No Result
View All Result
![](https://odishatazanews.com/wp-content/uploads/2025/01/PG-4-300x225.jpeg)
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା :-> ରାୟଗଡ଼ ବ୍ଲକ ରେ ସାତଟି ଗ୍ରାମର ସମସ୍ତ ବିଦ୍ୟାଳୟକୁ ଯାଉଥିବା ୩୬୯ ( ପ୍ରଥମ ଠାରୁ ଦଶମ) ଛାତ୍ର ଛାତ୍ରୀ ମାନଙ୍କୁ FFVFP ପ୍ରୋଗ୍ରାମ ଦ୍ଵାରା, CCD ଅନୁଷ୍ଠାନ ପକ୍ଷରୁ ଲିନ୍ସି ଫାଉଣ୍ଡେସନ ସହାୟତାରେ , ନୂଆ ବର୍ଷରେ ଶିକ୍ଷା ଉପକରଣ ପ୍ରଦାନ କରାଯାଇଛି ଯଥା -(ଖାତା, କଲମ, ପେନସିଲ, କମ୍ପାସ, ସ୍କୁଲ ବେଗ,) ଇତ୍ୟାଦି । ଏହି ଶିକ୍ଷା ଉପକରଣ ଗୁଡିକ ସ୍ଥାନୀୟ ଏଙ୍ଗାର୍ଶିଂ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ କୁମାରୀ କାର୍ଜୀ ,
![](https://odishatazanews.com/wp-content/uploads/2025/01/PG-2-300x200.jpeg)
ଜିରଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରିଷ୍ପା ଭୂୟାଁ, ଗ୍ରାମର ୱର୍ଡ ମେମ୍ବର ୭ଟି ଗ୍ରାମର ଗ୍ରାମ ଉନ୍ନୟନ କମିଟି ର ସଦସ୍ୟ ମାନଙ୍କ ହସ୍ତ ରେ ଏହି ଶିକ୍ଷା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଏହାର ମୂଳ ଉଧ୍ୟେଶ ଥିଲା ଯେ ସମସ୍ତ ପିଲା ଶିକ୍ଷା ଉପକରଣ ପାଇ ବିଦ୍ୟାଳୟ କୁ ପ୍ରତ୍ୟେକ ଦିନେ ଯିବେ, ପାଠପଢ଼ା ରେ ଉତ୍ସାହ ସହ ଉନ୍ନତି ଆଣିବା ।
![](https://odishatazanews.com/wp-content/uploads/2025/01/WhatsApp-Image-2025-01-06-at-7.38.16-AM-300x200.jpeg)
ଯାହାଦ୍ବାରା ପିଲାମାନେ ଶିକ୍ଷା ଉପକରଣ ପାଇଁ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ । ଏହି କାର୍ଯ୍ୟକ୍ରମ କୁ CCD ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଏ. ଜଗନ୍ନାଧା ରାଜୁ ଙ୍କ ନିର୍ଦ୍ଧେଶକ୍ରମେ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ବିଜୟ କେଶରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ରେ ଶିକ୍ଷା -ପ୍ରୋଜେକ୍ଟ ଅଫିସର ଦେବାଶିଷ ପାଇକ ପରିଚାଳନା କରିଥିଲେ । ଅନ୍ୟ ପ୍ରୋଜେକ୍ଟ ଅଫିସର ଯଥା ଜୟଲକ୍ଷ୍ମି, ନିରଞ୍ଜନ, ଚନ୍ଦ୍ର ଶେଖର, ମମତା ପାତ୍ର ସହଯୋଗ କରିଥଲେ ।
![](https://odishatazanews.com/wp-content/uploads/2025/01/WhatsApp-Image-2025-01-06-at-7.38.15-AM-2-300x200.jpeg)
![](https://odishatazanews.com/wp-content/uploads/2024/09/odisha-tazanews-Rayagada-gp-300x64.jpg)
![](https://odishatazanews.com/wp-content/uploads/2025/01/AD-ODISHA-TAZANEWS-PURI-273x300.jpeg)
No Result
View All Result