୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା ଗ୍ରାମର ଇଞ୍ଜିନିୟର ଅଭିଷେକ ମେମରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ ଶୀତରୁ ରକ୍ଷା ପାଇଁ କମଳ ବଣ୍ଟନ କରାଯାଇଥିଲା ବେଳେ , ଭିନ୍ନକ୍ଷମ ଲୋକଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଉକ୍ତ ଅନୁଷ୍ଠାନ ନିଜସ୍ୱ ଅର୍ଥରେ ପ୍ରତିବର୍ଷ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଆସୁଥିଲା ବେଳେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇ ଆସୁଛି ।

ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ସମାଜସେବୀ ବିଜୟ କୁମାର ପାଲ ( ବିଜନୀ ) ବାବୁ ସଦାସର୍ବଦା ମେଧାବୀ ଗରିବ ଛାତ୍ରଛାତ୍ରୀ , ଅସହାୟ, ଗରିବ , ଭିନ୍ନକ୍ଷମ ଲୋକଙ୍କୁ ସହଯୋଗ ସହାୟତା ଯୋଗାଇ ଦେଇ ଆସୁଥିବାରୁ ତାଙ୍କ କାର୍ଯ୍ୟ କଳାପକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଚଳିତ ଶୀତ ଋତୁରେ ପ୍ରାୟ ୭୦୦ରୁ ଉର୍ଦ୍ଧ କମ୍ୱଳ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ର ଅଧ୍ୟକ୍ଷ ବିଜୟ କୁମାର ପାଳ ପ୍ରକାଶ କରିଛନ୍ତି ।

ଖୋର୍ଦ୍ଧା ଯାଆଁଳା ସ୍ଥିତ ସହାୟ ମାତୃପିତୃ ନିବାସ ରେ ୫୦ରୁ ଉର୍ଦ୍ଧ କମ୍ବଳ ବଣ୍ଟନ କରାଯିବା ସହିତ ରାସନ ସାମଗ୍ରି ମଧ୍ଯ ଯୋଗାଇ ଦିଆଯାଇଥିଲା । ସେହିପରି ଟ୍ରଷ୍ଟ ପକ୍ଷରୁ ବଲାଙ୍ଗୀରର ତରଭା ଠାରେ ଅବସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟରେ ଡ଼ଃ ଦତ୍ତେଶ୍ୱର ହୋତା, ଦିନେଶ ଦାସଙ୍କ ଦ୍ୱାରା କମଳ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । କାର୍ଯ୍ୟ କ୍ରମ ରେ ଉପଦେଷ୍ଠା ରଞ୍ଜନ କୁମାର ଲେଙ୍କା, ଆଇନିଜିବି ଅନପୁର୍ଣ୍ଣା ସାହୁ,କିଶୋର କୁମାର ପ୍ରଧାନ,ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।