No Result
View All Result
ପୁରୀ :-> ପୁରୀ ବେଳାଭୂମି ମହୋତ୍ସବ ଆଜି ସଂଧ୍ୟାରେ ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମିରେ ଉଦଘାଟିତ ହୋଇ ଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମହୋତ୍ସବକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉଦଘାଟନ କରିବା ସହ ମହୋଦଧି କୂଳରେ,ମହାପ୍ରଭୁଙ୍କ ମାଟିରେ ଏହି ଭବ୍ୟ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ନିଜ ବକ୍ତବ୍ୟ ରେ ସେ କହିଲେ ଯେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ଓଡିଶାର ଭୁବନେଶ୍ୱର ରେ ଆୟୋଜିତ ହେଉଥିଲେ ମଧ୍ୟ ପୁରୀ ସମସ୍ତ ପ୍ରବାସୀ ଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ସାଜିଛି ।
ମହାପ୍ରଭୁଙ୍କ ଦର୍ଶନ ସହ ସ୍ବର୍ଣ୍ଣିମ ବେଳାଭୂମି ର ବ୍ଲୁ ଫ୍ଲାଗ ବିଚ, କଳାଗ୍ରାମ ରଘୁରାଜପୁର,ଅପରୂପା ଚିଲିକା ସାତପଡ଼ା, ସୂର୍ଯ୍ୟ ମନ୍ଦିର କୋଣାର୍କ, ରାମଚଣ୍ଡୀ, ପିପିଲି ର ପ୍ରସିଦ୍ଧ ଚାନ୍ଦୁଆ ସେମାନଙ୍କ ପାଇଁ ଉତ୍ସାହ ଆଣିବା ସହ ଏଗୁଡିକୁ ଦେଖିବା ର ସ୍ବପ୍ନ କୁ ସାକାର କରୁଛି । ନିଜ ପୂର୍ବ ପୁରୁଷ ଙ୍କ ଅଞ୍ଚଳର ବିକାଶ ଓ ଉନ୍ନତି ସେମାନ ଙ୍କୁ ଆହ୍ଲାଦିତ କରିବ ନିଶ୍ଚୟ।ପୁରୀ ସୁନ୍ଦର ଭାବେ ସଜେଇ ହୋଇଛି । ଏହା କେବଳ ପ୍ରବାସୀ ନୁହେଁ ଆମ ନିଜ ଦେଶର ଲୋକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିଛି ।
ଆମର ଆତିଥ୍ୟ ଓ ସେମାନଙ୍କ ପ୍ରତି ଭଲ ପାଇବା ସେମାନଙ୍କୁ ଉଦବୁଦ୍ଧ କରିବ । ଏହା ଆମ ପର୍ଯ୍ୟଟନ ଶିଳ୍ପ କୁ ଆଗକୁ ନେବା ସହ ବିଶ୍ବ ରେ ଆମ ମହାନ ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ କୁ ପ୍ରଚାର ପ୍ରସାର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡା ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରବାସୀ ଭାରତୀୟ ମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ସମାରୋହ ଆମ ସଂସ୍କୃତି, ଐତିହ୍ୟ ଓ ଗୌରବକୁ ପୁନର୍ଜିବିତ କରିଛି ।
ଆମ ଅତିଥି ମାନଙ୍କୁ ଆମେ ଏଭଳି ସମ୍ମାନ ଓ ଆଦର ଦେବା ଯେ ସେମାନେ ନିଜ ସ୍ଥାନ କୁ ଫେରି ଗଲେ ମଧ୍ୟ ଏହି ଦିନକୁ ମନେ ରଖିବେ ବୋଲି କହିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏସ ପି ବିନୀତ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ପରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣୀୟ ଡ୍ରୋନ ସୋ ଅନୁଷ୍ଠିତ ହୋଇଥିଲା ।
ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପଲ୍ଲିଶ୍ରୀ ମେଳା,ଫୁଡ ଫେଷ୍ଟିଭାଲ କୁ ଉଦଘାଟନ କରିଥିଲେ। ବେଳାଭୂମି ମହୋତ୍ସବ ଅବସରରେ ଏମ୍ପାୟର ହୋଟେଲ ସମ୍ମୁଖରେ ଗୁଡ଼ି ଉଡା ଫେଷ୍ଟିଭାଲ ଓ ଗାନ୍ଧୀ ପାର୍କ ଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
No Result
View All Result