୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମା’ଚର୍ଚ୍ଚିକା ଛାତ୍ରୀନିବାସରେ ଅନ୍ତୋବସିନୀ ମାନଙ୍କ ମଧ୍ୟରେ କବିତା ଓ ଗଳ୍ପ ରଚନା ଶୈଳୀ ଉପରେ କର୍ମଶାଳା ହେବା ସହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରୀନିବାସର ତତ୍ତ୍ୱାବଧାରିକା ଡକ୍ଟର ସଂନ୍ଧ୍ୟାରାଣୀ ମହାନ୍ତି ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି କବିତା ଓ ଗଳ୍ପ ରଚନା କରିବାର ବିଭିନ୍ନ ଦିଗ ଉପରେ ବହୁ ଉଦାହରଣ ମାଧ୍ୟମରେ ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଅଧ୍ୟାପକ ମାଧବ ପ୍ରଧାନ ଯୋଗଦାନ କରି କବିତା ରଚନାର ଏକ ସ୍ୱତନ୍ତ୍ରତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଗୀତିକାର ବେଣୁଧର କର, ଅଧ୍ୟାପିକା ସସ୍ମିତା ବେହେରା, ଅଧ୍ୟାପିକା ରୋଜାଲିନ୍ ମହାନ୍ତି ଓ କିଶୋର ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗନେଇଥିଲେ । ଏହି ଅବସରରେ କବିତା ପ୍ରତିଯୋଗିତାରେ ଲିପିକା ଶତପଥି ପ୍ରଥମ, ଗରିମା ଗରିୟସୀ ମିଶ୍ର ଦ୍ୱିତୀୟ ଓ ଦୟାମୟ ମହାନ୍ତି ତୃତୀୟସ୍ଥାନ ଅଧିକାର କରିଥିବା ବେଳେ ଗଳ୍ପରେ ଲିପିକା ଶତପଥୀ ଓ ଅର୍ଚ୍ଚିତା ଦାସ ଯୁଗ୍ମ ପ୍ରଥମ, ଗରିମାଗରିୟସୀ ମିଶ୍ର ଦ୍ୱିତୀୟ ଓ ସସ୍ମିତା ଜେଠୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଛାତ୍ରୀ ନିବାସର ସାଧାରଣ ସଂପାଦିକା ସୁଶ୍ରୀତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।