୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଏ-୧ ପାଇବାପାଇଁ ଥିବା ସମ୍ଭାବିତ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ବିଷୟରେ ଅଭିଜ୍ଞ ଓ ଦକ୍ଷ ଶିକ୍ଷକ ଶିକଷୟିତ୍ରୀ ମାନଙ୍କ ଦ୍ଵାରା ସ୍ଵତନ୍ତ୍ର କୋଚିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କର୍ଯ୍ୟକ୍ରମ ପ୍ରତି ବ୍ଲକ ସ୍ତର ରେ ବି. ଇ. ଓ ,ଡି. ଏନ. ଓ ଓ ନୋଡାଲ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ନିର୍ଦ୍ଧାରିତ ଏକ ନିର୍ଦ୍ଧିଷ୍ଟ ବିଦ୍ୟାଳୟ କୁ ସେହି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ବଛା ଯାଇଥିବା ଛାତ୍ର ଛାତ୍ରୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରା ସେମାନଙ୍କୁ ନି ଦିନ ଧରି ୮ ରୁ ୧୦ କୋଚିଙ୍ଗ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।ଏହି ଦୁଇ ଦିନ ମଧ୍ୟରେ ସମୟ ବଣ୍ଟା ଯାଇ ପ୍ରତ୍ୟେକ ବିଷୟର ପିଲାମାନଙ୍କ ର ଥିବା ସନ୍ଦେହ ସବଜେକଟ ଏକ୍ସପର୍ଟ ମାନଙ୍କ ଦ୍ଵାରା ଦୂରୀକରଣ କରାଯିବ | ପରୀକ୍ଷା କୁ ଭୟ ନ କରି ପ୍ରତି ବିଷୟରେ ଅଧିକ ଭଲ କରିବା ପାଇଁ ବିଭିନ୍ନ ଟିପ୍ସ ଦେବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ପ୍ରତ୍ୟେକ ବିଦ୍ୟାଳୟ ରୁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଯେପରି ୧୦% ଏ-୧ ପାଇବେ ଓ ଉତ୍ତୀର୍ଣ୍ଣ ହାର ୧୦୦% ହେବା ସେଥିପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ସହିତ ଅନ୍ୟାନ୍ୟ ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀ ,
ବିଭିନ୍ନ ବ୍ଲକ ର ବିଇଓ ,ବରିଷ୍ଠ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଚେଷ୍ଟା ଜାରି ରଖିଛନ୍ତି । ଆଜି ସେମାନଙ୍କର ତତ୍ତ୍ଵ ଅବଧାନ ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ଜିଲ୍ଲା ଶିକ୍ଷାଧିକାରୀ ,ଅତିରିକ୍ତ ଜିଲ୍ଲା ଅଧିକାରୀ ,ଓ ଅନ୍ୟାନ୍ୟ ଅଭିଜ୍ଞ ବ୍ୟକ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ୧୦-୧୫ ମିନିଟ୍ ପାଇଁ ପରୀକ୍ଷା ସମ୍ବନ୍ଧୀୟ ପ୍ରେରଣା ଦାୟକ ବକ୍ତବ୍ୟ ପ୍ରଦାନ କରିଛନ୍ତି ଓ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରଚେଷ୍ଟା ରେ ଆରମ୍ଭ କରାଯାଇଥିବା ଏପରି କାର୍ଯ୍ୟକ୍ରମ ଅଭିଭାବକ ଓ ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।