ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଭାରତର ତୃତୀୟ ବୃହତ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ବିକଳ୍ପ କାର୍ଯ୍ୟ ମଡେଲ୍ ପାଇଁ ଗିଗ୍-ଏ ଅପର୍ଚୁନିଟିଜ୍ ନାମକ ଏକ ପ୍ଲାଟଫର୍ମ ଆରମ୍ଭ କରାଯାଇଛି ଯାହା ନମନିୟତା, ବିବିଧତା ଓ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଛି । ଭୌତିକ ପ୍ରତିବନ୍ଧକକୁ ପ୍ରଯୁକ୍ତି ଦୂର କରିପାରିଥିବାରୁ, ଏହି ମହାମାରୀ ସମୟରେ ଲୋକମାନେ ଭୌଳିକ ପ୍ରତିବନ୍ଧକ ବାହାରେ ନିଜର କର୍ମ ପରିବେଶ ସୃଷ୍ଟି କରିବା ଆଡ଼କୁ ଢ଼ଳିଛନ୍ତି । ବିଗତ କିିଛି ମାସରେ ଉଭୟ କର୍ମ ଏବଂ କର୍ମ କ୍ଷେତ୍ରରେ ଦ୍ରୁତ ପରିବର୍ତନ ଘଟିଛି । ଏକ ସମନ୍ୱିତ କର୍ମ ମଡେଲ୍ ଏବଂ ସମାଧାନରେ ରହିଥିବା ଆହ୍ୱାନ ପ୍ରତି ଉତର ହେଉଛି ଗିଗ୍-ଏ ଅପର୍ଚୁନିଟିଜ୍ ଯାହା ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକର ବିଭିନ୍ନ କୌଶଳ ଆବଶ୍ୟକତାକୁ ପୂରଣ କରିବା ସହ ନମନିୟତା ଓ ସହଜ ଅପହଂଚ ଥିବା ବର୍ଦ୍ଧିତ ପ୍ରତିଭା ଆବଶ୍ୟକତାକୁ ପୂରଣ କରିବ । ଗିଗ୍-ଏ-ଅପର୍ଚୁନିଟିଜ୍, ଏହାର ନାମ ଅନୁସାରେ ନିଯୁକ୍ତି ବଜାରରେ ବିପୁଳ ସୁଯୋଗ ସୃଷ୍ଟି କରିବ । ଏହା ଡିଜିଟାଲ୍ ବ୍ୟାଙ୍କିଙ୍ଗ, ପ୍ରଯୁକ୍ତି, ରିସ୍କ ମଡେଲିଂ, ଭର୍ଚୁଆଲ୍ ସେଲ୍, ଅଡିଟ୍ ଓ ଋଣ ନୀତିରେ ବ୍ୟାପକ ସୁଯୋଗ ଉନ୍ମୁକ୍ତ କରିବ ଯାହାକୁ ଏହି ମଡେଲ୍ ପାଇଁ ପ୍ରଥମ ପାଇଲଟ୍ ଅଫର ଭାବେ ଦିଆଯାଉଛି ।
ଏହା ଦୁଇଟି ପ୍ରକାର କାର୍ଯ୍ୟ ମଡେଲ୍ରେ ପ୍ରତିଭାମାନଙ୍କୁ ଆକର୍ଷିତ କରିବ-୧) ୧୦୦% ଭର୍ଚୁଆଲ୍ ଭୂମିକା ଓ ୨) ନମନିୟତା, ପ୍ରକଳ୍ପ ଭିତିକ ସ୍ୱଳ୍ପମିଆଦୀ ଚୁକ୍ତି । ପାରମ୍ପରିକ ଫ୍ରିଲାନ୍ସ ଓ ୱାର୍କ ଫ୍ରମ୍ ହୋମ୍ ମଡେଲ୍ ଠାରୁ ଏହି ନିଯୁକ୍ତିଗୁଡ଼ିକ ଅଲଗା ପ୍ରକାରର ରହିବ । ଏହି ଅଭିଯାନ ସମ୍ପର୍କରେ ଏସ୍ ରାମୋଦରାଇ, ଅଧ୍ୟକ୍ଷ, ଟିଆଇଏସ୍ଏସ୍ ଓ ଅଧ୍ୟକ୍ଷ, ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନ କହିଛନ୍ତି ଯେ, “ଗିଗ୍-ଏ- ଅପର୍ଚୁନିଟିଜ୍ ହେଉଛି ଏକ ଶ୍ରେଷ୍ଠ ପ୍ଲାଟଫର୍ମ ଯାହା ହେଉଛି ଭବିଷ୍ୟତର କାର୍ଯ୍ୟ ପାଇଁ ଏକ ସ୍ପଷ୍ଟ ଦିଗ । ଆକ୍ସିସ୍ ବ୍ୟାଙ୍କ ଗ୍ରହଣ କରିଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ୱାର୍କ ଫ୍ରମ୍ ହୋମ୍ ଓ ନମନିୟତା ଜଣଙ୍କ ଦକ୍ଷତାକୁ ନିର୍ଧାରଣ କରିବ ଯାହା ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣ ସହିତ ଭବିଷ୍ୟତର ଅନେକ ପ୍ରତିଭାଙ୍କୁ ସାମ୍ନାକୁ ଆଣିବ । ‘’ ଏହି ଅଭିନବ ପ୍ଲାଟଫର୍ମ ଦ୍ୱାରା “ୱାର୍କ ଫ୍ରମ୍ ଏନିହୋୟାର’ ସମ୍ଭବ ହେବା ସହ କୁଶଳୀ ବିଶେଷଜ୍ଞଙ୍କ ପରିଚାଳନାର ନମନିୟତା ଓ ସହଜତାକୁ ଏହା ନିଶ୍ଚିତ କରିବ । ତେଣୁ, ଏହା ନିଶ୍ଚିତ ଭାବେ ବୃହତ ଧରଣର ପ୍ରତିଭାଙ୍କ ପାଖରେ ପହଂଚିବ ଯେଉଁମାନେ ଛୋଟ ସହର ଓ ନଗର ସମେତ ସାରା ଦେଶରେ ରହିଛନ୍ତି ଏବଂ ଏହା ସୀମାପାର ସହଯୋଗିତାର ଏକ ସମ୍ଭାବନାକୁ ମଧ୍ୟ ଉନ୍ମୁକ୍ତ କରିବ । ଭାରତର କୌଣସି ପ୍ରତିଭା ଯେଭଳି ପଛରେ ନରୁହନ୍ତି ଏବଂ ଶିକ୍ଷିତ ଓ ଦକ୍ଷ ଲୋକମାନେ ଯେକୌଣସି ସ୍ଥାନରେ ରହି ସମୃଦ୍ଧ ହେବା ପାଇଁ ଏହା ଶ୍ରେଷ୍ଠ ସୁଯୋଗ ଉପସ୍ଥାପନ କରିବ ।
ବିଭିନ୍ନ ପ୍ରକାର ପ୍ରତିଭାଙ୍କ ପାଖରେ ପହଂଚିବା ପାଇଁ ବିବିଧତା ଓ ଅନ୍ତୁର୍ଭକ୍ତୀକରଣକୁ ଏହା ସୁଦୃଢ଼ କରିବା ସହ ପାରମ୍ପରିକ ଭାବେ ଅଣଦେଖା କରାଯାଉଥିବା ପ୍ରତିଭା ଯଥା ଘରର ଦାୟିତ୍ୱ, ଦିବ୍ୟାଙ୍ଗ, ବିକଳ୍ପ ବୟସ ପ୍ରକାର ଇତ୍ୟାଦି ପାଇଁ ବାନ୍ଧି ହୋଇପଡ଼ିଥିବା ପ୍ରତିଭାଙ୍କୁ ଏହା ସ୍ୱାଗତ କରିବାର ଲାଭ ପ୍ରଦାନ କରିବ । ରାଜକମଲ ଭେମପତି, ଇଭିପି ଓ ମୁଖ୍ୟ-ଏଚ୍ଆର୍, ଆକ୍ସିସ୍ ବ୍ୟାଙ୍କ କହିଛନ୍ତି ଯେ, “ଏକ ସଂସ୍କୃତି ଭାବେ, ଆକ୍ସିସ ବ୍ୟାଙ୍କ ସର୍ବଦା ଚଂଚଳ ହେବାରେ ବିଶ୍ୱାସ କରେ ଏବଂ ବିଗତ ବର୍ଷଗୁଡ଼ିକରେ ଆମର ନିଯୁକ୍ତି ସମୟରେ ହେଉଥିବା ପରିବର୍ତନ ପ୍ରତିଫଳିତ ହେଉଛି । ଆଧୁନିକ ସମୟ ସହିତ ଖାପ ଖୁଆଇବାକୁ ଆମ ବ୍ୟାଙ୍କ ଗ୍ରହଣ କରିବାର ଅନ୍ୟ ଏକ ଉପାୟ ହେଉଛି ଗିଗ୍-ଏ, ଏହା ଜଣାଉଛି ଯେ ନିର୍ଦିଷ୍ଟ ମାନଦଣ୍ଡ ଯଥା ଯୋଗ୍ୟତା କିମ୍ବା ଡିଗ୍ରି ନିଯୁକ୍ତି ପାଇଁ ବିଶେଷ ଆବଶ୍ୟକ ନୁହେଁ ଏବଂ ଏହା କୌଶଳ ଭିତିକ ସହଯୋଗିତା ସୃଷ୍ଟି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ । ଆମେ ବିଶ୍ୱାସ କରୁଛୁ ଯେ ଶିଳ୍ପରେ ଏହା ଏକ ପରିବର୍ତନକାରୀ ଅଭିଯାନ ଯେଉଁଥିରେ ସମଗ୍ର ଭୌଗୋଳିକ ଅଂଚଳର ଦକ୍ଷ ଶ୍ରମ ଶକ୍ତିଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।’’ ଆସନ୍ତା ତିନି ବର୍ଷରେ ବିକଳ୍ପ କାର୍ଯ୍ୟ ମଡେଲ୍ରେ ନିଯୁକ୍ତିରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଆକ୍ସିସ ବ୍ୟାଙ୍କ ଆଶା ରଖିଛି ଏବଂ ପ୍ରତିଭାରେ ବିବିଧତା ବଢ଼ାଇବାରେ ଏହା ସହାୟକ ହେବ । ଆକ୍ସିସ୍ ବ୍ୟାଙ୍କରେ ଗିଗ୍-ଏ ନିଯୁକ୍ତିରେ ଆବେଦନ କରିବା ଲାଗି ପରିଦର୍ଶନ କରନ୍ତୁ ।