଁ ଶ୍ରୀମଦ୍ଭଗବଦ୍ଗୀତାର ନବମ ଅଧ୍ୟାୟ ଆବୃତି ତଥା ପର୍ଯ୍ୟାଲୋଚନା କରିଥିଲେ ।

No Result
View All Result