୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଇଣ୍ଡିଆନ୍ ରିଏଲ୍ ଇଷ୍ଟେଟ୍ ଏକ୍ସପୋ ଦ୍ୱାରା ବହୁ ପ୍ରତୀକ୍ଷିତ ବିଳାସପୂର୍ଣ୍ଣ ହୋମ୍ ଏକ୍ସପୋ ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଯାଇଅଛି । ଏହା ସ୍ଥାନୀୟ ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହାକୁ ମୁଖ୍ୟ ଅତିଥି ତଥା ଓଡିଶା ସରକାରଙ୍କ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦ୍ଘାଟିତ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ପ୍ରାୟୋଜକ ମୋଟୱାନି କନଷ୍ଟ୍ରକସନ୍ସର ଅଧ୍ୟକ୍ଷ ଦିଲୀପ ମୋଟୱାନି, ପରିଚାଳନା ନିର୍ଦ୍ଦେଶକ ପଙ୍କଜ ମୋଟୱାନି,
ସର୍କଲ ହେଡ ତଥା ଡିଜିଏମ୍ ପଞ୍ଜାବ ନେସନାଲ ବ୍ୟାଙ୍କ ଭୁବନେଶ୍ୱରର ଲକ୍ଷ୍ମଣକାନ୍ତ ମିଶ୍ର, ଇଣ୍ଡିଆନ ରିଅଲ ଇଷ୍ଟେଟ ପ୍ରଦର୍ଶନୀର ପ୍ରତିଷ୍ଠାତା ତଥା ନିର୍ଦେଶକ ଦର୍ଶନା ସିଂ ଏବଂ ପ୍ରବୀଣ ସମ୍ଭାଜୀଙ୍କ ସହ ଇଣ୍ଡଷ୍ଟ୍ରିର ଅନ୍ୟାନ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ସକାଳ ୧୦ଠାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଚାଲିବ ଏବଂ ଭୁବନେଶ୍ୱରରେ ରହୁଥିବା ବିଳାସପୂର୍ଣ୍ଣ ଆବାସକୁ ଏହି ପ୍ରଦର୍ଶନୀରେ ପ୍ରଦର୍ଶନ କରାଇଥିଲେ ।
ଏହି ଇଭେଣ୍ଟର ମୁଖ୍ୟ ପ୍ରଯୋଜକ ଏବଂ ସହଭାଗୀ ମୋଟୱାନି କନଷ୍ଟ୍ରକ୍ସନ ସହ, ରାଜଧାନୀର ଆଗ ଧାଡ଼ିର ୧୫ ଜଣ ରିଅଲ ଇଷ୍ଟେଟ ସଂସ୍ଥା ଏଠାରେ ଭାଗ ନେଇଥିଲେ ତତ୍ ସହିତ ଏକ୍ସକ୍ଲୁସିଭ୍ ବ୍ୟାଙ୍କିଙ୍ଗ୍ ପାର୍ଟନର ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଥିଲେ । ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ଅଗ୍ରଣୀ ବିକାଶକାରୀଙ୍କ ମଧ୍ୟରେ ଡିଅନ୍, ଇଭୋସ୍, ଆସୋଟେକ୍, ମେଟ୍ରୋ ଗ୍ରୁପ୍, ଉର୍ବନକ୍ସି ଇନ୍ଫ୍ରା, ଉତ୍କଳ ଗ୍ରୀନେକ୍ସ, ମହାଦେବ ଗ୍ରୀନ୍ସ, ଆର୍କିଡ୍ ବିଲଡର୍ସ, ସାଇ ହରମୋନି ଭଳି ଆହୁରି ଅନେକ ସଂସ୍ଥା ମାନ ଅଂଶ ଗ୍ରହଣ କରିଥିଲେ ।
ଏକ୍ସପୋ ର ମୁଖ୍ୟ ଲକ୍ଷ୍ୟ ଥିଲା ସହରର ଶୀର୍ଷ ବିକାଶକାରୀଙ୍କ ଠାରୁ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ, ଭିଲ୍ଲା, ଏବଂ ପ୍ଲଟଗୁଡିକର ପ୍ରଦର୍ଶନ l ଯାହା ଜରିଆରେ ଗ୍ରାହକ ମାନଙ୍କ ମଧ୍ୟରେ ସଚେତନତା ରଖିବା ଏବଂ ସେମାନଙ୍କୁ ଏକ ପ୍ଲାଟଫର୍ମ ରେ ବହୁତ୍ ଭଲ ଅପ୍ସନ ସୋ କେସ କରାଇବା । ବିଳାସପୂର୍ଣ୍ଣ ହୋମ ଏକ୍ସପୋ ଭୁବନେଶ୍ୱର ଗୃହ ନିର୍ମାଣକାରୀ, ନିବେଶକ ଏବଂ ରିଏଲ୍ ଇଷ୍ଟେଟ୍ ଉତ୍ସାହୀ, ଉତ୍ସାହୀ ଗ୍ରହକମାନଙ୍କ ପାଇଁ ଭୁବନେଶ୍ୱରର ବିଳାସପୂର୍ଣ୍ଣ ସମ୍ପତ୍ତି ସମ୍ବନ୍ଧୀୟ ବଜାରକୁ ଅନୁସନ୍ଧାନ କରିବା ପାଇଁ ଏହା ଏକ ଉପଯୁକ୍ତ ପ୍ଲାଟଫର୍ମ l ତୁମେ ତୁମର ସ୍ୱପ୍ନର ଘର କିମ୍ବା ଲାଭଜନକ ବିନିଯୋଗ ଖୋଜୁଛ ହେଲେ ଏହି ଇଭେଣ୍ଟକୁ ପରିଦର୍ଶନ କରନ୍ତୁ ଏବଂ ଏହାକୁ ସାକାର କରନ୍ତୁ ଏହା ହେଉଛି ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ।