ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) କଟକ,ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକର 37ଟି ଗ୍ରାମ ପଞ୍ଚାୟତରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ଡ୍ରେନେଜ କଟ ଗୁଡିକରେ ବର୍ଷା ଜଳ ନିଷ୍କାସନ ନହେବା ଫଳରେ ଶତକଡା ୮୦ ଭାଗ ଚାଷ ଜମି ଜଳମଗ୍ନ ହୋଇ ବ୍ୟାପକ ଫସଲ ହାନି ହୋଇଛି । ଏଥି ସହ ବହୁ ଗାଁ ଗଣ୍ଡାରେ ବର୍ଷା ଜଳ ପଶି କଚା ଘର ଭାଙ୍ଗି ଯାଇଛି ।
ସରକାର ତୁରନ୍ତ ଏସବୁର କ୍ଷୟକ୍ଷତି ଆକଳନ କରି ହିତାଧିକାରୀ ମାନଙ୍କୁ କ୍ଷତିପୂରଣ ଦେବା ସହ ବର୍ତ୍ତମାନ ବହୁ ଗ୍ରାମଞ୍ଚଳରେ ବନ୍ୟପାଣି ଥିବାରୁ ସେ ସବୁ ପରିବାରକୁ ସରକାରୀ ଭାବେ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ମାହାଙ୍ଗା ସାରସ୍ବତ ସେବା ମଞ୍ଚ ପକ୍ଷରୁ ଦାବି ହୋଇଛି । ମଞ୍ଚ ସଭାପତି ଭାବଗ୍ରାହୀ ରାଉତ ଙ୍କ ନେତୃତ୍ୱରେ ବହୁ ବରିଷ୍ଠ ନାଗରିକ ମାନେ ମାହାଙ୍ଗା ତହସିଲ ରେ ପହଂଚି ଏନେଇ ଲିଖିତ ଭାବରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛନନ୍ତି । ( ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )