୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାରଙ୍ଗ :-> ବରିଷ୍ଟ ନାଗରିକ ତଥା ସମାଜସେବୀ ସେବତୀ ସାହୁ ୮୦ ବର୍ଷ ବୟସରେ କିମସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ ବେକ୍ତି ଭାବରେ ସମଗ୍ର ଅଞ୍ଚଳରେ ସୁପରିଚିତ ଥିଲେ । ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ରହଣି ସମୟରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।ତାଙ୍କର ବିୟୋଗରେ ସମଗ୍ର ଫୁଲନଖରା, ସଦର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସେ ଦୀର୍ଘ ଦିନ ଧରି ଫୁସ ଫୁସ୍ ଜନିତ ରୋଗରେ ପୀଡ଼ିତ ହୋଇ କିମସ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ,ପୁତ୍ର ବୋହୂ, ଝିଅ, ଝିଅ ଜ୍ବାଇଁ,ନାତି, ନାତୁଣୀ, ପରିବାରବର୍ଗ ଓ ଅନେକ ଶୁଭେଛୁ ଉପସ୍ଥିତ ଥିଲେ । ଏହି ଦୁଃଖଦ ଖବର ପାଇ ଗ୍ରାମବାସୀ,
ଶୁଭେଛୁ ଓ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଏ ଥିଲା । ବହୁ ସୁଭେସ୍ତୁ ଓ ବିଭିନ୍ନ ଅନୁଷ୍ଠାନର କର୍ମ କର୍ତ୍ତା ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସଙ୍ଗେ ସଙ୍ଗେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପୁରୀ ସ୍ବର୍ଗ ଦ୍ଵାରରେ ତାଙ୍କର ଶବ ସଂସ୍କାର କରିବା ସହ ଅନ୍ତିମାଯତ୍ରା ସମ୍ପନ୍ନ ହୋଇ ଥିଲା । ଜେଷ୍ଟ ପୁତ୍ର ମୁଖାଗ୍ନି ଦେଇଥିଲେ।